ବିଚାର

କ’ଣ ଆପଣଙ୍କର ରହିଛି କି ଶନିଦୋଷ ? ଆପଣାନ୍ତୁ ଏହି ଉପାୟ, ଦୂର କରନ୍ତୁ ଦୋଷ

ସାଧାରଣତଃ ଲୋକଙ୍କ କୁଣ୍ଡଳୀରେ ଶନି ଗ୍ରହ ଖରାପ ହୋଇଥାଏ। ଯାହାଙ୍କ ଜାତକରେ ଶନିଦୋଷ ଚାଲିଥାଏ, ତାହାର ପ୍ରତ୍ୟେକଟି କାମ ଅଟକି ରହେ। ଏହାଦ୍ୱାରା ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏମିତିରେ ଶନି ଦୋଷ ଦୂର କରିବା ପାଇଁ ଜ୍ୟୋତିଷ ଉପାୟ କରିବା ବେଶ୍‌ ଫାଇଦା ଦେଇଥାଏ। ଆସନ୍ତୁ ଜାଣିବା କେଉଁ ଉପାୟ ଆପଣଙ୍କ ଭାଗ୍ୟରୁ ଶନିଦୋଷକୁ ଦୂର କରିବାରେ ସହାୟକ ହୋଇଥାଏ।

– ଶନିବାର ଦିନ ଖାଦ୍ୟ ଖାଇବା ବେଳେ କଳାଲୁଣ କିମ୍ବା ଗୋଲମରିଚ ଖାଆନ୍ତୁ। କାରଣ ଏହା ଶନିଦେବଙ୍କ ପ୍ରିୟ ଜିନିଷ।

shanidev-

– ଶନିବାର ଦିନ ଭଜା ହୋଇଥିବା ବୁଟକୁ ମାଙ୍କଡକୁ ଖାଇବାକୁ ଦିଅନ୍ତୁ। ଶନ୍ତିଦେବ ପ୍ରସନ୍ନ ହେବେ। ଆପଣଙ୍କୁ ମଧ୍ୟ ବଜରଙ୍ଗବାଲୀଙ୍କ କୃପା ପ୍ରାପ୍ତ ହେବ।

– ମିଠା ରୁଟିରେ ତେଲ ଲଗାଇ କଳା କୁକୁରକୁ ଶନିବାର ଦିନ ଖାଇବାକୁ ଦେବା ଦ୍ୱାରା ଶନିଦୋଷ ଦୂର ହେବ। ଏହାଦ୍ୱାରା ଭାଗ୍ୟ ମଧ୍ୟ ଉଜ୍ଜ୍ୱଳ ହେବ।

– ଶନିବାର ଦିନ ଶନିଦେବଙ୍କ ପୂଜା କରିବା ସହ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜାପ କରନ୍ତୁ। ଶନିଦୋଷରୁ ମୁକ୍ତି ମିଳିବ।

– ଶନିବାର ଦିନ କଳା ଗାଈର ସେବା କରିବା ଦ୍ୱାରା ଶନିଙ୍କ ପ୍ରକୋପ କମ୍‌ ହୋଇଥାଏ।

sani

– ଶନିବାର ଦିନ ଅଶ୍ୱତ୍ଥ ଗଛ କିମ୍ବା ବରଗଛରେ ପାଣି କିମ୍ବା କ୍ଷୀର ଚଢାଇବା ଦ୍ୱାରା ଶନିଦେବଙ୍କ କୃପା ପାଇପାରିବେ।

– ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ଚାଳିଶା ପାଠ କରିବା ଉଚିତ। ଏପରି କରିବା ଦ୍ୱାରା ଅଟକିଥିବା କାମ ହୋଇଯାଏ।

– ଶନିବାର ଦିନ ନିଜର ଉଚ୍ଚତା ମାପର ଏକ କଳା ଫିତାକୁ ନେଇ ନିଜ ବେକରେ ପିନ୍ଧନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଉପରେ ଶନିଙ୍କ ପ୍ରଭାବ ରହିବ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button