ବିଚାର

କେଶଜନିତ ସବୁ ସମସ୍ୟାରୁ ମୁକ୍ତି ଦେବ ଏହି ହୋମମେଡ ତେଲ, ଆଜି ହିଁ କରନ୍ତୁ ପ୍ରସ୍ତୁତ

ବର୍ତ୍ତମାନ ସମୟରେ ବଢିଚାଲିଥିବା ପ୍ରଦୂଷଣ, ଷ୍ଟ୍ରେସ, ଖାଦ୍ୟପେୟରେ ଅନିୟମିତତା ଯୋଗୁଁ କେଶ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। କେଶରେ ରୂପି, କୁଣ୍ଡାଇହେବା, କେଶ ଝଡିବା, ଧଳା ହେବା ଭଳି ସମସ୍ୟା ଦେଖିବାକୁ ମିଳେ। ଏମିତିରେ କେଶକୁ ପୋଷଣ ଦେବା ଜରୁରୀ ହୋଇଥାଏ। ଆଜି ଆମେ ଏପରି ହୋମମେଡ ତେଲ ବିଷୟରେ ଜଣାଇବୁ, ଯାହା ଆପଣଙ୍କ କେଶଜନିତ ସମସ୍ୟାରୁ ମୁକ୍ତି ଦେବ।

oil 1

ତେଲ ପ୍ରସ୍ତୁତ କରିବା ପାଇଁ ସାମଗ୍ରୀ :

ଶୁଦ୍ଧ ନଡିଆ ତେଲ- ୧ କପ୍‌
ମନ୍ଦାର ଫୁଲ- ୮ରୁ ୧୦ଟି
ମନ୍ଦାର ପତ୍ର – ୧୦ଟି
ଛୋଟ ପିଆଜ : ୧/୨ କପ୍‌
ଭୃସଙ୍ଗପତ୍ର- ୫ରୁ ୬ଟି ପତ୍ର
ତୁଳସୀ ପତ୍ର- ୫ ରୁ ୬ଟି ପତ୍ର

coconut

କିପରି କରିବେ ପ୍ରସ୍ତୁତ :

ପ୍ରଥମେ ଏକ ତମ୍ବା ପାତ୍ରରେ ନଡିଆ ତେଲ ପକାଇ ଅଳ୍ପ ଆଞ୍ଚରେ ଗରମ କରନ୍ତୁ। ଏହାପରେ ସେଥିରେ କଟାହୋଇଥିବା ଛୋଟ ପିଆଜକୁ ପକାନ୍ତୁ। ପିଆଜ ଯେପରି ନ ଜଳେ ଧ୍ୟାନ ରଖିବେ। ଏବେ ଏଥିରେ ଅନ୍ୟ ସବୁ ସମାଗ୍ରୀକୁ ପକାଇ ୩୦ ମିନିଟ୍‌ ପର୍ଯ୍ୟନ୍ତ ଭଲ ଭାବେ ଫୁଟାନ୍ତୁ। ଏହାକୁ ଥଣ୍ଡା ହେଲା ପରେ ଛାଣି ରଖନ୍ତୁ। ଏହାକୁ ଏକ କଣ୍ଟେନରରେ ରଖି ମୁଣ୍ଡରେ ଲଗାନ୍ତୁ। ଯାହା ଆପଣଙ୍କ ବିଭିନ୍ନ କେଶଜନିତ ସମସ୍ୟାରୁ ମୁକ୍ତି ଦେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button