ବିଚାର

ଏହି ୭ ପ୍ରକାରର ଝିଅଙ୍କୁ ପସନ୍ଦ କରନ୍ତିନି ପୁଅ, ଡେଟିଂରୁ ସବୁବେଳେ ନିଜକୁ ଦୂରେଇ ରଖନ୍ତି

ବିନା ସର୍ତ୍ତରେ ଯିଏ ଆପଣଙ୍କୁ ପ୍ରେମ କରୁଛି, ସେହି ବ୍ୟକ୍ତିଙ୍କ ସହ ସମ୍ପର୍କରେ ରହିବା ଜୀବନର ସବୁଠାରୁ ସୁନ୍ଦର ଉପହାର। କିନ୍ତୁ କେବେ କେବେ ଦେଖାଯାଏ କି, ଛୋଟମୋଟ ଘଟଣାକୁ ନେଇ ଅନେକ ପ୍ରେମିକ-ପ୍ରେମିକାଙ୍କ ଭିତରେ ମତାନ୍ତର, ମନାନ୍ତର ଘଟେ, ଯାହାକି ସମ୍ପର୍କରେ ତିକ୍ତତା ଆଣିବାରେ ଏକ ମୁଖ୍ୟ କାରଣ ସାଜିଥାଏ। ତେଣୁ ଆପଣଙ୍କୁ ସମ୍ପର୍କ ବନାଇବା ପୂର୍ବରୁ କେତେକ ବିଷୟ ଉପରେ ଧ୍ୟାନ ରଖିବାକୁ ପଡ଼ିବ। ଆପଣଙ୍କ ଜୀବନସାଥୀ ହେବାକୁ ଯାଉଥିବା ପୁଅ କିମ୍ବା ଝିଅ କେଉଁ ପ୍ରକାରର, ତାହା ଅନୁଧ୍ୟାନ କରିବାକୁ ପଡ଼ିବ। ଆଜି ଆମେ ଆପଣଙ୍କୁ ୭ ପ୍ରକାରର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କୁ ଡେଟିଙ୍ଗ୍‌ କରିବାକୁ ପୁଅମାନେ ପସନ୍ଦ କରନ୍ତି ନାହିଁ।

dating1

-ଯେଉଁ ଝିଅ ସବୁବେଳେ ନିଜ ପ୍ରେମିକଙ୍କଠାରୁ ଉପହାର ଆଶା ରଖିଥାଏ କିମ୍ବା ଛୋଟ ହେଉ କି ବଡ଼, କିଛି ନା କିଛି ଡିମାଣ୍ଡ କରିଥାଏ, ସେହିଭଳି ଝିଅଙ୍କଠୁ ଦୂରେଇ ରହିବା ଭଲ। କାରଣ, ପ୍ରେମିକଟି ଏ ସବୁ ପୂରଣ କରିବାକୁ ଅସମର୍ଥ ହେଲେ, ଉଭୟଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହେବାର ସମ୍ଭାବନା ଥାଏ।

-ଯେଉଁ ଝିଅମାନେ ସବୁ ସମୟରେ ଫୋନରେ ଲାଗିରହିଥାଆନ୍ତି, ସେହିଭଳି ଝିଅଙ୍କୁ ପୁଅମାନେ ପସନ୍ଦ କରନ୍ତି ନାହିଁ। କାହିଁକି ନା, ପ୍ରେମିକଟି ସବୁବେଳେ ଚାହେଁ ତା’ ପ୍ରେମିକା ତାକୁ ସମୟ ଦେଉ। ଯଦି ଏହିଭଳି ଝିଅଟି ମିଳେ, ତେବେ ପୁଅଟି ତାକୁ ଡେଟ୍‌ କରିବାକୁ ପସନ୍ଦ କରି ନ ଥାଏ।

-ଯେଉଁମାନେ ନିଜ ପୂର୍ବ ପ୍ରେମିକଙ୍କ ବିଷୟରେ କହିଥାଆନ୍ତି କିମ୍ବା ତାଙ୍କ ସହ ମଝିରେ ମଝିରେ ସମ୍ପର୍କ ରଖିଥାଆନ୍ତି, ତା’ହେଲେ ଆପଣଙ୍କୁ ଏଭଳି ଝିଅଠାରୁ ଦୂରେଇ ରହିବା ଭଲ।

love11

-ଝିଅମାନେ ସାଧାରଣତଃ ବାହାନା ବନାନ୍ତି। କିନ୍ତୁ ଯେବେ ସମ୍ପର୍କର କଥା ଉଠେ, ଝିଅଟି ସତ କହିବା ଜରୁରୀ। ତେଣୁ କିଛି ନା କିଛି ବାହାନା ବନାଉଥିବା ଝିଅଠାରୁ କେବେ ଆଶା କରିବା ଉଚିତ ନୁହେଁ। ଏଭଳି ସ୍ୱଭାବର ଝିଅଙ୍କୁ ପୁଅମାନେ ପସନ୍ଦ କରି ନ ଥାଆନ୍ତି। ପୁଅମାନେ ସବୁବେଳେ ଚାହାଁନ୍ତି, ଝିଅଟି ଭୁଲ୍‌ କରିବା ପରେ ନିଜ ଦୋଷକୁ ସ୍ୱୀକାର କରୁ।

-ଯେଉଁ ଝିଅମାନଙ୍କର ଅନେକ ସମସ୍ୟା ରହିଥାଏ, ଅର୍ଥାତ୍‌ ‘ଡ୍ରାମା କୁଇନ’ଙ୍କୁ ପୁଅମାନେ ପସନ୍ଦ କରନ୍ତି ନାହିଁ। ନିଜର ଅସୀମିତ ସମସ୍ୟା ଥିବା ଝିଅଙ୍କଠୁ ଦୁରେଇ ରହିବା ଉଚିତ।

-ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ଝିଅ ବାରମ୍ବାର ପ୍ରେମିକ ବଦଳାଇଥାଏ, ସେମାନଙ୍କୁ ସାବଧାନ। କାରଣ, ଏଭଳି ଝିଅଙ୍କ ଉପରେ ଭରସା ଆସି ନ ଥାଏ। ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହୋଇଥାଏ।

-ବିଶ୍ୱାସ ସବୁ ସମ୍ପର୍କର ମୂଳଦୁଆ। ଯଦି କେହି ନିଜ ସାଥୀଙ୍କ ଭରସା ଭାଙ୍ଗିଦେଇଥାଏ, ତା’ହେଲେ ସମ୍ପର୍କ ବେଶି ଦିନ ତିଷ୍ଠି ରହିପାରି ନ ଥାଏ। ଯେଉଁ ଝିଅମାନେ ସବୁବେଳେ ମିଛ କୁହନ୍ତି ଏବଂ କୌଣସି କଥାକୁ ଲୁଚାନ୍ତି, ପୁଅମାନେ ସେମାନଙ୍କୁ ପସନ୍ଦ କରନ୍ତି ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button