ଧର୍ମ

ଶାସ୍ତ୍ର ଅନୁସାରେ ଏହି ୧୦ଟି ଅଭ୍ୟାସ ହୋଇଥାଏ ଖରାପ, ଦିଏ ଅଶୁଭ ଫଳ

ଅଭ୍ୟାସ କୁହେ ଆପଣଙ୍କ ଭାବନା କେମିତି? ବିଚାର କେମିତି? ଏହା ଆମ ଭବିଷ୍ୟତ ଏବଂ ସୁଖଦୁଃଖ ସହ ଜଡ଼ିତ ଥାଏ। ଏଥିପାଇଁ ଅଭ୍ୟାସଗୁଡ଼ିକୁ ବ୍ୟକ୍ତିତ୍ୱର ଦର୍ପଣ ମଧ୍ୟ କୁହାଯାଇଥାଏ। ଶାସ୍ତ୍ରରେ ଏମିତି କିଛି ଅଭ୍ୟାସ ବିଷୟରେ କୁହାଯାଇଛି, ଯାହାକି ସମ୍ପୂର୍ଣ୍ଣ ଭୁଲ୍‌। କାରଣ, ଏହା ଅଶୁଭ ଫଳ ଦେଇଥାଏ। ଆସନ୍ତୁ ଜାଣିବା ସେହି ୧୦ଟି ଖରାପ ଅଭ୍ୟାସ ବିଷୟରେ, ଯାହାକୁ ଆପଣ ଛାଡ଼ିଦେବା ଉଚିତ।

୧. ବାଥ୍‌ରୁମ ଅପରିଷ୍କାର ରଖିବା

ଯେଉଁ ବ୍ୟକ୍ତି ସ୍ନାନ କରିବା ପରେ ବାଥ୍‌ରୁମ ସଫାସୁତରା କରି ନ ଥାଏ, ତା’ହେଲେ ଚନ୍ଦ୍ର ଗ୍ରହଠାରୁ ଅଶୁଭ ଫଳ ମିଳିଥାଏ।

୨. ଖାଇବା ପରେ ପତର ନ ଉଠାଇବା

ଖାଇବା ପରେ ପତର ନ ଉଠାଇ କିମ୍ବା ଥାଳି ନ ଉଠାଇ ସେମିତି ଉଠିଯିବା ଖରାପ ଅଭ୍ୟାସ ହୋଇଥାଏ। ଯଦି ଏପରି କାମ କେହି କରନ୍ତି, ତା’ହେଲେ ଶନି ଏବଂ ଚନ୍ଦ୍ର ଦୋଷ ଲାଗିଥାଏ। ଏଥିରେ ମା’ ଲକ୍ଷ୍ମୀ ମଧ୍ୟ କୋପ କରିଥାଆନ୍ତି।

bed3

୩. ଘରେ ଜୋତା-ଚପଲ ଏଠି ସେଠି ପକାଇବା

ଶାସ୍ତ୍ର ଅନୁସାରେ ଘରେ ଜୋତା, ଚପଲ ଏଠି ସେଠି ପକାଇଲେ ଶତ୍ରୁ ଭୟ ଲାଗିରହିଥାଏ। ଏହାଦ୍ୱାରା ମାନ ସମ୍ମାନରେ ମଧ୍ୟ ହାନି ପହଞ୍ଚିଥାଏ।

୪. ବିଛଣା ଅସଜଡ଼ା ରଖିବା

ଏଭଳି ଅଭ୍ୟାସ ଥିଲେ, ଆପଣଙ୍କ ଦିନଚର୍ଯ୍ୟା ଅବ୍ୟବସ୍ଥିତ ହୋଇଯାଏ। ସେହି ଲୋକ କୌଣସି ବି କାମ ଠିକ୍‌ ଭାବେ କରିପାରି ନ ଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଠିକ୍‌ ହୋଇ ନ ଥାଏ।

୫. ବଡ଼ ପାଟିରେ କହିବା

ଯେଉଁ ବ୍ୟକ୍ତି ବଡ଼ ପାଟିରେ କହିଥାଆନ୍ତି, ତାଙ୍କୁ ଶନି ଦୋଷର ସାମ୍ନା କରିବାକୁ ପଡ଼ିଥାଏ। ଶନି ଏଭଳି ଲୋକଙ୍କ ଉପରେ ରାଗିଯାଆନ୍ତି, ଯେଉଁମାନେ ଚିଲ୍ଲାଇ ଚିଲ୍ଲାଇ କଥା କୁହନ୍ତି।

୬. ବିଳମ୍ବିତ ରାତି ଯାଏ ଚେଇଁବା

ଯେଉଁ ବ୍ୟକ୍ତି ବିନା କୌଣସି କାରଣରେ ବିଳମ୍ବିତ ରାତି ଯାଏ ଚେଇଁଥାଏ, ତାକୁ ଚନ୍ଦ୍ର ଗ୍ରହ ଅଶୁଭ ଫଳ ପ୍ରଦାନ କରିଥାଆନ୍ତି। ଏଭଳି ବ୍ୟକ୍ତି ମାନସିକ ଦୁଃଶ୍ଚିନ୍ତା ଦେଇ ଗତି କରିଥାଏ। ସୁସ୍ଥ ଶରୀର ପାଇଁ ରାତିରେ ଶୀଘ୍ର ଶୋଇବା ଏବଂ ସକାଳେ ଶୀଘ୍ର ଉଠିବା ଭଲ ଅଭ୍ୟାସ ହୋଇଥାଏ।

୭. ଏଠି ସେଠି ଛେପ ପକାଇବା

ଏଠି ସେଠି ଛେପ ପକାଇଲେ ମାନ ସମ୍ମାନ କମିଯାଇଥାଏ। ତାଙ୍କୁ ମହାଲକ୍ଷ୍ମୀଙ୍କ କୃପା ମିଳିପାରି ନ ଥାଏ। ତେଣୁ ଛେପ ପକାଇବା ପାଇଁ ନିର୍ଦ୍ଦାରିତ ସ୍ଥାନ ବ୍ୟବହାର କରନ୍ତୁ।

bal

୮. ଗୁରୁଜନମାନଙ୍କୁ ଅପମାନ କରିବା

ଯଦି କେହି ବ୍ୟକ୍ତି ଗୁରୁଜନମାନଙ୍କୁ ଅପମାନ ଦେଇଥାଏ, ତା’ହେଲେ ଘରର ପରମ୍ପରା ନଷ୍ଟ ହୋଇଯାଏ। କୁହାଯାଏ, ଯେଉଁ ଘରେ ବୃଦ୍ଧବୃଦ୍ଧା ଖୁସି ଥାଆନ୍ତି, ସେଠି ସବୁ ଦେବଦେବୀଙ୍କ କୃପା ମିଳିଥାଏ।

୯. ରୋଷେଇ ଘର ଅବ୍ୟବସ୍ଥିତ ରଖିବା

ଯଦି କାହାର ରୋଷେଇ ଘର ଅସଜଡ଼ା ରହିଥାଏ, ତା’ହେଲେ ମଙ୍ଗଳ ଦୋଷ ଲାଗିଥାଏ। ରାତିରେ ଶୋଇବା ପୂର୍ବରୁ ଅଇଁଠା ଥାଳି ଏବଂ ରୋଷେଇ ଘର ସଫା କରିଦେବା ଉଚିତ। ଏହି କଥା ଉପରେ ଧ୍ୟାନ ଦେଲେ, ସବୁ ଦେବଦେବୀଙ୍କ କୃପା ରହିଥାଏ।

୧୦. ଗୋଡ଼ ସଫା ନ ରଖିବା

କିଛି ଲୋକ ଚେହେରା ଉପରେ ବେଶି ଧ୍ୟାନ ଦିଅନ୍ତି। କିନ୍ତୁ ଗୋଡ଼ର ସଫାସୁତରାକୁ ଅଣଦେଖା କରିଥାଆନ୍ତି। ଏହା ଆଦୌ ଭଲ କଥା ନୁହେଁ। ସ୍ନାନ କରିବା ସମୟରେ ଗୋଡ଼କୁ ଭଲ ଭାବେ ସଫା କରିବା ଉଚିତ। ଯଦି ଗୋଡ଼ ଅପରିଷ୍କାର ରହିବ, ତା’ହେଲେ ଅନ୍ୟ ସାମ୍ନାରେ ଆପଣଙ୍କ ମାନ-ସମ୍ମାନ କମିଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button