ସ୍ୱାସ୍ଥ୍ୟ

ବାଦାମ ସ୍ବାସ୍ଥ୍ୟ ପାଇଁ ଉପକାରୀ, ହେଲେ କେଉଁ ମାନଙ୍କ ପାଇଁ ଏହା କ୍ଷତିକାରକ ଜାଣନ୍ତୁ

ଆପଣ ବାଦାମ ଖାଇବାର ଅନେକ ଉପକାରିତା ବିଷୟରେ ଶୁଣିଛନ୍ତି। ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରତିଦିନ ବାଦାମ ଖାଇବାକୁ କୁହାଯାଇଥାଏ। ଏହାକୁ ଅନେକ ବ୍ୟକ୍ତି ସୁସ୍ଥ ରହିବା ପାଇଁ ଖାଇ ଥାଆନ୍ତି। ଆମେ ଏହାକୁ ଟାଇମପାସ୍ ବୋଲି ମଧ୍ୟ କହିଥାଉ। ବାଦାମରେ ପ୍ରୋଟିନ, ଭିଟାମିନ ଓ ମିନେରାଲ୍ସ ପର୍ଯ୍ୟାପ୍ତ ପରିମାଣରେ ଅଛି। କିନ୍ତୁ କିଛି ଲୋକଙ୍କ ପାଇଁ ବାଦାମ ଖାଇବା କ୍ଷତିକାରକ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁମାନେ ବାଦାମ ଖାଇବା ଅନୁଚିତ।

ପେଟରେ ଷ୍ଟୋନ ସମସ୍ୟା

ଯେଉଁ ବ୍ୟକ୍ତିମାନଙ୍କର କିଡନୀରେ ଷ୍ଟୋନ କିମ୍ବା ଗଲବ୍ଲାଡର ସମ୍ବନ୍ଧୀୟ ସମସ୍ୟା ରହିଥାଏ ସେମାନେ ବାଦାମ ଖାଇବା ଅନୁଚିତ।

ଉଚ୍ଚ ରକ୍ତଚାପ ରୋଗୀ

ଯେଉଁ ବ୍ୟକ୍ତିମାନଙ୍କର ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ରହିଛି ସେମାନେ ବାଦାମ ଖାଇବା ଅନୁଚିତ। କାରଣ ସେମାନେ ନିୟମିତ ଔଷଧର ବ୍ୟବହାର କରିଥାଆନ୍ତି। ଔଷଧ ସହ ବାଦାମ ଖାଇବା ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ।

ପାଚନ ସମ୍ବନ୍ଧୀୟ ଅସୁବିଧା

ଯଦି ଆପଣଙ୍କର ପାଚନ ସମ୍ବନ୍ଧୀୟ କୌଣସି ଅସୁବିଧା ହେଉଥାଏ ତେବେ ବାଦାମ ଖାଆନ୍ତୁ ନାହିଁ। କାରଣ ଏଥିରେ ଫାଇବରର ମାତ୍ରା ଅଧିକ ରହିଥାଏ। ତେଣୁ ବାଦାମ ଖାଇବା ଦ୍ୱାରା ଏସିଡିଟି ପରି ସମସ୍ୟା ସୃଷ୍ଟିacidityହୋଇଥାଏ।

ମୋଟା ଲୋକ ଏହାକୁ ଖାଇବା ଅନୁଚିତ

ଯେଉଁ ବ୍ୟକ୍ତିମାନେ ମୋଟା ଥାଆନ୍ତି ସେମାନେ ବାଦାମ ଖାଇବା ଅନୁଚିତ। କାରଣ ବାଦାମରେ କ୍ୟାଲୋରୀ ଅଧିକ ପରିମାଣରେ ରହିଥାଏ। ଏହା ଓଜନକୁ ମଧ୍ୟ ବଢାଇଥାଏ।

ଆଣ୍ଟିବାୟୋଟିକ ଔଷଧ

ଯଦି ଆପଣ କୌଣସି ରୋଗ ପାଇଁ ଆଣ୍ଟିବାୟୋଟିକ ଔଷଧ ସେବନ କରୁଥାଆନ୍ତି ତେବେ ବାଦାମ ଖାଆନ୍ତୁ ନାହିଁ। କାରଣ ବାଦାମରେ ଅଧିକ ମାତ୍ରାରେ ମ୍ୟାଗ୍ନେସିୟମ ରହିଛି। ବାଦାମ ଖାଇବା ଦ୍ୱାରା ଆପଣ ସେବନ କରୁଥିବା ଔଷଧ ଶରୀର ଉପରେ କୌଣସି ପ୍ରଭାବ ପକାଇ ନଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button