ଦେଶ ବିଦେଶ

ମହୁ ମଧ୍ୟ ନେଇପାରେ ଆପଣଙ୍କ ଜୀବନ, ଏହି ଚାରିଟି ଜିନିଷ ସହିତ ସେବନ କରିବା ହୋଇପାରେ ହାନିକାରକ

ଦୁନିଆର ସବୁଠାରୁ ମିଠା ଜିନିଷ ହେଉଛି ମହୁ। ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଆୟୁର୍ବେଦ ଔଷଧ ସହିତ ମହୁ ସେବନ କଲେ ଏହାର ଫାଇଦା ମିଳିଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଏହି ମହୁ ମଧ୍ୟ ଆପଣଙ୍କ ଜୀବନ ନେଇପାରେ। କେତେକ ଜିନିଷ ରହିଛି, ଯାହା ସହିତ ମହୁ ମିଶାଇ ଖାଇବା ସହ ତାହା ବିଷ ଭଳି କାମ କରିଥାଏ। ଆସନ୍ତୁ ଜାଣିନେବା କାହା ସହ ମହୁ ଖାଇବା ଉଚିତ ନୁହେଁ। ଭୁଲ୍‌ରେ କେବେ ବି ଏହି ଚାରିଟି ଜିନିଷ ସହିତ ମହୁ ମିଶାଇ ଖାଆନ୍ତୁ ନାହିଁ। ନଚେତ ଅନେକ ଶାରିରୀକ ସମସ୍ୟାର ସମ୍ମୁଖୀନ ହେବେ।

ଗରମ ଖାଦ୍ୟ ସହ :

କେବେ ହେଲେ ମଧ୍ୟ ମହୁ ଗରମ ଜିନିଷ ସହିତ ଖାଆନ୍ତୁ ନାହିଁ। ଗରମ ଜିନିଷ ସହ ଖାଇବା ଯୋଗୁଁ ଏହା ବିଷରେ ପରିଣତ ହୋଇଯାଏ।

honey 1

ମୂଳା :

ମହୁ ସହିତ ମୂଳା କେବେ ହେଲେ ମଧ୍ୟ ଖାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା ଶରୀରରେ ଟକ୍ସିନ ବଢିବାକୁ ଲାଗିଥାଏ। ଫଳରେ ଅନେକ ଶାରିରୀକ ସମସ୍ୟା ଦେଖାଦିଏ। ମୂଳା ଖାଇବାର ଘଣ୍ଟାଏ ପରେ ହିଁ ମହୁ ଖାଇବା ଉଚିତ।

ଗରମ ପାଣି :

ସବୁବେଳେ ଲୋକ ଓଜନ କମ୍‌ କରିବା ପାଇଁ ଗରମ ପାଣି ସହିତ ମହୁ ମିଶାଇ ପିଅନ୍ତି। କିନ୍ତୁ ଏପରି କରିବା ଉଚିତ ନୁହେଁ। ଅଧିକ ଗରମ ପାଣିରେ ମହୁ ମିଶାଇ ପିଇବା ଦ୍ୱାରା ଶରୀରରେ ଉଷ୍ମତା ବୃଦ୍ଧି ହେବାକୁ ଲାଗିଥାଏ। ଯେଉଁଥି ପାଇଁ ପେଟ ସମ୍ବନ୍ଧୀୟ ସମସ୍ୟା ଦେଖିବାକୁ ମିଳିଥାଏ। ଆପଣ ଅଳ୍ପ ଉଷୁମ ପାଣିରେ ମହୁମିଶାଇ ପିଇପାରିବେ।

 

ଚା କିମ୍ବା କଫି :

ଚା’ କିମ୍ବା କଫି ସହିତ ମହୁ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ମଧ୍ୟ ଶରୀରରେ ତାପମାତ୍ରା ବୃଦ୍ଧି ପାଏ ଯେଉଁଥିପାଇଁ ଷ୍ଟ୍ରେସ ବଢିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button