ନୀତି

ଚାଣକ୍ୟ ନୀତି: ଏହି ୪ଟି ଜିନିଷ ଛଡ଼ା ଦୁନିଆରେ ଆଉ କିଛି ବଡ଼ ନୁହେଁ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ବି ପ୍ରଚଳିତ। ଚାଣକ୍ୟଙ୍କ କଥିତ ବାଣୀକୁ ଯଦି ମନୁଷ୍ୟ ଠିକ ଭାବେ ପାଳନ କରିବ ତେବେ ଜୀବନ ସୁଚାରୁରୂପେ ପରିଚାଳିତ ହେବ। ଆଜିର ଯୁଗରେ ସବୁ ଲୋକଙ୍କ ଇଚ୍ଛା ଅଧିକ ଅର୍ଥ ରୋଜଗାର କରିବା ଓ ସୁଖ ଶାନ୍ତିରେ ଜୀବନଯାପନ କରିବା। କିଛି ଲୋକ ଧନ ସମ୍ପତ୍ତି ପଛରେ ଧାଉଁଥିବା ବେଳେ ଆଉ କିଏ ମୋକ୍ଷ ଚାହେଁ। ଚାଣକ୍ୟଙ୍କ କହିବାନୁସାରେ କେବଳ ୪ଟି ଜିନିଷ ଉପରେ ମୋହ ରଖିବା ଆବଶ୍ୟକ। ଏହି ୪ଟି ଦ୍ରବ୍ୟ ବ୍ୟତୀତ ଅନ୍ୟ କୌଣସି ଜିନିଷର କିଛି ମୂଲ୍ୟ ନାହିଁ। ଆସନ୍ତୁ ଜାଣିବା କ’ଣ ସେହି ୪ଟି ଜିନିଷ;

୧.ଦାନଠୁ ବଡ଼ କିଛି ନାହିଁ

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବାନୁଯାୟୀ ଦୁନିଆ ରେ ଖାଦ୍ୟ ପାନୀୟ ଠାରୁ ବଡ଼ ଦାନ ଆଉ କିଛି ନାହିଁ। ଖାଦ୍ୟ ଓ ପାଣି ଦାନ ମହାଦାନ ସହ ସମାନ। ଯେଉଁ ବ୍ୟକ୍ତି ଭୋକିଲା ଲୋକକୁ ଖାଇବା ଓ ତୃଷାର୍ତ୍ତକୁ ଜଳ ଦାନ କରେ ସେ ସବୁଠାରୁ ଅଧିକ ପୁଣ୍ୟ ଅର୍ଜନ କରିଥାଏ।

୨.ଏକାଦଶୀ ତିଥି

ଚାଣକ୍ୟ ହିନ୍ଦୁ ପଞ୍ଚାଙ୍ଗର ୧୧ଟି ଏକାଦଶୀ ତିଥିକୁ ସବୁଠୁ ପବିତ୍ର ତିଥିର ମାନ୍ୟତା ଦେଇଛନ୍ତି। ଏକାଦଶୀ ତିଥିରେ ପୂଜା ଆରାଧନା କରିବା ସହ ଉପବାସ ରହିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି। ବିଷ୍ଣୁଙ୍କ ସବୁଠୁ ପ୍ରିୟ ତିଥି ହେଉଛି ଏକାଦଶୀ।

୩. ଗାୟତ୍ରୀ ମନ୍ତ୍ର ସବୁଠୁ ଶକ୍ତିଶାଳୀ ମନ୍ତ୍ର

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବାନୁଯାୟୀ ଏହି ଦୁନିଆରେ ସବୁଠାରୁ ଶକ୍ତିଶାଳୀ ମନ୍ତ୍ର ହେଉଛି ଗାୟତ୍ରୀ ମନ୍ତ୍ର। ଏହି ମନ୍ତ୍ର ବ୍ୟତୀତ ଅନ୍ୟ କୌଣସି ମନ୍ତ୍ର ଏତେ ଶକ୍ତିଶାଳୀ ନୁହେଁ। ଗାୟତ୍ରୀ ମାତାଙ୍କୁ ବେଦମାତା ମଧ୍ୟ କୁହାଯାଏ। ସମସ୍ତ ୪ଟି ବେଦର ଉତ୍ପତ୍ତି ଗାୟତ୍ରୀଙ୍କ ଠାରୁ ହୋଇଛି।

୪.ମା’ଙ୍କ ଠାରୁ ବଡ଼ କେହି ନୁହେଁ

ଚାଣକ୍ୟଙ୍କ ଅନୁସାରେ ପୃଥିବୀରେ ମା’ ହିଁ ସବୁଠାରୁ ବଡ଼। ମା’ଙ୍କ ଠାରୁ ବଡ଼ କୌଣସି ଦେବତା ନାହାନ୍ତି, କୌଣସି ତୀର୍ଥ କିମ୍ବା କୌଣସି ଗୁରୁ ନାହାନ୍ତି। ଯେଉଁ ବ୍ୟକ୍ତି ମାତା ପିତାଙ୍କ ସେବା କରନ୍ତି ତାଙ୍କୁ ଆଉ କାହାକୁ ଭକ୍ତି କରିବା ଆବଶ୍ୟକତା ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button