ଦେଶ ବିଦେଶ

ଶାରୀରିକ ସମ୍ପର୍କ ପରେ ପୁରୁଷଙ୍କ ଠାରେ ଦେଖାଦେଇପାରେ ହାର୍ଟ ଆଟାକ !

ଭାରତୀୟ ଅନୁସନ୍ଧାନକାରୀର ଏକ ଦଳଙ୍କୁ ରିସର୍ଚ୍ଚରେ ଜଣାପଡିଛି ଯେ କାର୍ଡିଓଭାସକୁଲାର ରୋଗରେ ପୀଡିତ ହେଉଥିବା ପୁରୁଷଙ୍କୁ ସମ୍ବନ୍ଧ ସମୟରେ ବା ତାପରେ ହଠାତ୍‌ କାର୍ଡିଆକ୍‌ ଆରେଷ୍ଟ (ହାର୍ଟ ଆଟାକ) ହେବାର ଭୟ ରହିପାରେ।

ହଠାତ୍‌ କାର୍ଡିଆକ ଆରେଷ୍ଟ (ଏସସିଏ) ହେଲେ ହୃଦସ୍ପନ୍ଦନ ହେବା ବନ୍ଦ ହୋଇଯାଏ ଏବଂ ଏହା ବିନା କୌଣସି ଚେତାବନୀ କିମ୍ବା ସଂକେତରେ ହୋଇଥାଏ। ଅଧ୍ୟୟନ ଅନୁଯାୟୀ ଏହି ଏସସିଏ ଘଟଣା ବହୁତ ବିରଳ ଅଟେ କିନ୍ତୁ ଏଥିରେ ପୀଡିତ ବ୍ୟକ୍ତିଙ୍କର ଜୀବନ ବଞ୍ଚିବା ବହୁତ କମ୍‌ ସମ୍ଭାବନା ରହିଥାଏ।

sexରିସର୍ଚ୍ଚର ମାନେ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତିଙ୍କୁ ହଠାତ୍‌ କାର୍ଡିଆକ ଆରେଷ୍ଟ ହୋଇଥାଏ ଏବଂ ଏହି ସମୟରେ ଯଦି ତାଙ୍କ ସହଯୋଗି ତୁରନ୍ତ ତାଙ୍କୁ ସିପିଆର ଦେବାରେ ସକ୍ଷମ ହୁଅନ୍ତି ତେବେ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇପାରେ। ବିଶେଷଜ୍ଞଙ୍କ କହିବାଅନୁଯାୟୀ ଯୌନ ଗତିବିଧି ସମୟରେ ହାର୍ଟ ଅଟାକ ହେବା ସମୟରେ ସାଥିଙ୍କ ଦ୍ୱାରା ସିପିଆର ଦିଆଯାଉଥିବା ଅନେକ ମାମଲା ସାମ୍ନାକୁ ଆସିଛି।

cprରିସର୍ଚ୍ଚର ମାନେ ଜଣାଇଛନ୍ତି ଯେ ହାର୍ଟ ଆଟାକର ଏମିତି ଅନେକ ଘଟଣା ଯୌନ ସମ୍ପର୍କ ସମୟରେ ବା ପରେ କୌଣସି ଔଷଧ ସେବନ କଲେ, ଉତ୍ତେଜକ ପଦାର୍ଥ କିମ୍ବା ଆଲକହଲର ପ୍ରୟୋଗ କରିବା ଦ୍ୱାରା ମଧ୍ୟ ହୋଇପାରେ।

ଏଥିପାଇଁ ସମସ୍ତେ ଜାଣି ରଖିବା ଜରୁରୀ ଯେ ଯଦି ଜଣେ ବ୍ୟକ୍ତି ହାର୍ଟ ଆଟାକର ଶିକାର ହେଉଛନ୍ତି ତେବେ ତାଙ୍କୁ ତୁରନ୍ତ ସିପିଆର ଦେବା ଆବଶ୍ୟକ। ଦୁଇ ହାତ ଛନ୍ଦି ଛାତିକୁ ଚାପ ଦେବା ହେଉଛି ସିପିଆର।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button