ବିଚାର

ଔଷଧୀୟ ଗୁଣରେ ଭରପୂର ଗ୍ରୀନ୍‌ ଆପଲ୍‌, ଜାଣନ୍ତୁ ଏହା ବିଷୟରେ

ସବୁଜ ରଙ୍ଗର ସେଓ ବା ଗ୍ରୀନ୍‌ ଆପଲ୍‌ ସ୍ୱାଦରେ ଖଟା-ମିଠା ହୋଇଥାଏ। ଏହାକୁ ଖାଇବା ଦ୍ୱାରା କୋଲେଷ୍ଟୋରେଲ୍‌, ସୁଗର ଏବଂ ବିପି ନିୟନ୍ତ୍ରିତ ରହିଥାଏ। ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯାଏ ଏବଂ ପାଚନକ୍ରିୟା ଠିକ୍‌ ରହିଥାଏ। ଗ୍ରୀନ୍‌ ଆପଲ୍‌ ଏକ ଭଲ ଆଣ୍ଟିଏଜିଙ୍ଗ୍‌। ଏହାକୁ ଖାଇଲେ, ଚେହେରାରେ ଢିଲାପଣ ଆଉ ଆସି ନ ଥାଏ। ତ୍ୱଚା ସଫା ରହିଥାଏ। ସବୁଜ ସେଓ ରକ୍ତରେ କୋଲେଷ୍ଟୋରେଲ୍‌ ଓ ରକ୍ତଚାପକୁ କମ୍‌ କରିବା, ରକ୍ତରେ ସର୍କରାର ସ୍ତରକୁ ସ୍ଥିର ରଖିବା ଏବଂ ଭୋକରେ ସୁଧାର ଆଣିବାରେ ବହୁତ ଲାଭଦାୟକ ହୋଇଥାଏ।

ପୋଷକ ତତ୍ତ୍ୱ

ଗୋଟିଏ ଗ୍ରୀନ୍‌ ଆପଲରେ ୨୧ ଗ୍ରାମ କାର୍ବୋହାଇଡ୍ରେଟ୍‌, ୪ ଗ୍ରାମ ଫାଇବର, ୪ ଗ୍ରାମ ପ୍ରୋଟିନ୍‌, ୬ ମିଲିଗ୍ରାମ ଭିଟାମିନ୍‌ ସି, ଆଇରନ୍‌ ଏବଂ ଲୋ କୋଲେଷ୍ଟୋରେଲ୍‌ ରହିଥାଏ। ଏହାଛଡ଼ା ୭୭ କ୍ୟାଲୋରୀ ମଧ୍ୟ ମହଜୁଦ୍‌ ଥାଏ।

gree2

କ୍ୟାନସର, ମଧୁମେହ

ଭିଟାମିନ୍‌ ସି ଯୁକ୍ତ ସେଓ ଖାଇବା ଦ୍ୱାରା ସ୍କିନ୍‌ କ୍ୟାନସର ହେବାର ଆଶଙ୍କା କମିଯାଇଥାଏ ଏବଂ ମଧୁମେହ ରୋଗୀଙ୍କ ପାଇଁ ଏହା ଫଳପ୍ରଦ ହୋଇଥାଏ।

ସାବଧାନତା

ଗ୍ରୀନ୍‌ ସେଓ ଏସିଡିକ୍‌ ହୋଇଥାଏ। ଏହା ଦାନ୍ତର ଇନେମଲକୁ କ୍ଷତି ପହଞ୍ଚାଇପାରେ। ଏହାକୁ ଖାଇସାରିବା ପରେ ମୁହଁକୁ ଭଲ ଭାବେ ପାଣିରେ ସଫା କରିବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button