କାଳି ପଡି ଆପଣଙ୍କ ପ୍ରିୟ ଡ୍ରେସ ହୋଇଯାଇଛି କି ଖରାପ, ତେବେ ଏହି ସହଜ ଉପାୟରେ କରନ୍ତୁ ଦାଗକୁ ଗାୟବ

ପ୍ରାୟ ସମୟରେ ଦେଖାଯଏ ଅନେକ ପେନ୍ ବା କଲମରୁ କାଳି ବାହାରିଯାଉଛି, ଯାହାଦ୍ୱାରା କପଡା ଖରାପ ହୋଇଯାଉଛି। ବହୁତ ସଫା କରିବା ପରେ ମଧ୍ୟ ଦାଗ ଛାଡୁନାହିଁ ଆଉ ଏହି କାରଣରୁ ଆପଣ ଆପଣଙ୍କ ପ୍ରିୟ ଡ୍ରେସକୁ ପିନ୍ଧି ପାରୁନାହାନ୍ତି। ତେବେ ଏମିତିରେ ଆପଣ ବିଲକୁଲବି ଚିନ୍ତା କରନ୍ତୁ ନାହିଁ। ଆମେ ଆପଣଙ୍କୁ ଏମିତି ଉପାୟ ଜଣାଇବୁ ଯାହା ପାଇଁ ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ କାହିଁକି ନା ଘରୋଇ ଉପକରଣରୁ ଆପଣ ଏହି କାଳି ଦାଗକୁ ଛଡାଇପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି ଛଡାଇବା।
ମଦ
ଚିହ୍ନ ହଟାଇବା ପାଇଁ ମଦର ଏହି ଉପାୟ ବହୁତ କାରିଗରୀ। ଦାଗ ସଫା କରିବା ପାଇଁ ସର୍ବପ୍ରଥମେ ମଦକୁ ଦାଗ ହୋଇଥିବା ସ୍ଥାନରେ ପକାଇ ରଗଡନ୍ତୁ। ରଗଡିବା ପରେ ତାହାକୁ ସର୍ଫ ପାଣିରେ ବୁଡାଇ ରଖନ୍ତୁ। ଏହାପରେ କପଡାକୁ ଧୋଇ ଦିଅନ୍ତୁ।
କର୍ଣ୍ଣଷ୍ଟ୍ରାଚ୍
କର୍ଣ୍ଣଷ୍ଟ୍ରାର୍ଚରେ ମଧ୍ୟ କାଳି ଦାଗ ସଫା ହୋଇଯିବ। ଏହାପୁର୍ବରୁ କଣ୍ଣଷ୍ଟ୍ରାର୍ଚକୁ କ୍ଷୀରରେ ମିଶାଇ ମିକ୍ସ କରନ୍ତୁ। ଏବେ ପେଷ୍ଟକୁ ଯେଉଁଠି ଦାଗ ହୋଇଥିବ ସେହି ସ୍ଥାନରେ ଲଗାଇ ଦିଅନ୍ତୁ। ଏେ ବ ଏହାକୁ କିଛି ସମୟ ଛାଡି ଦିଅନ୍ତୁ । ଏହାପରେ ବ୍ରଶ ସାହାଯ୍ୟରେ ସଫା କରନ୍ତୁ। ଏହିପରି ଭାବେ କିଛି ମିନିଟ୍ ମଧ୍ୟରେ ଦାଗ ସଫା ହୋଇଯିବ।
ଟୁଥପେଷ୍ଟ
କପଡାରେ ଲାଗିଥିବା କାଳି ଦାଗକୁ ଛଡାଇବା ପାଇଁ ଟୁଥପେଷ୍ଟ ସବୁଠାରୁ ଭଲ ଘରୋଇ ଉପଚାର ଅଟେ। ସର୍ବପ୍ରଥମେ ବିନା ଜେଲ ବିଶିଷ୍ଟ ଟୁଥପେଷ୍ଟ ନିଅନ୍ତୁ। ଏହି ପେଷ୍ଟକୁ ଦାଗ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏବେ ଏହାକୁ ସୁଖିବା ପାଇଁ ଛାଡି ଦିଅନ୍ତୁ। ଯେତେବେଳେ ଟୁଥପେଷ୍ଟ ଭଲ ଭାବେ ଶୁଖିଯିବ ସେତେବେଳେ ଏହାକୁ ନେଇ ସର୍ଫରେ ଧୋଇ ଦିଅନ୍ତୁ।
ନେଲ ପେଷ୍ଟ ରିମୁଭର
ଦାଗ ସଫା କରିବା ପାଇଁ ସର୍ବ ପ୍ରଥମେ ଏକ ତୁଳାକୁ ରିମୁଭରରେ ବୁଡାନ୍ତୁ। ଏବେ ଏହାକୁ କାଳି ଲାଗିଥିବା ସ୍ଥାନରେ ରଗଡନ୍ତୁ। ଏହାପରେ ପାଣିରେ ଧୋଇ ଦିଅନ୍ତୁ।
ଲୁଣ
କାଳି ପଡିଥିବା ସ୍ଥାନରେ ଲୁଣ ଲଗାନ୍ତୁ। ଏବେ ଏହାକୁ ଓଦା ଟିସୁ କିମ୍ବା ବ୍ରଶରେ ସଫା କରନ୍ତୁ। ଏମିତି ସେତେ ପଯ୍ୟର୍ନ୍ତ କରନ୍ତୁ ଯେତେ ପଯ୍ୟର୍ନ୍ତ ଦାଗ ନ ଛାଡିଛି। ତେବେ ଏହି ସବୁ ଉପାୟ ନିଶ୍ଚିତ ଦାଗ ଛଡାଇବାରେ ଆପଣଙ୍କୁ ସାହାଯ୍ୟ କରିବ।



