ଦେଶ ବିଦେଶ

ଶରୀରର ଇମ୍ଯୁନିଟି ସିଷ୍ଟମକୁ ଦୁର୍ବଳ କରିଥାଏ ମଇଦା, ତାହା ସହ ଶରୀରକୁ ପହଞ୍ଚାଇଥାଏ ଅନେକ କ୍ଷତି

ପ୍ରତିଦିନର ଜୀବନଶୈଳୀ ମଧ୍ୟରେ ଆମ୍ଭେ ଅନେକ ପ୍ରକାର ଚଟପଟା ଖାଦ୍ଯ ଖାଇଥାଉ। ବାହାରେ ସବୁବେଳେ ମଇଦାରେ ଖାଦ୍ଯ ତିଆରି ହୋଇଥାଏ। ସିଙ୍ଗଡା, ଚାଓମିନ, ପାସ୍ତା, ଜିଲାପୀ ଇତ୍ଯାଦି ଖାଦ୍ଯ ସାମଗ୍ରୀ ମଇଦାରେ ତିଆରି ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ମଇଦା ପାଇଁ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ। କେବଳ ହାନିକାରକ ନୁହେଁ ବରଂ ଅନେକ ରୋଗ ମଧ୍ୟ ଉତ୍ପନ୍ନ କରିଥାଏ। ଏଥିରେ ଫାଇବର କିମ୍ବା ପୌଷ୍ଟିକ ତତ୍ତ୍ବ ବିଲକୁଲ ମଧ୍ୟ ନଥାଏ।

food

– ଅତ୍ଯଧିକ ମଇଦା ଖାଦ୍ଯ ଖାଉଥିବା ବ୍ଯକ୍ତିଙ୍କ କୋଷ୍ଠକାଠିନ୍ଯ ସମସ୍ଯା ଦେଖାଦିଏ। ମଇଦା ଶରୀରରୁ ହାଡକୁ ମଜବୁତ କରୁଥିବା କ୍ୟାଲିସିୟମକୁ ଶୋଷି ନିଏ। ଏହାଛଡା ମଇଦା ଖାଦ୍ୟ ପ୍ରସ୍ତୁତ କରିବା ବେଳେ ସେଥିରୁ ପ୍ରୋଟିନ ଶେଷ ହୋଇଯାଏ, ଯାହା ଏସିଡିଟ୍ ସୃଷ୍ଟି କରିଥାଏ।

– ମଇଦା ଜିନିଷ ଖାଇଲେ ଅଳ୍ପ ଦିନ ମଧ୍ୟରେ ଶରୀରର ଓଜନ ବଢିଥାଏ। ଏହାଛଡା କୋଲେଷ୍ଟ୍ରଲ ସ୍ତର ବଢିବା ସହ ରକ୍ତରେ ଟ୍ରାଇଗ୍ଲିସରାଇଡ ମଧ୍ୟ ବଢିଯାଏ। ଓଜନ କମାଇବାକୁ ଚାହୁଁଥିଲେ, ମଇଦାଯୁକ୍ତ ଖାଦ୍ଯ ଖାଆନ୍ତୁ ନାହିଁ।

alu samosa

– ମଇଦା ଖାଇବା ଯୋଗୁଁ ଅନେକ ସମୟରେ ପେଟ ଖରାପ ହୋଇଥାଏ। ମଇଦା ଖାଇବା ଯୋଗୁଁ ଡାଇବେଟିଜ ମଧ୍ୟ ବଢିଥାଏ। ମଇଦା ଶରୀରରେ ବ୍ଲଡସୁଗାର ସ୍ତର ବଢାଇଦିଏ। ଏଥିପାଇଁ ଶରୀରରେ ଇନସୁଲିନ ବଢିଯାଏ।

– ମଇଦା ଖାଇବା ଯୋଗୁଁ ମଧ୍ୟ ହ୍ଦୟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ବଢିଯାଏ। ମଇଦା ନିୟମିତ ଖାଇବା ଯୋଗୁଁ ଶରୀରର ଇମ୍ଯୁନିଟି ସିଷ୍ଟମ ଦୁର୍ବଳ ହୋଇଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button