ମନୋରଞ୍ଜନ

ଫଟାଫଟ୍‌ ବନାନ୍ତୁ ବେରି ଓଟ୍ସ ମିକ୍ସ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଛୁଆଙ୍କ ଖାଦ୍ୟପେୟକୁ ନେଇ ମା’ମାନେ ଅଧିକ ଚିନ୍ତିତ ରହିଥାନ୍ତି। କେଉଁ ଖାଦ୍ୟ ପିଲାଙ୍କୁ ଟେଷ୍ଟି ବି ଲାଗିବ ଆଉ ସ୍ୱାସ୍ଥ୍ୟପ୍ରଦ ହେବ ତାହା ଭାବି ଭାବି ମା’ମାନେ ବହୁ ଫାଷ୍ଟଫୁଡ଼୍‌ ବି ପିଲାଙ୍କୁ ଦେଇଥାନ୍ତି। ଯାହା ପୁଷ୍ଟି ଯୋଗାଇବା ବଦଳରେ ଓଲଟା ଛୁଆଙ୍କ ସ୍ୱାସ୍ଥ୍ୟହାନି କରିଥାଏ। ଛୁଆଙ୍କୁ ହେଲଦି ଖାଇବା ଦେବାକୁ ଚାହୁଁଥିଲେ ଓଟ୍ସ ହେଉଛି ସବୁଠାରୁ ଭଲ ଅପ୍ସନ୍‌। ଓଟ୍ସ ସହ କଦଳୀ ଓ ବେରି ମିଶାଇ ଆପଣ ୟମି ବେରି ଓଟ୍ସ ମିକ୍ସ ପ୍ରସ୍ତୁତ କରିପାରିବେ।

ବେରି ଓଟ୍ସ ମିକ୍ସ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ:

୧ଟି କଦଳୀ
୧ କପ୍‌ ଓଟ୍ସ
୧/୪ ଚାମଚ ଲୁଣ
୨ ଚାମଚ ଅଖରୋଟ୍‌
୧/୨ କପ୍‌ ଦହି
୧ କପ୍‌ ବାଦାମ କ୍ଷୀର
୧/୨ କପ୍‌ ବେରି
୨ ଚାମଚ ଚିୟା ସିଡସ୍‌

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କଦଳୀର ଚୋପା ଛଡ଼ାଇ ଏକ ପାତ୍ରରେ ଚକଟି ରଖନ୍ତୁ। ସେଥିରେ ଦହି ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏବେ ଏହି ମିଶ୍ରଣରେ ବେରି, ଚିଆ ସିଡସ୍‌, ଓଟ୍ସ ଏବଂ ଲୁଣ ମିଶାନ୍ତୁ। ଏଥିରେ ବାଦାମ କ୍ଷୀର ମିଶାଇ ଭଲ ଭାବେ ଫେଣ୍ଟି ଅଧଘଣ୍ଟା ଫିଜ୍‌ରେ ଥଣ୍ଡା ହେବାକୁ ରଖନ୍ତୁ। ପରେ ଥଣ୍ଡା ଥଣ୍ଡା ପିଲାଙ୍କୁ ପିଇବାକୁ ଦିଅନ୍ତୁ ବେରି ଓଟ୍ସ ମିକ୍ସ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button