ବିଚାର

ଧନ ସମ୍ବନ୍ଧୀୟ ସମସ୍ୟା ଦୂର କରିବ ଏହିସବୁ ବାସ୍ତୁ ଉପାୟ

ଆଜିକାଲି ଅର୍ଥ ସମ୍ବନ୍ଧୀୟ ଚିନ୍ତା ସମସ୍ତଙ୍କ ଠାରେ ପରିଲ୍ଲଖିତ ହେଉଛି। ଏହା ସବୁ ବାସ୍ତୁ ଦୋଷ ଯୋଗୁଁ ହୋଇଥାଏ। ବାସ୍ତୁ ଦୋଷ ହେବା ଯୋଗୁଁ ଘରେ ଧନ ଆସିବା କମ୍‌ ହୋଇଯାଏ। ଯାହା ଯୋଗୁଁ ଆମେ ବିଭିନ୍ନ ପ୍ରକାର ଚିନ୍ତା ସାମ୍ନା କରିବାକୁ ପଡେ। ଆମେ ଆପଣଙ୍କୁ ଏପରି କେତେକ ଉପାୟ ବତାଇବୁ ଯାହା ଆପଣଙ୍କ ଧନ ସମ୍ବନ୍ଧିତ ସମସ୍ୟାକୁ ଦୂର କରିବାରେ ସହାୟକ ହେବ।

ଶୋଉଥିବା ଘରର ଝରକାରେ କ୍ରିଷ୍ଟାଲ ଲଗାନ୍ତୁ। ଏହାକୁ ଛୁଇଁ ଘର ଭିତରକୁ ଆସୁଥିବା ଆଲୋକ ସକାରାତ୍ମକ ପ୍ରଭାବ ପକାଏ ଯାହା ଆପଣଙ୍କୁ ସୁସ୍ଥ ଏବଂ ଉର୍ଜବାନ ରଖେ।

crystal

ଏକ ଦର୍ପଣ ନେଇ ଏପରି ସ୍ଥାନରେ ଲଗାନ୍ତୁ, ଯାହାର ଛବି ଆଲମାରୀ କିମ୍ବା ପଇସା ରଖିଥିବା ସ୍ଥାନରେ ଯେପରି ପଡୁଥାଏ। ଏହା ବ୍ୟୟ କମ୍‌ କରିବାରେ ସହାୟତା କରିବା ସହ ସଞ୍ଚିତ ଧନକୁ ବୃଦ୍ଧି କରିବ।

ନିଜ ଘରର ଛାତରେ ଏକ ପାତ୍ରରେ ପାଣି ଏବଂ କିଛି ଖାଦ୍ୟ ରଖନ୍ତୁ। ଯାହାକୁ ସବୁଦିନ ପକ୍ଷୀମାନେ ଖାଇବେ। ବାସ୍ତୁ ବିଜ୍ଞାନ ଅନୁସାରେ ପକ୍ଷୀ ନିଜ ସହିତ ସକାରାତ୍ମକ ଉର୍ଜା ଆଣିଥାନ୍ତି। ଯାହା ଧନ ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ।

big-fish-tank

ଆୟରେ ବାରମ୍ବାର ବାଧା ଉପୁଜୁଥିଲେ ଶୟନ କକ୍ଷରେ କିମ୍ବା ଘରେ କାନ୍ଥ ମଧ୍ୟରେ ବାମ କୋଣରେ କିଛି ଓଜନିଆ ଜିନିଷ ରଖନ୍ତୁ, ବାଧା ଆଉ ଆସିବ ନାହିଁ।

ଘରେ ଆକ୍ୱାରିୟମ ରଖି ସେଥିରେ କଳା ଏବଂ ସୁନେଲୀ ରଙ୍ଗର ମାଛ ରଖନ୍ତୁ। ଏହା ଆପଣଙ୍କ ଘର ଉପରେ ପଡୁଥିବା ନକାରାତ୍ମକ ଶକ୍ତିକୁ ଦୂର କରିବାରେ ସହାୟକ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button