ନିଜ ସାଥିଙ୍କୁ ବନାଇ ଖୁଆନ୍ତୁ ‘ଖୁଆ ହାର୍ଟ ମିଠା’, ଦେଖିବେ ତାଙ୍କ ପ୍ରେମ ଆପଣଙ୍କ ପାଇଁ କେତେ ବଢ଼ିଯିବ

ଆପଣଙ୍କ ପ୍ରେମୀ କିମ୍ବା ସ୍ୱାମୀ କୌଣସି କାରଣରୁ ଆପଣଙ୍କ ଉପରେ ରାଗିଥିଲେ କିମ୍ବା ଅଭିମାନ କରିଥିଲେ ନିଜ ହାତରେ ତାଙ୍କ ପାଇଁ କିଛି ସ୍ପେଶାଲ କରନ୍ତୁ। ତେବେ ଆପଣ ତାଙ୍କ ରାଗକୁ ଶାନ୍ତ କରିବା ପାଇଁ ହାର୍ଟ ସେପର ମିଠା ବନାଇ ତାଙ୍କୁ ସରପ୍ରାଇଜ୍ କରିପାରିବେ। ଦେଖିବେ ଏହି ମିଠାକୁ ଦେଖି ତାଙ୍କ ରାଗ କେମିତି ଉଭାନ ହୋଇଯିବ। ତାହାଲେ ଆସନ୍ତୁ ଜାଣିବା ଏହାକୁ କେମିତି ପ୍ରସ୍ତୁତ କରିବେ।
ସାମଗ୍ରୀ
ମାଓ୍ଵା – ୨୫୦ ଗ୍ରାମ
ଚିନି ପାଉଡର – ୧୦୦ ଗ୍ରାମ
ମିଲ୍କ ପାଉଡର – ୧୦୦ ଗ୍ରାମ
ବାଦାମ – ୫୦ ଗ୍ରାମ (କଟା ହୋଇଥିବା)
ବାଦାମ ଚୂରା – ୩ ଛୋଟ ଚାମଚ
ରୋଜ୍ କଲର – ଦୁଇ ବୁନ୍ଦା
ରୋଜ ଆସେନ୍ସ – ୨ ବୁନ୍ଦା
ପ୍ରସ୍ତତି ପ୍ରଣାଳୀ
ସର୍ବପ୍ରଥମେ କଡାରେ ଖୁଆ ଏବଂ ଦୁଇ ବୁନ୍ଦା ରୋଜ୍ କଲର ମିଶାଇ ଏହାକୁ ଭଲଭାବେ ମିକ୍ସ କରନ୍ତୁ। ଏହାକୁ ୫ ମିନିଟ ମଧ୍ୟମ ଆଞ୍ଚରେ ସେକି ଦିଅନ୍ତୁ। ଏବେ ଆଞ୍ଚ ବନ୍ଦ କରି ଏଥିରେ ସବୁ ସାମଗ୍ରୀକୁ ପକାଇ ଦିଅନ୍ତୁ। ଏହାକୁ ମିଶାଇ ଦେଖନ୍ତୁ ମିଶ୍ରଣ ଠିକ୍ ହୋଇଛି ନା ନାହିଁ। ଏବେ ଏହାକୁ କାଜୁ ବର୍ଫିର ମୋଟା ଆକାର ରଖି ବେଲି ଦିଅନ୍ତୁ। ଏହାପରେ ଏହାକୁ ହାର୍ଟ ସେପର କଟର ସାହାଯ୍ୟରେ କାଟି ଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତତ ହୋଇଯାଇଛି ସୁନ୍ଦର ଏବଂ ସ୍ୱାଦିଷ୍ଟ ହାର୍ଟ ସେପର ମିଠା।



