ମନୋରଞ୍ଜନ

ଘରେ ପ୍ରସ୍ତୁତ କରନ୍ତୁ ‘ଭେଣ୍ଡି ପେପ୍‌ର ଫ୍ରାଏ’, ଯାହା ସ୍ୱାଦିଷ୍ଟ ସହ ଶରୀର ପାଇଁ ଲାଭଦାୟକ

ଭେଣ୍ଡି ଖାଇବାକୁ ପ୍ରାୟତଃ ସମସ୍ତେ ଭଲପାଆନ୍ତି। ଏହା ଖାଇବା ସ୍ୱାଦିଷ୍ଟ ହେବା ସହ ଶରୀର ପାଇଁ ଲାଭଦାୟକ ମଧ୍ୟ ହୋଇଥାଏ। ଆଜି ଆସନ୍ତୁ ପ୍ରସ୍ତୁତ କରିବା ଭେଣ୍ଡି ପେପର ଫ୍ରାଏ।

ଆବଶ୍ୟକ ସାମଗ୍ରୀ :

ତେଲ
ସୋରିଷ
ରସୁଣ
ପିଆଜ
ଧଳା ବିରି ଡାଲି
ହେଙ୍ଗୁ
ଭୃର୍ସଙ୍ଗପତ୍ର
ପିଆଜ
ଭେଣ୍ଡି
ଲୁଣ
ଗୋଲମରିଚ ଗୁଣ୍ଡ
ଜିରା ପାଉଡର
ନଡିଆ

bbhendi

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ପ୍ୟାନ୍‌ରେ ତେଲ ପକାଇ ଗରମ ହେବା ପରେ ସେଥିରେ ସୋରିଷ, ରସୁଣ ପକାଇ ୨ ମିନିଟ ପର୍ଯ୍ୟନ୍ତ ଭାଜି ଦିଅନ୍ତୁ। ଏଥିରେ ୧ ଚାମଚ ଧଳା ବିରି ଡାଲି, ହେଙ୍ଗ ଅଳ୍ପ ଏବଂ ଭୃର୍ସଙ୍ଗ ପତ୍ର ଏବଂ ପିଆଜ ପକାଇ ଭାଜିଦିଅନ୍ତୁ। ଏବେ ଏଥିରେ ଭେଣ୍ଡି ପକାଇ ଟିକେ ଭାଜିବା ପରେ ଲୁଣ, ଗୋଲମରିଚ ଗୁଣ୍ଡ, ଜିରା ପାଉଡର ପକାଇ ଭଲ ଭାବେ ୩ରୁ ୫ ମିନିଟ୍‌ ଭାଜି ଦିଅନ୍ତୁ। ଏହାପରେ ଏଥିରେ ନଡିଆକୁ କୋରେଇ ପକାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଭେଣ୍ଡି ପେପ୍‌ର ଫ୍ରାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button