ବିଚାର

ଏହିସବୁ ସ୍ଥାନରେ ସାପ ଦେଖିଲେ ମିଳିଥାଏ ଶୁଭ ସଂକେତ

ସୂର୍ଯ୍ୟୋଦୟ ସମୟରେ ନାଗ ନିଜର ଫଣା ଟେକି ସୂର୍ଯ୍ୟ ଦେବତାଙ୍କୁ ନମସ୍କାର କରିଥାନ୍ତି ବୋଲି ଉଲ୍ଳେଖ ରହିଛି। କିନ୍ତୁ ଏଭଳି ପରିସ୍ଥିତିରେ ମଣିଷ ସହ ସାମ୍ନାସାମ୍ନି ହୋଇନାହିଁ କାରଣ ଏଭଳି ହେବା ଦ୍ୱାରା ଦୁଇ ଜଣଙ୍କ ଜୀବନ ମଧ୍ୟରୁ କାହାର ଜୀବନରେ ସଙ୍କଟ ଆସିପାରେ। ସାପର ବିଷ ପାଇଁ ମଣିଷ ଭୟଭୀତ ହୋଇଥାଏ। କିନ୍ତୁ ଭବିଷ୍ୟ ପୁରାଣ ଅନୁଯାୟୀ ଯମଙ୍କ ଦୂତ। ଏହା ସେହି ସମୟରେ ଧଂସନ କରିଥାଏ ଯେଉଁ ସମୟରେ ସେହି ବ୍ୟକ୍ତିଙ୍କର ମୃତ୍ୟୁ ଆସିଥାଏ। ଅନେକ ଥର ସାପ ଦେଖିବା ମଧ୍ୟ ଶୁଭ ହୋଇଥାଏ। ତେବେ ଜାଣନ୍ତୁ କେବେ ଏବଂ କେଉଁ ପରିସ୍ଥିତିରେ ସାପ ଦେଖିଲେ ଶୁଭ ହୋଇଥାଏ।

snake1-ଶକୁନଶାସ୍ତ୍ର ଅନୁଯାୟୀ ବାଦାମୀ ରଙ୍ଗର ସାପ ଯଦି ଗଛ ଉପରେ ଚଡିବାର ଦେଖିଥାନ୍ତି ତେବେ ଏହା ଶୁଭ ସଂକେତ ହୋଇଥାଏ। ଏହି ସଂକେତ ଆପଣଙ୍କୁ ବହୁତ ଜଲଦି ଚାକିରୀ ଏବଂ ବ୍ୟବସାୟରେ ଉନ୍ନତି ହେବାର ସୂଚନା ଦେଇଥାଏ। ଏପରି ଦୃଶ୍ୟ ଦେଖିବା ପରେ ଭଗବାନ ଶିବଙ୍କ ନିକଟରେ ଜଳାଭିଷେକ କରିବା ଉଚିତ।

-ନାଗ ଧନର ରକ୍ଷକ ହୋଇଥାନ୍ତି। ନାଗ-ନାଗୁଣୀଙ୍କ ଯୋଡି ସାଥିରେ ଦେଖିଲେ ମଧ୍ୟ ଶୁଭ ହୋଇଥାଏ। ନାଗ-ନାଗୁଣୀ ଥିବା ଜମି ଯଦି ମିଳିଯାଏ ତେବେ ସେହି ଜମି କିଣିବା ଉଚିତ। ଏ ପରି ଜମିରେ ଘର କରି ରହିବା ଲୋକମାନେ ଖୁବ୍‌ ଉନ୍ନତି କରିଥାନ୍ତି। ମାନ୍ୟତା ଅନୁଯାୟୀ ଯେଉଁଠାରେ ନାଗ-ନାଗୁଣୀ ଯୋଡି ଏକାଠି ଦେଖାଯାଇଥାଏ ସେହି ସ୍ଥାନରେ କୌଣସି ସମ୍ପତ୍ତି ଥିବାର ସୂଚନା ମିଳିଥାଏ।

snake2-ଶକୁନଶାସ୍ତ୍ରରେ ଶିବଲିଙ୍ଗ ନିକଟରେ ସାପ ଦେଖିଲେ ଶୁଭ ହୋଇଥାଏ। ଏଭଳି ଦୃଶ୍ୟ ଦୁର୍ଲଭ ସଂଯୋଗ ହୋଇଥାଏ। ମାନ୍ୟତା ରହିଛି ଏଭଳି ସାପ ଦେଖିବା ଦ୍ୱାରା ଭବିଷ୍ୟତରେ ଭରପୁର ଧନ ଲାଭ ହେବାର ସୂଚନା ମିଳିଥାଏ। ଏଥିସହ ଘରେ ଖୁସି ଆସିବାର ମଧ୍ୟ ସୂଚନା ଦେଇଥାଏ।

-କୌଣସି ଶୁଭ କାମ ପାଇଁ ଯିବା ସମୟରେ ଯଦି ସାପ ରାସ୍ତା ପାରି ହେବାର ଦେଖିଥାନ୍ତି ତେବେ ସେହି ମାର୍ଗ ବଦଳାଇ ଦିଅନ୍ତୁ। ଯଦି ସମ୍ଭବ ହୋଇପାରେ ତେବେ ସେହି ଦିନ କାମ ବନ୍ଦ କରିଦିଅନ୍ତୁ। କାରଣ ଏହା ଶୁଭ ସଂକେତ ହୋଇନଥାଏ।

-ରାସ୍ତାରେ ହଠାତ୍‌ ସାପ ରାସ୍ତା ପାର କରିବାର ସଂକେତ ମଧ୍ୟ ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିଥାଏ। ଆସୁଥିବା ପରିବର୍ତ୍ତନ ପାଇଁ ଆପଣଙ୍କୁ ପ୍ରସ୍ତୁତ ହୋଇ ରହିବାକୁ ପଡିବ। କାରଣ ସାପ ଦେଖାଯିବାର ଅର୍ଥ ସମସ୍ୟା ଆସିବ କିନ୍ତୁ ସେଥିରୁ ଆପଣ ନିବୃତ୍ତ ହେବାରେ ସଫଳ ହେବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button