ଦେଶ ବିଦେଶ

ଅସରପାଙ୍କୁ ସବୁଦିନ ପାଇଁ ଘରୁ ବିଦା କରିବାକୁ ଆପଣାନ୍ତୁ ଏହି ଘରୋଇ ଉପାୟ

ପ୍ରାୟ ସମସ୍ତଙ୍କ ଘରେ ଅସରପା ଏକ ପ୍ରମୁଖ ସମସ୍ୟା। ଅସରପାଙ୍କ ସଂଖ୍ୟାକୁ ନେଇ ସମସ୍ତେ ଚିନ୍ତିତ ଥାନ୍ତି। ଯେତେ ଯାହା କଲେ ମଧ୍ୟ ଅସରପାଙ୍କ ସଂଖ୍ୟା କମିବା ତ ଦୂରର କଥା ନିୟନ୍ତ୍ରଣରେ ମଧ୍ୟ ରହନ୍ତିନାହିଁ। ଅସରପା ଘର ଅପରିଷ୍କାର କରିବା ସହ ଖାଦ୍ୟପଦାର୍ଥକୁ ମଧ୍ୟ ନଷ୍ଟ କରିଥାନ୍ତି। ପେଷ୍ଟ କଣ୍ଟ୍ରୋଲ କରିବା ଦ୍ୱାରା ଅସରପାଙ୍କ ସଂଖ୍ୟା ସିନା କମିଯାଏ, କିନ୍ତୁ ଏହା ବ୍ୟୟବହୁଳ ହୋଇଥିବାରୁ ସବୁବେଳେ କରିବା ସମ୍ଭବପର ନୁହେଁ। ତେବେ କେତେକ ଘରୋଇ ଉପାୟରେ ମଧ୍ୟ ଆପଣ ଚାହିଁଲେ ଅସରପା ଘଉଡ଼ାଇପାରିବେ। ଆସନ୍ତୁ ଜାଣିବା ସହଜରେ ଅସରପା ଘଉଡ଼ାଇବା ଉପାୟ…

  • ୧୦ ଗ୍ରାମ ବୋରିକ୍‌ ଏସିଡ୍‌, ୧ ଚାମଚ ଚିନି, ୧ ଚାମଚ ଦହି ଓ ୧ ଚାମଚ ଗହମ ଅଟାକୁ ମିଶାଇ ଗୁଳା କରନ୍ତୁ। ଏହି ଗୁଳାକୁ ଆଲମିରା କିମ୍ବା ଅସରପା ହେଉଥିବା ସ୍ଥାନରେ ରଖନ୍ତୁ। ଏହା ଦ୍ୱାରା ଅସରପା ହେବେନାହିଁ।
  • ତେଜପତ୍ରର କଡ଼ା ଗନ୍ଧ ମଧ୍ୟ ଅସରପାକୁ ଘଉଡ଼ାଇବାରେ ସାହାଯ୍ୟ କରେ। ଘରେ ଯେଉଁ କୋଣମାନଙ୍କରେ ଅସରପା ହେଉଛନ୍ତି, ସେଠାରେ ତେଜପତ୍ରକୁ ଗୁଣ୍ଡ କରି କିମ୍ବା ଛୋଟ ଛୋଟ ଖଣ୍ଡ କରି ରଖନ୍ତୁ। ଦେଖିବେ ଅସରପା ଆଦୌ ଆସିବ ନାହିଁ।

  • ଲବଙ୍ଗ ବାସ୍ନାକୁ ମଧ୍ୟ ଅସରପା ପସନ୍ଦ କରନ୍ତି ନାହିଁ। ଅସରପା ହେଉଥିବା ସ୍ଥାନରେ ଲବଙ୍ଗ ରଖନ୍ତୁ, ଅସରପା ହେବେନି।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button