ଦେଶ ବିଦେଶ

ମାତ୍ର ୩୨ ବର୍ଷ ବୟସରେ ଆପଣଙ୍କ ଶରୀର ହୋଇଯିବ ଦୁର୍ବଳ, ଯଦି କରିବେ ଏହି ୪ଟି କାମ

ସକାଳୁ ଶଯ୍ୟା ତ୍ୟାଗ କରିବା ଅନେକ ଲୋକଙ୍କର ଅଭ୍ୟାସ ଥାଏ। କିନ୍ତୁ କେତେଜଣ ସକାଳୁ ସକାଳୁ ଏମିତି ସବୁ କାମ କରିବସନ୍ତି, ଯାହାଫଳରେ ସେମାନଙ୍କ ଶରୀର ଦୁର୍ବଳ ହୋଇଯାଏ। ଆସନ୍ତୁ ଜାଣିବା କ’ଣ ସେ ସବୁ ଭୁଲ୍ କାମ ଆପଣ କରିଥାଆନ୍ତି।

pani11

-ପାଣି ପିଇବା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ ସକାଳୁ ଉଠିବା ପରେ କୁଳୁକୁଚା ନ କରି ପାଣି ପିଇବା ହାନିକାରକ ହୋଇଥାଏ। କାରଣ, ରାତି ସାରା ଆମ ମୁହଁରେ ବ୍ୟାକ୍ଟେରିଆ ରହିଥାଆନ୍ତି, ଯାହା ପାଣି ସହିତ ଆମ ପେଟକୁ ଚାଲିଯାଏ। ଆଉ ଆମକୁ ପେଟ ସମସ୍ୟା ଦେଖାଦିଏ।

-ସକାଳୁ ଉଠିବା ମାତ୍ରେ ବହୁତ ଲୋକଙ୍କର ମୋବାଇଲ୍ ଚଲେଇବାର ଅଭ୍ୟାସ ରହିଥାଏ। ଏହି ଭୁଲ୍ କାମ ଆଖି ଉପରେ ଖରାପ ପ୍ରଭାବ ପକାଇଥାଏ। ଆଖିର ଉଜ୍ଜ୍ୱଳତା କମ୍ ହେବାରେ ଲାଗିଥାଏ। ତେଣୁ ଏପରି କରନ୍ତୁ ନାହିଁ।

mobile2

-କିଛି ଲୋକ ସକାଳୁ ଉଠିଲେ ବିନା କୁଳୁକୁଚାରେ ବେଡ୍ ଉପରେ ଚା’ ପିଇଥାଆନ୍ତି। ଏମିତି କଲେ, ପେଟରେ ଗ୍ୟାସ୍‌, ଏସିଡିଟି ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ସକାଳୁ ଉଠିବାର କିଛି ସମୟ ପରେ ଚା’ ପିିଇବା ଉଚିତ।

-କେତେକ ଲୋକ ସକାଳୁ ଉଠି ସଙ୍ଗେ ସଙ୍ଗେ ଗାଧୋଇ ଥାଆନ୍ତି। ସକାଳେ ଶରୀରର ତାପମାତ୍ରା ବହୁତ ଅଧିକ ରହିଥାଏ। ତେଣୁ ସକାଳୁ ଉଠି ଗାଧୋଇଲେ, ଆପଣ ଅସୁସ୍ଥ ହୋଇପାରନ୍ତି। ତେଣୁ ଉଠିବାର ୨୦ରୁ ୨୫ ମିନିଟ୍ ପରେ ସ୍ନାନ କରିବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button