ଦେଶ ବିଦେଶ

ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ଆରାରୁଟ୍‌(ପାଳୁଅ) ପାଉଡର, ଜାଣନ୍ତୁ କ’ଣ ରହିଛି ଏହାର ଫାଇଦା

ଆରାରୁଟ୍‌ ଏକ ପ୍ରକାର ହର୍ବାଲ ପାଉଡର, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ଏହାକୁ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିବା ବେଳେ ବ୍ୟବହାର କରିଥାଉ। କିନ୍ତୁ ଏହା ଶରୀର ପାଇଁ ଅନେକ ଫାଇଦା ଦେଇଥାଏ। ଏହା ଶରୀରରେ ହେଉଥିବା ବିଭିନ୍ନ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଆସନ୍ତୁ ଜାଣିବା… ଆଉ କ’ଣ ରହିଛି ଏହାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଫାଇଦା

– ଆରାରୁଟ୍‌ ପାଉଡର ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଅମିଲୋପେକ୍ଟିନ ଏବଂ ଅମିଲୋସେ ନାମକ ଦୁଇଟି ଷ୍ଟାର୍ଚ ମିଳିଥାଏ, ଯାହା କ୍ୟାଲୋରୀ କମ୍‌ କରିବାରେ ସହାୟକ ହୋଇଥାଏ।

arr

– ଆରାରୁଟ୍‌ ପାଉଡର ଫୋଲେଟ ମିଳିଥାଏ, ଯାହା ନବଜାତ ଶିଶୁଙ୍କ ପାଇଁ ଫାଇଦାଯୁକ୍ତ ହୋଇଥାଏ। ଏହାକୁ ପ୍ରତିଦିନ ଖାଇବା ଯୋଗୁଁ ନୂଆ କୋଷିକାର ନିର୍ମାଣ ହୋଇଥାଏ। ଗର୍ଭବତୀ ଥିବା ମହିଳାଙ୍କ ପାଇଁ ଆରାରୁଟ୍‌ ପାଉଡର ଭ୍ରୁଣ ବିକାଶ ହେବାରେ ସାହାଯ୍ୟ କରିଥାଏ।

– ଆରାରୁଟ୍‌ ପାଚନ କ୍ରିୟାକୁ ସୁଧାରିଥାଏ। ଏହାକୁ ତରଳ ଝାଡା ସମୟରେ ଖାଇବା ମଧ୍ୟ ଲାଭକାରୀ ହୋଇଥାଏ।

powder

– ଆରାରୁଟ୍‌ ମଧ୍ୟ ଶରୀରର ଘା’କୁ ଠିକ୍‌ କରିଥାଏ। ଏହି ପାଉଡରକୁ ଘା’ରେ ଲଗାଇବା ଦ୍ୱାରା ଘା’ ଜଲଦି ଭଲ ହୋଇଥାଏ। ଯଦି ଆପଣଙ୍କ ମାଢିରୁ ରକ୍ତ ବାହାରୁଥାଏ। ପ୍ରତିଦିନ ସକାଳେ ଏହି ପାଉଡରରେ ଦାନ୍ତ ଘଷିବା ଦ୍ୱାରା ଫଳ ମିଳିଥାଏ।

– ଆରାରୁଟ୍‌ ପାଉଡର ସନବର୍ଣ୍ଣରୁ ତୁରନ୍ତ ଫାଇଦା ଦେଇଥାଏ। ଏହାଛଡା ତ୍ୱଚାକୁ ଥଣ୍ଡା ରଖିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button