ସ୍ୱାସ୍ଥ୍ୟ

କାକୁଡ଼ି ଖାଇବା ପରେ ପାଣି ପିଇବା ଅନୁଚିତ୍‌, ଜାଣନ୍ତୁ କାହିଁକି

ଶରୀରକୁ ସୁସ୍ଥ ରଖିବା ପାଇଁ ସମସ୍ତେ ଖାଦ୍ୟ ସାଙ୍ଗରେ ସାଲାଡ୍‌ ସେବନ କରିବାକୁ ପସନ୍ଦ କରିଥାନ୍ତି। ସାଲାଡରେ ସବୁଠାରୁ ମୁଖ୍ୟ ପରିବା ହେଉଛି କାକୁଡ଼ି। ଏଥିରେ ପ୍ରଚୁର ପରିମାଣରେ ଜଳ ସହ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି ଯାହା ଶରୀରକୁ ଆବଶ୍ୟକୀୟ ପୁଷ୍ଟି ଯୋଗାଏ। କାକୁଡ଼ିରେ ଭିଟାମିନ୍‌ ସି, ଭିଟାମିନ୍‌ କେ, କପର, ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌, ମାଙ୍ଗାନିଜ୍‌ ଆଦି ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ। ଏହି ତତ୍ତ୍ୱ ଶରୀର ପାଇଁ ବେଶ୍‌ ଉପକାରୀ ହୋଇଥାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କାକୁଡ଼ି ଖାଇବା ପରେ ପାଣି ପିଇବା ଶରୀର ପାଇଁ ହାନିକାରକ ହୋଇଥାଏ। ଆସନ୍ତୁ ଜାଣିବା କାକୁଡ଼ି ଖାଇବା ପରେ ପାଣି ପିଇବା ଦ୍ୱାରା କି କ୍ଷତି ହୋଇଥାଏ…

 

  • କାକୁଡ଼ିରେ ଥିବା ପୋଷକ ତତ୍ତ୍ୱ ତ୍ୱଚା ଓ କେଶ ପାଇଁ ବେଶ୍‌ ଲାଭକାରୀ ହୋଇଥାଏ। ଏଭଳିସ୍ଥିତିରେ ଏହାକୁ ଖାଇବା ପରେ ଯଦି ପାଣି ପିଉଛନ୍ତି ତେବେ ଆବଶ୍ୟକ ପୋଷକ ତତ୍ତ୍ୱ ପାଇବାରୁ ବଞ୍ଚିତ ହୋଇପାରନ୍ତି। ଏଣୁ କଞ୍ଚା ପରିବା କିମ୍ବା ଫଳ ଖାଇସାରିବା ପରେ ପାଣି ପିଇବାକୁ ମନା କରାଯାଏ।
  • କାକୁଡ଼ି ଖାଇବା ପରେ ପାଣି ପିଇବା ଦ୍ୱାରା ଜିଆଇ ଗତିଶୀଳତା ବଢ଼ିଯାଏ, ଫଳରେ ପାଚନ ଓ ଅବଶୋଷଣର ପ୍ରାକୃତିକ ପ୍ରକ୍ରିୟା ବ୍ୟାହତ ହୋଇଥାଏ।

10 Health Benefits Of Cucumbers—Plus Nutrition Info And Recipes

  • ଏହା ଦ୍ୱାରା ଏସିଡିଟି ଭଳି ସମସ୍ୟା ମଧ୍ୟ ଉପୁଜିପାରେ।
  • କାକୁଡ଼ି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦେଖାଯାଏ ନାହିଁ। କିନ୍ତୁ କାକୁଡ଼ି ଖାଇବା ପରେ ଯଦି ଆପଣ ପାଣି ପିଉଛନ୍ତି ତେବେ ଡାଇରିଆ ଓ ଲୁଜ୍‌ ମୋସନ୍‌ ଭଳି ସମସ୍ୟା ଦେଖାଯାଇପାରେ।
  • ଏଣୁ କାକୁଡ଼ି ଖାଇବାର ୨୦ ମିନିଟ୍‌ ଯାଏଁ ପାଣି ନ ପିଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button