ବିଚାର

ଦୁଇ ଘଣ୍ଟାରୁ ଅଧିକ ସମୟ ଗୋଟିଏ ସ୍ଥାନରେ ବସି ରହୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

କଣ ଆପଣମାନେ ମଧ୍ୟ ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସି କାମ କରିବାର ଅଭ୍ୟାସ ରଖିଛନ୍ତି କି, ଯଦି ହଁ ତେବେ ହୋଇଯାଆନ୍ତୁ ସାବଧାନ। ଆଜ୍ଞା ହଁ ଏହି କଥା କେବଳ ଆମେ ଆପଣଙ୍କୁ କହୁନାହୁଁ ବରଂ ଏକ ରିସର୍ଚ୍ଚରେ କୁହାଯାଇଛି ଦୁଇ ଘଣ୍ଟାରୁ ଅଧିକ ସମୟ ଗୋଟିଏ ପୋଜିସନ୍‌ ରେ ବସି ରହିବା ଦ୍ୱାରା ଅନେକ ସସମ୍ୟା ଦେଖାଯାଇଥାଏ। ତେବେ ଜାଣନ୍ତୁ ଶରୀରରେ କେଉଁ ପ୍ରକାର କ୍ଷତି ହୋଇଥାଏ।

-ଗୋଟିଏ ସ୍ଥାନରେ ଅଧିକା ସମୟ ବସିବା ଦ୍ୱାରା ପିଠିର ମାଂସପେଶୀ ଏବଂ ମେରୁ ହାଡ ଉପରେ ପ୍ରଭାବ ପଡ଼ିଥାଏ।

-ବଙ୍କା ହୋଇ ବସିବା ଦ୍ୱାରା ମେରୁ ହାଡର ଜଏଣ୍ଟ ଖରାପ ହେବା ସହ ପିଠି ଯନ୍ତ୍ରଣା ହେବା ସହ ବେକରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ।

back-pain

-ଗୋଟିଏ ସ୍ଥାନରେ ଅଧିକ ସମୟ ବସିବା ଦ୍ୱାରା ଆମର ମାଂସପେଶୀ କ୍ରିୟାଶୀଳ ରହିନଥାଏ। ଏହିକାରଣରୁ ଆମ ମସ୍ତିଷ୍କକୁ ସତେଜ ରକ୍ତ ଏବଂ ଅକ୍ସିଜେନ୍‌ ମିଳି ପାରିନଥାଏ।

-ଏହା ବ୍ୟତୀତ ଗୋଟିଏ ସ୍ଥାନରେ ଅଧିକ ସମୟ ବସି କାମ କରିବା ଦ୍ୱାରା ମାଂସପେଶୀ ଗୁଡିକର ମୋଟାପଣ ବଢିଥାଏ, ଯେଉଁକାରଣରୁ ଫ୍ୟାଟ ଏସିଡ୍‌ ଶରୀରରେ ସମସ୍ୟା ସୃଷ୍ଟି କରିଥାଏ।

-ବହୁତ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି କାମ କରିବା ଦ୍ୱାରା କୋଲେଷ୍ଟ୍ରଲର ସ୍ତର ମଧ୍ୟ ବୃଦ୍ଧି ହୋଇଥାଏ ଏବଂ ଏଥିସହ ଅନେକ ଗମ୍ଭୀର ରୋଗର ମଧ୍ୟ ଶିକାର ହୋଇପାରନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button