ମନୋରଞ୍ଜନ

ଏହି ମୂଳମନ୍ତ୍ରକୁ ସମ୍ପର୍କରେ ବେଷ୍ଟ ବୋଲି ଭାବିଥାନ୍ତି ଐଶ୍ଵର୍ଯ୍ୟା ଏବଂ ଅଭିଷେକ ବଚ୍ଚନ

ଅଭିଷେକ ଏବଂ ଐଶ୍ଵର୍ଯ୍ୟା ବଲିଉଡର ଲୋକପ୍ରିୟ କପୁଲଙ୍କ ମଧ୍ୟରେ ସାମିଲ ଅଛନ୍ତି। ସେମାନଙ୍କ ବିବାହକୁ ବହୁତ ବର୍ଷ ହୋଇଯାଇଥିଲେ ମଧ୍ୟ ଆଜି ବି ତାଙ୍କ ଭଲପାଇବା ଏବଂ ଭରଷା ମଜବୁତ ହୋଇକି ରହିଛି। ଦୁହେଁ ବହୁତ ପପୁଲାର ଷ୍ଟାର ଅଟନ୍ତି ଏବଂ ନିଜ ନିଜ କାମକୁ ନେଇ ବ୍ୟସ୍ତ ରହୁଛନ୍ତି। କିନ୍ତୁ ସବୁ ପରେ ବି ସେମାନେ ଦୁହିଁଙ୍କର ଧ୍ୟାନ ରଖିଥାନ୍ତି ଏବଂ ଦୁହିଁଙ୍କୁ ସମୟ ଦେଇଥାନ୍ତି। ବିବାହ ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା କମିଯାଏ ବୋଲି ସମସ୍ତେ ଭାବନ୍ତି କିନ୍ତୁ ଅଭିଷେକ ଏବଂ ଐଶ୍ଵର୍ଯ୍ୟାଙ୍କ କ୍ଷେତ୍ରରେ ଏମିତି ହୋଇନାହିଁ। ଯେତେ ଭଲ ପାଇବା ତାଙ୍କ ବିବାହ ସମୟରେ ଥିଲା ଠିକ ସେହିଭଳି ଭଲପାଇବା ଏବେ ବି ରହିଛି। ଯଦି ଆପଣଙ୍କୁ ମଧ୍ୟ ବିବାହର ସମୟ ହୋଇ ଯାଇଛି କିମ୍ବା ଆପଣଙ୍କ ମଧ୍ୟରେ ଭଲ ପାଇବା କମି ଗଲାଣି ତେବେ ଏହି କପୁଲଙ୍କ କଥା ଉପରେ ଧ୍ୟାନ ଦିଅନ୍ତୁ।

ଭରଷା

ବିବାହରେ ପ୍ରେମ ଠାରୁ ଭରଷା ରହିବା ଅଧିକ ଆବଶ୍ୟକ। ଅଭିଷେକ ଏବଂ ଐଶ୍ଵର୍ଯ୍ୟାଙ୍କ ମଧ୍ୟରେ ଭରଷାର ଅଭାବ ନାହିଁ ସେ ଦୁହିଁ ଜଣଙ୍କୁ ଜଣେ ଜଣଙ୍କ ଉପରେ ବହୁତ ଭରଷା ରହିଛି। ଏବଂ ତାଙ୍କ ଭିତରେ କେହି ମଧ୍ୟ ଆସି ପାରିବେ ନାହିଁ।

ହେଲ୍ଦି ଫାଇଟ

Crazy-and-lovely-Indian-couple-love-hugs-wallpapersହେଲ୍ଦି ଫାଇଟ ସମ୍ପର୍କକୁ ବହୁତ ମଜବୁତ କରିଦେଇଥାଏ କାରଣ ଏମିତି ହେବା ଦ୍ବାରା ଆପଣ ଦୁହେଁ ଜଣେ ଜଣଙ୍କ ଆଡକୁ ଅଧିକ ଯୋଡି ହୋଇଯାନ୍ତି। ଏମିତି ଅଭିଷେକ ଏବଂ ଐଶ୍ଵର୍ଯ୍ୟାଙ୍କ ସହିତ ମଧ୍ୟ ହୋଇଥାଏ। ସେମାନଙ୍କ ମଧ୍ୟରେ ବି ହେଲ୍ଦି ଫାଇଟ ହୋଇଥାଏ। କିନ୍ତୁ ଏହି ଝଗଡାରୁ ତାଙ୍କ ସମ୍ପର୍କ ଉପରେ କୌଣସି ପ୍ରଭାବ ପକାଇ ନଥାଏ।

ଝଗଡା ପରେ ମନାଇବା

ସମ୍ପର୍କରେ କେବେବି ଅଂକାର ରଖିବା ଉଚିତ ନୁହେଁ। ନଚେତ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ। ଏଥିପାଇଁ ଯେତେବେଳେ ବି ତାଙ୍କ ଭିତରେ ଝଗଡା ହୋଇଥାଏ ତାହାକୁ ସୁଧାରିବା ପାଇଁ ଦୁଇ ଜଣ ଲଗେିଥାନ୍ତି। ନିଜ ଗର୍ବ ଅଂହକାରକୁ ଆପଣ ସମ୍ପର୍କରେ ଆଣିବା ଉଚିତ ନୁହେଁ।

ବୁଝମଣା

ଜୀବନରେ ବହୁତ କିଛି ଜିନିଷ ପାଇଁ ବୁଝାମଣା କରିବାକୁ ପଡିଥାଏ। ଏହା ଆପଣ ନିଷ୍ପତି ନେବା ଆବଶ୍ୟକ ଯେ ସେହି ବୁଝାମଣା ଭଲ ପାଇଁ ନା ଖରାପ ପାଇଁ। ବିବାହରେ ବହୁତ ଜିନିଷକୁ ସାଲିସ କରିବାକୁ ପଡିଥାଏ। କିନ୍ତୁ ଏହି ସାଲିସକୁ ଭଲରେ ନେବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button