ଦେଶ ବିଦେଶ

ଜାଣନ୍ତୁ ହାତ ଧୋଇବା ପାଇଁ ସବୁଠାରୁ ବେଶି ପ୍ରଭାବଶାଳୀ ଥଣ୍ଡା ପାଣି ନା ଗରମ ପାଣି

ଆଜିକାଲି ଅଧିକାଂଶ ଲୋକମାନେ ହାତ ଧୋଇବାର ମହତ୍ଵ ବୁଝିସାରିଛନ୍ତି। ଯେଉଁ ଲୋକମାନେ ବର୍ତ୍ତମାନ ମଧ୍ୟ ଅପରିଷ୍କାର ହାତରେ ଖାଦ୍ୟ ଖାଉଛନ୍ତି କିମ୍ବା ପାଣି ପିଉଛନ୍ତି ସେମାନଙ୍କ ପାଇଁ ଚଳିତ ମାସ ଡିସେମ୍ବର୧ ରୁ ୭ ତାରିଖ ପର୍ଯ୍ୟନ୍ତ ହାତ ଧୋଇ ସଫା ରଖିବା ପାଇଁ ସଚେତନତାର ସପ୍ତାହ ପାଳନ କରାଯାଏ। ଶୀତ ଋତୁରେ ହାତ ସଫା ରଖିବା ମଧ୍ୟ ଅନିର୍ବାଯ୍ୟ। ଅନେକ ଲୋକମାନେ ମଧ୍ୟ ଗରମ ପାଣିରେ ହାତ ଧୋଇବା ଅତି ଲାଭକାରୀ ବୋଲି ଭାବିଥାନ୍ତି।କିନ୍ତୁ କଣ ଏହା ସତ? ବୈଜ୍ଞାନିକ ଅଧ୍ୟୟନରେ ଏହି କଥାକୁ ନେଇ ଗରମ ପାଣି ଏବଂ ଥଣ୍ଡା ପାଣିରେ ହାତ ଧୋଇବା ଫରକ ରହିଛି କି ନାହିଁ ତାହା ରିସର୍ଚ୍ଚ କରାଯାଇଛି। ତେବେ ଆଜିଆମେ ଆପଣଙ୍କୁ କହିବୁ ପ୍ରକୃତରେ କଣ ରହିଛି ସତ୍ୟତା।

hand wash-ଜର୍ଣ୍ଣଲ ଅଫ ଫୁଡ ପ୍ରୋଟେକ୍ସନ ରେ ପ୍ରକାଶିତ ରିସର୍ଚ୍ଚ ଅନୁଯାୟୀ, ହାତ ଗରମ ପାଣି କିମ୍ବା ଥଣ୍ଡା ପାଣିରେ ଧୋଇଲେ କୌଣସି ଫରକ ପଡିନଥାଏ। ବ୍ୟାକ୍ଟେରିଆ ସଫା କରିବା ପାଇଁ ଥଣ୍ଡା ଏବଂ ଗରମ ପାଣି ସମାନ ରୂପେ କାମ କରିଥାଏ। ଗରମ ପାଣିରେ ଭଲଭାବେ ସାବୁନ ମିଳେଇଯାଉଥିବାରୁ ଲୋକମାନେ ଗରମ ପାଣିରେ ସହଜରେ ବ୍ୟାକ୍ଟେରିଆ ସଫା ହୋଇଯାନ୍ତି ବୋଲି ଭାବିଥାନ୍ତି। କିନ୍ତୁ ଏହି କଥା ବର୍ତ୍ତମାନ ଭୁଲ ପ୍ରମାଣିତ ହୋଇଛି।

hand wash

ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି ପାଣିର ତାପମାନ ବ୍ୟାକ୍ଟେରିଆ କୁ କମ କରିବାରେ ମହତ୍ଵପୂର୍ଣ୍ଣ ପ୍ରଭାବ ପକାଇଥାଏ। ପାଣି ୩୮ ଡିଗ୍ରୀ ସେଲସିୟସ କିମ୍ବା ୧୬ ଡିଗ୍ରୀ ସେଲସିୟସ ତାପମାତ୍ରାର ହୋଇଥିଲେ ମଧ୍ୟ ବିଶେଷଜ୍ଞମାନେ ବ୍ୟାକ୍ଟେରିଆ ଅଭାବରେ କୌଣସି ଅନ୍ତର ପାଇନାହାନ୍ତି। ଏହା ବ୍ୟତୀତ ଅଧ୍ୟୟନରୁ ଜାଣିବାକୁ ମିଳିଛି କିଟାଣୁ ଗୁଡିକୁ ଦୂର କରିବା ପାଇଁ ୧୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ଖୁବ ପ୍ରଭାବ ପକାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button