ଦେଶ ବିଦେଶ

ଏବେ ବଜାରର ନୁହେଁ ବ୍ୟବହାର କରନ୍ତୁ ଘରୋଇ ସାନିଟାଇଜର, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ସୁସ୍ଥ ଶରୀର ପାଇଁ ସଫାସୁତରା ରହିବା ନିତାନ୍ତ ଜରୁରୀ। ଖାସ୍‌ କରି ହାତକୁ ସବୁବେଳେ ସଫା ରଖିବା ଉଚିତ। ହାତକୁ ସଫାସୁତୁରା ରଖିଲେ ହିଁ ଆପଣ ଅନେକ ରୋଗକରୁ ମୁକ୍ତି ପାଇପାରିବେ। ହାତରେ ହିଁ ଆମେ ବିଭିନ୍ନ ପ୍ରକାର କାମ କରିଥାଉ। ଯେଉଁଥିପାଇଁ ହାତରେ ଅନେକ ଜୀବାଣୁ ରହିଥାନ୍ତି। ସବୁବେଳେ, ସବୁ ସମୟରେ ହାତ ଧୋଇବା କିମ୍ବା ପାଣିକୁ ଅଯଥା ଦୁରପଯୋଗ କରାଯିବାରୁ ବଞ୍ଚିବା ପାଇଁ ମାର୍କେଟରେ ଏବେ ବିଭିନ୍ନ ପ୍ରକାର ହ୍ୟାଣ୍ଡ ସାନିଟାଇଜର ବିକ୍ରି ହେଉଛି। ଯାହା ଆପଣ ନ ଧୋଇ ମଧ୍ୟ ବ୍ୟବହାର କରି ଜୀବାଣୁ ମାରିପାରିବେ। କିନ୍ତୁ ବଜାରରେ ମିଳୁଥିବା ହ୍ୟାଣ୍ଡ ସାନିଟାଇଜର କେମିକାଲ ଯୁକ୍ତ ରହିଥାଏ। ଯାହା ଆପଣଙ୍କ ହାତ ପାଇଁ ହାନିକାରକ ହୋଇଥାଏ। କିନ୍ତୁ ଆପଣ ଘରୋଇ ଉପାୟରେ କେମିକାଲ ମୁକ୍ତ ଘରୋଇ ହ୍ୟାଣ୍ଡ ସାନିଟାଇଜର ମଧ୍ୟ ପ୍ରସ୍ତୁତ କରି ବ୍ୟବହାର କରିପାରିବେ। ଯାହା କୀଟାଣୁକୁ ନାଶ କରିବା ସହିତ ଆପଣଙ୍କ ହାତ ପାଇଁ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ।

sanitizer

ଏଲୋଭେରା ସାନିଟାଇଜର :

ଏଲୋଭେରା ଜେଲରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଭରପୂର ରହିଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ କପ୍‌ ପାଣିକୁ ଫୁଟାଇ ଥଣ୍ଡା କରିଦିଅନ୍ତି। ଏଥିରେ ଏକ ଚାମଚ ଭିଟାମିନ ଇ ତେଲ ମିଶାନ୍ତୁ। ଏବେ ଏଥିରେ ଏକ ଚାମଚ ଏଲୋଭେରା ଜେଲ ପକାଇ ଭଲ ଭାବେ ମିଶାଇ ସ୍ପ୍ରେ ବୋତଲରେ ଛାଣି ରଖନ୍ତୁ। ଏହାକୁ ସୁଗନ୍ଧଯୁକ୍ତ କରିବା ପାଇଁ ରୋଜମେରୀ ତେଲ କିଛି ମିଶାଇ ଦିଅନ୍ତୁ।

hand

ଡାଳଚିନି ଏବଂ ଲବଙ୍ଗ ସାନିଟାଇଜର :

ଡାଳଚିନି ଏବଂ ଲବଙ୍ଗ ଦୁଇଟି ଯାକ ଜିନିଷରେ ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟିସେପ୍ଟିକ ଗୁଣ ରହିଥାଏ। ଏହି ସାନିଟାଇଜର ପ୍ରସ୍ତୁତ କରିବା ପାଇଁ ଏକ କପ୍‌ ପାଣିକୁ ଫୁଟାଇ ଥଣ୍ଡା କରିଦିଅନ୍ତୁ। ଏବେ ଏଥିରେ ଦୁଇ ଚାମଚ ସର୍ଜିକାଲ ସ୍ପିରିଟ ଏବଂ ଅଧା ଚାମଚ ଭିଟାମିନ ଇ ତେଲ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏଥିରେ ଡାଳଚିନି ପାଉଡର ଏବଂ ଏକ ଚାମଚ ଲବଙ୍ଗ ପାଉଡର ପକାଇ ସବୁ ଜିନିଷକୁ ଭଲ ଭାବେ ମିଶାଇ ଦିଅନ୍ତୁ। ପରେ ଏହାକୁ ଛାଡି ସ୍ପ୍ରେ ବୋତଲରେ ଛାଣି ରଖନ୍ତୁ। ବ୍ୟବହାର କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button