ଦେଶ ବିଦେଶ

ଅଫିସ୍‌ରେ ଆଫେୟାର ପଡିପାରେ ଆପଣଙ୍କୁ ମହଙ୍ଗା, ପୂର୍ବରୁ ହୋଇଯାଆନ୍ତୁ ସାବଧାନ

ମଣିଷ ପରସ୍ପର ମଧ୍ୟରେ ସମ୍ପର୍କ ରଖିବା ବହୁତ ସାଧାରଣ କଥା। ଆମେ ସାଧାରଣତଃ ସାଙ୍ଗସାଥି, ବନ୍ଧୁ ପରିବାର, କର୍ମସ୍ଥଳରେ ଅନେକ ସମ୍ପର୍କ ସ୍ଥାପନା କରିଥାଉ। ଅନେକ ସମୟରେ ଅଫିସରେ କର୍ମଚାରୀମାନେ ନିଜ କଥାକୁ ଛାଡି ଅନ୍ୟର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବାକୁ ଭଲପାନ୍ତି। ଏଥିପାଇଁ ସବୁବେଳେ ଅଫିସରେ ଆପଣଙ୍କ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଥାଏ। ଆପଣ କାହା ସହିତ କଥା ହେଲେ, ଫୋନ କଲେ, କୁଆଡେ ଗଲେ ଏହି କଥାକୁ ପ୍ରାୟତଃ ସମସ୍ତେ ନଜରରେ ରଖିଥାନ୍ତି। ବେଳେ ବେଳେ ଲୋକ ଜୀବନରେ ରୋମାଞ୍ଚ ଆଣିବା ପାଇଁ ଅଫିସରେ ଆଫେୟାର ରଖିଥାନ୍ତି। କିନ୍ତୁ ଏହି ସମ୍ପର୍କ ବେଳେ ବେଳେ ଆପଣଙ୍କ ଲାଇଫ୍‌ ଉପରେ ବେଶୀ ଖରାପ ପ୍ରଭାବ ପକାଇଥାଏ ଯେ ଯାହା ଆପଣଙ୍କ ପାଇଁ ପଡିପାରେ ମହଙ୍ଗା। କ’ଣ ରହିଛି ଏହାର ପ୍ରଭାବ ଆସନ୍ତୁ ଜାଣିବା..

oofce

କାମରେ ଲାଗିନଥାଏ ଧ୍ୟାନ :

ଅନେକ ଥର ଅଫିସରରେ ଆଫେୟାର ଯୋଗୁଁ କାମରେ ମନ ଲାଗିନଥାଏ। ଏଥିପାଇଁ ଆପଣଙ୍କ ସମ୍ମାନ ଅଫିସରେ କମ୍‌ ହେବାକୁ ଲାଗିଥାଏ। ଏହାର ପ୍ରଭାବ କାମ ଉପରେ ପଡେ, ଯେଉଁଥିପାଇଁ ଆପଣଙ୍କ ଚାକିରି ମଧ୍ୟ ଯାଇପାରେ।

office

ବ୍ୟକ୍ତିଗତ ଜୀବନ ଉପରେ ପଡେ ପ୍ରଭାବ :

ଅଫିସରେ ରୋମାନ୍ସ କରିବା ଏହା ଆପଣଙ୍କ ପର୍ସନାଲ ଲାଇଫ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ଏଥିପାଇଁ ଆପଣ ପର୍ସନାଲ ଏବଂ ପ୍ରଫେସନାଲ ଲାଇଫକୁ ସମ୍ଭାଳିପାରନ୍ତି ନାହିଁ।

office

ଅନ୍ୟ ସହକର୍ମୀଙ୍କ ଠାରୁ ଦୂରତା :

ଅଫିସରେ ଆଫେୟାର ଯୋଗୁଁ ଆପଣଙ୍କ ସଂପୂର୍ଣ୍ଣ ଧ୍ୟାନ ଆପଣଙ୍କ ପାଟର୍ନର ଉପରେ ରହିଥାଏ। ଯେଉଁଥିପାଇଁ ଆପଣ ଅନ୍ୟ ସହକର୍ମୀଙ୍କୁ ସମୟ ଦେଇପାରନ୍ତି ନାହିଁ। ସେମାନଙ୍କ ଠାରୁ ଦୂରତା ରକ୍ଷା କରନ୍ତି। ଏଥିପାଇଁ ଆପଣଙ୍କ ସହକର୍ମୀଙ୍କ ମଧ୍ୟରେ ଦୂରତା ବଢିଥାଏ। ଯେଉଁଥିପାଇଁ ସେମାନେ ଆପଣଙ୍କୁ ଦରକାର ସମୟରେ ସାହାଯ୍ୟ କରନ୍ତି ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button