ଜୀବନଶୈଳୀ

ଜାଣନ୍ତୁ ଲଭ୍ ଲାଇଫରେ କାହିଁକି ମିଳିଥାଏ ଧୋକା !

କୁହାଯାଏ ଯେ ପ୍ରେମ ଏକ ବହୁତ ସୁନ୍ଦର ସମ୍ପର୍କ। ଏହା ଏକ ଏମିତି ଅନୁଭବ ଯେ ଏହା ବିଷୟରେ କହିଲେ ସାରା ଜୀବନ ମଧ୍ୟ କମ୍ ପଡିଯିବ। ଏମିତିରେ ଯଦି ଏହି ସମ୍ପର୍କରେ ଧୋକା ମିଳିଥାଏ ତେବେ ପ୍ରେମ ଶବ୍ଦରୁ ବିଶ୍ବାସ ଉଠି ଯାଇଥାଏ।

କୁହାଯାଏ ଯେ ଯେଉଁମାନଙ୍କ ଜୀବନରେ ଥରେ ଧୋକା ମିଳିଛି ସେ ଅନ୍ୟ କାହାକୁ ନୁହେଁ ବରଂ ନିଜକୁ ଘ୍ରୁଣା କରିବାକୁ ଲାଗିଥାନ୍ତି। ସବୁ ସମୟରେ ନିରାସ ରହିବାକୁ ଲାଗିଥାନ୍ତି। ଏହା ମଧ୍ୟ ସତ ଯେ ଥରେ ପ୍ରେମରେ ଧୋକା ମିଳିଲେ ଜୀବନ ପୂରା କଠିନ ହୋଇଯାଇଥାଏ।

breakupଏହି ପରିସ୍ଥିତିରେ ପ୍ରେମୀ ଯୋଡି ଚିନ୍ତାରେ ରହିବାକୁ ଲାଗିଥାନ୍ତି ଏବଂ ଧୀରେ ଧୀରେ ଡିପ୍ରେସନର ଶିକାର ମଧ୍ୟ ହୋଇଯାନ୍ତି। ଏହି ସମୟରେ ସେ କୌଣସି ବି କାମ କଲେ ତାଙ୍କୁ ସଫଳତା ମିଳିନଥାଏ। ତେବେ ଆସନ୍ତୁ ଜାଣିବା ଲଭ ଲାଇଫରେ ମଣିଷ ଧୋକା କାହିଁକି ପାଇଥାନ୍ତି ? ଏହି ପ୍ରଶ୍ନରେ ଲୋକମାନେ ଅନେକ କାରଣ କହିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଜନ୍ମ କୁଣ୍ଡଳୀ ଅନୁଯାୟୀ କାରଣ ଜଣାଇବୁ। ଏହାଦ୍ବାରା ଆପଣ ଜାଣିପାରିବେ ଲଭ୍ ଲାଇଫରେ ଧୋକା କାହିଁକି ମିଳିଥାଏ।

love lifeଜ୍ୟେତିଷ ଶାସ୍ତ୍ର ଅନୁଯାୟୀ ଜନ୍ମ କୁଣ୍ଡଳୀର ପଞ୍ଚମ ଭାଗ ଯଦି ଅଶୁଭ ରହିଥାଏ ଖାସକରି ପଞ୍ଚମ ସ୍ଥାନରେ ଯଦି ଶନି ଅଶୁଭ ହୋଇ ବସି ରହିଥାଏ ତେବେ ପ୍ରେମରେ ଧୋକା ମିଳିଥାଏ। ଜ୍ୟେତିଷ ଅନୁସାରେ ଏହି ଭଳି କୁଣ୍ଡଳୀ ଥିବା ବ୍ୟକ୍ତି ବହୁତ ଇମୋସନାଲ ହୋଇଥାନ୍ତି।
ଯଦି ଜନ୍ମ କୁଣ୍ଡଳୀରେ ଶନି କିମ୍ବା ବୁଧ ବହୁତ ଖରାପ ଅବସ୍ଥାରେ ଥାଆନ୍ତି ତେବେ ଏହାର ସମ୍ବନ୍ଧ ପଞ୍ଚମ ଘର ହୋଇଗଲେ ପ୍ରେମରେ ଧୋକା ମିଳିଥାଏ।

ଏହାସବୁ ବ୍ୟତୀତ ପ୍ରେମର ଧୋକା ମିଳିବାର କାରଣ ହେଉଛି ବାସ୍ତୁ ଦୋଷ। ଏମିତି ପରିସ୍ଥିତିରେ କୌଣସି ବିଦ୍ବାନ ପଣ୍ଡିତଙ୍କୁ ଭେଟି ଏହି ବିଷୟରେ ସୂଚନା ଦିଅନ୍ତୁ ଏବଂ ଏହାର ନିବାରଣ ପାଇଁ ମଧ୍ୟ ଉପାୟ ଜାଣି ନିଅନ୍ତୁ। ଏପରି କଲେ ଲଭ୍ ଲାଇଫରେ ଧୋକା ମିଳିନପାରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button