ଧର୍ମ

ମନ୍ତ୍ର ଜପ କରିବା ସମୟରେ ପାଳନ କରନ୍ତୁ ଏହି ସବୁ ନିୟମ

ହିନ୍ଦୁ ଧର୍ମରେ ମନ୍ତ୍ର ଜପ କରିବାର କିଛି ସ୍ବତନ୍ତ୍ର ନିୟମ ରହିଛି। ଯଦି ଆପଣ ମଧ୍ଯ ଏହି ନିୟମ ପାଳନ କରୁଛନ୍ତି ତେବେ ଆପଣଙ୍କ ଘରେ କେବଳ ସୁଖ-ଶାନ୍ତି ଆସିନଥାଏ ବରଂ ଆପଣଙ୍କ ସ୍ବାସ୍ଥ୍ଯ ମଧ୍ଯ ସୁସ୍ଥ ରହିଥାଏ। ସାଧାରଣତଃ ତିନି ପ୍ରକାର ମନ୍ତ୍ର ଜପ କରାଯାଇଥାଏ।

-ବାଚିକ ଜପ

-ଉପାଂଶୁ ଜପ

-ମାନସିକ ଜପ

ବାଚିକ ଜପ

ବାଣୀ ଦ୍ବାରା ସସ୍ବର ମନ୍ତ୍ରର ଉଚ୍ଚାରଣ କରିବା ବାଚିକ ଜପ ହୋଇଥାଏ।

ଉପାଂଶୁ ଜପ

ନିଜର ଇଷ୍ଟ ଭଗବାନଙ୍କୁ ଧ୍ଯାନରେ ମନ ଲଗାଇ, ପାଟିରେ କିଛି ଏପରି ମନ୍ତ୍ର ଉଚ୍ଚାରଣ କରନ୍ତୁ, ଯାହା ବେଳ ନିଜକୁ ଶୁଣାଯିବ। ଏଭଳି ମନ୍ତ୍ର ଉଚ୍ଚାରଣକୁ ଉପାଂଶୁ ଜପ କୁହାଯାଇଥାଏ।

mantraମାନସିକ ଜପ

ସୁଖାସନ ବା ପଦ୍ମାସନରେ ବସି ଧ୍ଯାନ ମୁଦ୍ରାରେ ମନ ଭିତରୁ ଯେଉଁ ଜପ କରାଯାଇଥାଏ ିାହାକୁ ମାନସିକ ଜପ କୁହାଯାଏ।

ଜପ କରିବା ସମୟରେ ଏହିସବୁ ଦିଗ ପ୍ରତି ଧ୍ଯାନ ଦିଅନ୍ତୁ:

-ଶରୀର ଶୁଦ୍ଧ ଥିବା ଆବଶ୍ଯକ। ସାଧନା କରିବା ପାଇଁ ହାଲୁକା ରଙ୍ଗର କପଡା ପିନ୍ଧିବା ଉଚିତ।

-ସାଧନା ପାଇଁ କୁଶର ଆସନରେ ବସିବା ଉଚିତ। କାରଣ କୁଶ ଉଷ୍ମାର ସୁଚାଳକ ହୋଇଥାଏ ଏବଂ ଏହାଦ୍ବାରା ମନ୍ତ୍ର ଉଚାରଣ ସମୟରେ ଉତ୍ପନ୍ନ ଶକ୍ତି ଆମ ଶରୀରରେ ସମାହିତ ହୋଇଥାଏ।

-ଜପ କରିବା ସମୟରେ ମେରୁଦଣ୍ଡ ସିଧା ରଖିବା ଉଚିତ।

-ସାଧାରଣ ଜପରେ ତୁଳସୀ ମାଳା ବ୍ଯବହାର କରିବା ଉଚିତ। କାର୍ଯ୍ଯ ସିଦ୍ଧି ପାଇଁ ଜପ କରିବା ସମୟରେ ରୁଦ୍ରାକ୍ଷ ବା ଚନ୍ଦନର ମାଳା ଜପ କରିବା ଉଚିତ।

-ବ୍ରାହ୍ମ ମୁହୂର୍ତ୍ତରେ ସାଧନା କରିବା ଉଚିତ। କାରଣ ପ୍ରାତଃ କାଳ ସମୟ ଶୁଦ୍ଧ ବାୟୁରେ ପରିପୂର୍ଣ୍ଣ ରହିଥାଏ।

mantra--ଧ୍ଯାନ କରିବା ସମୟରେ ଯେଉଁ ଦେବତାଭ୍କର ଜପ କରୁଛନ୍ତି ସେହି ଦେବତାଙ୍କ ଛବି ଧ୍ଯାନରେ ରଖିବା ଉଚିତ।

-ମନ୍ତ୍ର ଜପ କରିବାର ଶକ୍ତି ଅନୁଭବ କରିବା ପାଇଁ ପ୍ରତ୍ଯେକ ଦିନ ଥରେ ମାଳି ଜପ କରିବା ଉଚିତ।

-ପ୍ରାତଃ କାଳରେ ମନ୍ତ୍ର ଜପ କରିବା ସମୟରେ ପୂର୍ବ ଦିଗକୁ ମୁଖ ଏବଂ ସଂନ୍ଧ୍ଯା ସମୟରେ ପଶ୍ଚିମ ଦିଗକୁ ମୁଖ କରି ଜପ କରିବା ଶ୍ରେଷ୍ଠ ବୋଲି ଉଲ୍ଳେଖ କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button