ଖବର କାଗଜକୁ ନ ଫୋପାଡି ଏମିତି କରନ୍ତୁ ପୁନଃ ବ୍ୟବହାର, ସ୍ୱାମୀ ହୋଇଯିବେ ଖୁସି

ଆମର ଦୈନ୍ୟନ୍ଦିନ ଜୀବନରେ ଖବର କାଗଜ ବହୁତ ବଡ ଭୂମିକା ଗ୍ରହଣ କରିଥାଏ। ଦିନର ଆରମ୍ଭ ସକାଳର ଚା ସହିତ ଖବର କାଗଜକୁ ନେଇ ହୋଇଥାଏ। ଯଦି ଗୋଟିଏ ଦିନ ବି ଖବର କାଗଜ ନ ଆସେ ତେବେ ଚା’ର ସ୍ୱାଦ ଫିକା ପଡିଯାଇଥାଏ। ସାଧାରଣତଃ ଏହାକୁ ପଢ଼ିବା ପରେ ଅଧିକାଂଶ ଲୋକମାନେ ଏହାକୁ ଫିଙ୍ଗି ଦିଅନ୍ତି। କିନ୍ତୁ ଆପଣ ଜାଣିନାହାନ୍ତି ଯେ ଖବର କାଗଜକୁ ଆପଣ ପୁର୍ନବାର ବ୍ୟବହାର ଉପଯୋଗୀ କରାଇପାରିବେ। ସେଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାକୁ ଆପଣ ଘରର ସଫା କାର୍ଯ୍ୟରେ ଏବଂ ଅନ୍ୟାନ୍ୟ କାମରେ ଏହାକୁ ବ୍ୟବହାର କରିପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପୁନଃବ୍ୟବହାର।
-ଯଦି ବହୁତ ସଫା କରିବା ପରେ ମଧ୍ୟ ଆପଣଙ୍କ କାଚ ଝରକା, କବାଟ ଏବଂ ଫ୍ରେମରେ ଚମକ ଆସୁନାହିଁ ତେବେ ଥରେ ଖବର କାଗଜରେ ଏହି ସବୁକୁ ସଫା କରିଦେଖନ୍ତୁ। ଖବର କାଗଜକୁ ସାମାନ୍ୟ ପାଣିରେ ଭିଜାଇ ସଫା କରିବା ଦ୍ୱାରା ଏହାର ହଜି ଯାଇଥିବା ଚମକ ଫେରିଆସିଥାଏ।
-ଫ୍ରିଜରେ ସବୁଜ ପନିପରିବା ଗୋଟିଏ ଦୁଇ ଦିନରେ ସୁଖି ଯାଇଥାଏ ଆଉ ଏମିତିରେ ଏହସବୁକୁ ଖବର କାଗଜରେ ଗୁଡାଇ ରଖନ୍ତୁ। ଖବର କାଗଜରେ ଗୋଡାଇ ରଖିଥିବା ସବୁଜ ପନିପରିବା ତାଜା ରହିଥାଏ।
-ଯଦି ଆପଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସିଫ୍ଟ ହେଉଛନ୍ତି ତେବେ କାଚ ସାମଗ୍ରୀକୁ ସାବଧାନରେ ନେବା ଜରୁରୀ। ଏଥିପାଇଁ ଆପଣ କାଚ ସାମଗ୍ରୀକୁ ଖବର କାଗଜରେ ଭଲ ଭାବେ ଗୋଡାଇ ରଖନ୍ତୁ। ଏହାଦ୍ୱାରା କାଚ ଜିନିଷ ଉପରେ କୌଣସି ଚାପ ପଡିନଥାଏ।
-ଯଦି ଆପଣଙ୍କ ପାଖରେ ବ୍ରାଉନ ପେପର ନାହିଁ ତେବେ ଖବର କାଗଜକୁ ବହି କିମ୍ବା ଖାତାର କଭର କରିପାରିବେ।
-ଯଦି ଆପଣ କ୍ରୀଏଟିଭ୍ ତେବେ ଆପଣ ଖବର କାଗଜ ସାହାଯ୍ୟରେ ବିଭିନ୍ନ ପ୍ରକାରର ଫ୍ଲାଓ୍ଵାର ବେସ୍, ଲ୍ୟାମ୍ପ ସେଡ, ଘଣ୍ଟାର କଭର ଆଦି କାମରେ ବ୍ୟବହାର କରିପାରିବେ।



