ମନୋରଞ୍ଜନ

ଆପଣ କେବେ ଚାଖିଛନ୍ତି କି ‘ଫ୍ରାଏଡ ରାଇସ୍‌ ସମୋସା’ ଏମିତି କରନ୍ତୁ ପ୍ରସ୍ତୁତ

ଆପଣ ସିଙ୍ଗଡା ତ ନିଶ୍ଚିତ ଭାବେ ଖାଇଥିବେ। ତାହା ଆଳୁରେ ପ୍ରସ୍ତୁତ ହେଉଥାଉ କିମ୍ବା ଚାଓମିନ୍‌ରେ। କିନ୍ତୁ କେବେ ଫ୍ରାଏଡ ରାଇସ୍‌ ସିଙ୍ଗଡା ଖାଇଛନ୍ତି କି ? ଏହା ଖାଇବାକୁ ବହୁତ ସ୍ୱାଦିଷ୍ଟ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଫ୍ରାଏଡ ରାଉସ ସମୋସା…

ଆବଶ୍ୟକୀୟ ସାମଗ୍ରୀ :

୨ କପ୍‌ ମଇଦା

ତେଲ

ଲୁଣ

ଏକ କପ୍‌ ଭାତ

୧ କପ୍‌ କଟା ହୋଇଥିବା ପରିବା

୧ ଟେବୁଲଚାମଚ ଟମାଟୋ ସସ୍‌

୧ ଟେବଲଚାମଚ ସୋୟା ସସ୍‌

୧ ଚାମଚ ଚିଲି ସସ୍‌

ଧନିଆପତ୍ର

ରିଫାଇନ ତେଲ

SAMOSA 6

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ପ୍ୟାନରେ ତେଲ ଗରମ କରି ସେଥିରେ ସବୁ ପରିବା ପକାଇ ଅଧା ଭାଜି ଦିଅନ୍ତୁ। ତାପରେ ସେଥିରେ ଭାତ ପକାଇବା ପରେ ସସ୍‌ ସବୁ ପକାନ୍ତୁ। ଏବେ ଏଥିରେ ଲୁଣ ପକାଇ ୨ ମିନିଟ୍‌ ପର୍ଯ୍ୟନ୍ତ ଭଲ ଭାବେ ମିଶାଇ ଦିଅନ୍ତୁ। ଆଞ୍ଚରୁ କାଢି ଏହାକୁ ଥଣ୍ଡା କରି କଟା ହୋଇଥିବା ଧନିଆ ପତ୍ର ମିଶାଇ ଦିଅନ୍ତୁ।

ଏବେ ମଇଦାରେ ଅଳ୍ପ ଲୁଣ ପକାଇ ଚକଟା ପ୍ରସ୍ତୁତ କରି ବେଲି ଦିଅନ୍ତୁ। ଏହାକୁ ସିଙ୍ଗଡା ତିଆରି କରିବା ଭଳି ଆକାରରେ କାଟି ସେଥିରେ ଫ୍ରାଏଡ ରାଇସ୍‌କୁ ଭରନ୍ତୁ। ଏବେ ଏହାକୁ ମୋଡି ପାଣି ଦେଇ ସିଲ କରିଦିଅନ୍ତୁ। ଏବେ ଏହାକୁ ତେଲରେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଫ୍ରାଏଡ ରାଇସ ସମୋସା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button