ଦେଶ ବିଦେଶ

ବର୍ଷାଦିନେ ବାଇକ୍‌ ଚଲାଉଥିଲେ ଏସବୁ ଦିଗ ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ, ହେବନି ଦୁର୍ଘଟଣା

ବର୍ତ୍ତମାନ ଋତୁ ପରିବର୍ତ୍ତନ ଯୋଗୁ କେତେବେଳେ ଯେ କେଉଁ ଭଳି ପାଗ ହେଉଛି କିଛି ଜଣାପଡ଼ୁନାହିଁ। ସକାଳେ ମୁଣ୍ଡଫଟା ଖରା ହେଉଥିବା ବେଳେ ସନ୍ଧ୍ୟାରେ ନିର୍ଧୁମ୍‌ ବର୍ଷା ଛେଚୁଛି। ଏଣୁ ଏଭଳି ପରିସ୍ଥିତିର ମୁକାବିଲା କରିବାକୁ ଲୋକମାନେ ସବୁବେଳେ ତୟାର ଥିବା ଦେଖିବାକୁ ମିଳୁଛି। ବର୍ଷା ପାଇଁ ଆମେ ଯେତେ ପ୍ରସ୍ତୁତ ଥିଲେ ମଧ୍ୟ ଗାଡ଼ିରେ ଯିବା ଆସିବା ବେଳେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ବର୍ଷା ବେଳେ ରାସ୍ତା ଖସଡ଼ା ଥିବାରୁ ବାଇକ୍‌ ଚଳାଇବା ବିପଦଜନକ ହୋଇଥାଏ। ଆପଣ ମଧ୍ୟ ଯଦି ବର୍ଷା ବେଳେ ବାଇକ୍‌ ନେଇ ଯାତ୍ରା କରୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ କେତେକ ଟିପ୍ସ କହିବାକୁ ଯାଉଛୁ, ଯାହା ଆପଣଙ୍କୁ ସୁରକ୍ଷିତ ବାଇକ୍‌ ରାଇଡିଂ କରିବାରେ ସାହାଯ୍ୟ କରିବ…

ହେଲ୍‌ମେଟ୍‌ ପିନ୍ଧନ୍ତୁ:

ବିନା ହେଲ୍‌ମେଟ୍‌ରେ କୌଣସି ଋତୁରେ ମଧ୍ୟ ବାଇକ୍‌ ଚଲାଇବା ଉଚିତ୍‌ ନୁହେଁ। ତେବେ ବର୍ଷାଋତୁରେ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ। ହେଲ୍‌ମେଟ୍‌ ଦୁର୍ଘଟଣାରୁ ମୁଣ୍ଡକୁ ରକ୍ଷା କରୁଥିବା ବେଳେ ଏହାର ସାମ୍ନା କାଚ ଆଖି ଭିତରକୁ ପାଣି ପଶିବାକୁ ଦେଇନଥାଏ। ଫଳରେ ଆରାମରେ ଜଣେ ବାଇକ୍‌ ଚଲେଇପାରିଥାଏ।

ଫିଙ୍ଗର ଓ୍ଵାଇପର ବ୍ୟବହାର କରନ୍ତୁ:

ବର୍ଷାଦିନେ ହେଲମେଟ୍‌ ଉପରକୁ ଆସୁଥିବା ପାଣି ଯୋଗୁ ଧ୍ୟାନ ଏପଟସେପଟ ହୋଇଥାଏ, ଫଳରେ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଏ। ଏଥିରୁ ମୁକ୍ତିପାଇଁ ଆପଣ ବଜାରରେ ମିଳୁଥିବା ଫିଙ୍ଗର ଓ୍ଵାଇପର ବ୍ୟବହାର କରିପାରିବେ। ଏହି ଓ୍ଵାଇପରକୁ ଆଙ୍ଗୁଠିରେ ପିନ୍ଧି ବର୍ଷା ବେଳେବେଳେ ଆପଣ ହେଲ୍‌ମେଟ୍‌ ପୋଛି ପାରିବେ। ଫଳରେ ରାସ୍ତା ପରିଷ୍କାର ଦିଶିବ ଓ ଦୁର୍ଘଟଣାର ଭୟ ରହିବନାହିଁ।

ସାମ୍ନା ଗାଡ଼ିକୁ ଫଲୋ କରନ୍ତୁ:

ବର୍ଷାଦିନେ କେବେ ବି କୌଣସି ଗାଡ଼ିକୁ ଓଭରଟେକ୍‌ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଗାଡ଼ି ସ୍ଲିପ୍‌ କରିବା ଭୟ ରହିଥାଏ। ସବୁବେଳେ ସାମ୍ନାରେ ଯାଉଥିବା ଗାଡ଼ିକୁ ଫଲୋ କରନ୍ତୁ। ଏହାଦ୍ୱାରା ରାସ୍ତାରେ ଥିବା ଗାତ କିମ୍ବା ପଥର ପଡ଼ିଥିଲେ ଜାଣିପାରି ସତର୍କ ରହିପାରିବେ।

ଅଧିକ ପାଣିଥିବା ରାସ୍ତାରେ ଯାଆନ୍ତୁ ନାହିଁ:

ବର୍ଷାଦିନେ ରାସ୍ତାରେ ବେଳେବେଳେ ଆଣ୍ଠୁଏ ଲେଖାଏଁ ପାଣି ଜମିଯାଇଥାଏ। ଆପଣ ବାଟରେ ଯିବା ବେଳେ ଯଦି ସେଭଳି କୌଣସି ଅଧିକ ପାଣିଥିବା ରାସ୍ତା ଦେଖୁଛନ୍ତି ତେବେ ସେହି ରାସ୍ତାରେ ଆଦୌ ଯାଆନ୍ତୁ ନାହିଁ। ସବୁ ରାସ୍ତା ସମତଳ ହୋଇଥିବ ବୋଲି କିଛି ମାନେ ନାହିଁ। ରାସ୍ତାରେ ବଡ଼ ଗାତ ମଧ୍ୟ ଥାଇପାରେ, ଯେଉଁଥିରେ ବାଇକ୍‌ ସମେତ ଆପଣ ମଧ୍ୟ ଫସିଯାଇପାରନ୍ତି। ଏଣୁ ଏଭଳି ରାସ୍ତାରେ ଯିବାରୁ ବିରତ ରୁହନ୍ତୁ।

ଲାଇଟ୍‌ ଲଗାନ୍ତୁ:

ବର୍ଷା ବେଳେ ସାମ୍ନାପଟ ପରିଷ୍କାର ଦେଖାଯାଇନଥାଏ। ଏଭଳି ପରିସ୍ଥିତିରେ ସବୁବେଳେ ଲାଇଟ୍‌ ଲଗାଇ ଯାତାୟାତ କରନ୍ତୁ। ଦୁର୍ଘଟଣା ଆଶଙ୍କା କମ୍‌ ରହିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button