ପକେଟ୍ରେ ପଇସା ନାହିଁ? ଆପଣାନ୍ତୁ ଏହି ୫ଟି ଉପାୟ

ପଇସା ସମସ୍ତଙ୍କୁ ଦରକାର। ପଇସା ବିନା କୌଣସି ବି ସ୍ତରରେ ବଞ୍ଚିବା ଅସମ୍ଭବ। ଅନେକ ସମୟରେ ପଇସା ଅଯଥାରେ ଖର୍ଚ୍ଚ ହୋଇଯାଏ। ଆଉ ପଇସା ଆସିବା ବାଟ ବି ବନ୍ଦ ହୋଇଯାଏ। ଏଭଳି ସ୍ଥିତିରେ ପରିବାର ଚଳାଇବା ବହୁତ ମୁସ୍କିଲ ହୋଇପଡ଼େ। ତେଣୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବତେଇବାକୁ ଯାଉଛୁ, ଯଦ୍ଦ୍ଵାରା ଆପଣଙ୍କର ଧନ ଆଗମନର ବାଟ ଫିଟିଯିବ। ଏହାଛଡ଼ା ଧନ ଅଭାବରୁ ପରିବାର ଭିତରେ ଦେଖାଯାଉଥିବା କଳହ ସବୁଦିନ ପାଇଁ ବନ୍ଦ ହୋଇଯିବ। ଆଉ ଘର ହସଖୁସିରେ ପୂରି ଉଠିବ।
-ସବୁ ପୂର୍ଣ୍ଣିମା ଦିନ ସକାଳେ ଅଶ୍ୱତ୍ଥ ବୃକ୍ଷରେ ମା’ ଲକ୍ଷ୍ମୀ ବିରାଜମାନ କରିଥାଆନ୍ତି। ତେଣୁ ଯେଉଁ ବ୍ୟକ୍ତିଙ୍କର ଆର୍ଥିକ ସମସ୍ୟା ରହିଛି, ସେମାନେ ଏହି ମସୟରେ ଅଶ୍ୱତ୍ଥ ବୃକ୍ଷକୁ ପୂଜା କରିବା ଉଚିତ। ଏହାଛଡ଼ା ଜଳ ଢାଳି ମା’ଙ୍କ ଉପାସନା କରନ୍ତୁ। ଲକ୍ଷ୍ମୀ ମନ୍ତ୍ରର ଗୋଟିଏ ମାଳା ଜପ କରନ୍ତୁ। ଦେଖିବେ, ଧୀରେ ଧୀରେ ସମସ୍ୟା ଦୂର ହୋଇଯିବ।
-ପର୍ସରେ ଚାବି ରଖିବା ଉଚିତ ନୁହେଁ। ପଇସା ଏବଂ ନୋଟ୍କୁ ଠିକ୍ ଢଙ୍ଗରେ ରଖନ୍ତୁ। ମଙ୍ଗଳବାର ଏବଂ ଶନିବାର ଭଗବାନଙ୍କ ଚରଣରେ ତେଲ ଓ ସିନ୍ଦୂର ଚଢ଼ାନ୍ତୁ। ମଥାରେ ସିନ୍ଦୂରର ତଳକ ଲଗାନ୍ତୁ। ହନୁମାନ ଚାଳିଶା କିମ୍ବା ବଜରଙ୍ଗବାଣ ପାଠ କରନ୍ତୁ।

-ଘରେ କିମ୍ବା ଅଫିସରେ ଶ୍ରୀକୃଷ୍ଣ ଗାଈ ଆଗରେ ଛିଡ଼ାହୋଇ ବଂଶୀ ବଜାଉଥିବାର ଏକ ଫେଟୋ ଲଗାନ୍ତୁ। ଏପରି କଲେ, ଆପଣଙ୍କ ଉପରେ କରଜ ଚଢ଼ି ନ ଥାଏ ଏବଂ ଦେଇଥିବା ଧନ ବୁଡ଼ିବାର ସମ୍ଭାବନା ମଧ୍ୟ କମ୍ ଥାଏ।
-କରଜରୁ ମୁକ୍ତି ପାଇବା ପାଇଁ ଲାଲ୍ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ କିମ୍ବା ଲାଲ୍ ରୁମାଲ ସାଥିରେ ରଖନ୍ତୁ। ଭୋଜନରେ ଗୁଡ଼ ସାମିଲ କରନ୍ତୁ। ବୁଧବାର ଦିନ ସ୍ନାନ ପୂଜା ସାରି ସର୍ବପ୍ରଥମେ ଗାଈକୁ ସବୁଜ ଚାରା ଖୁଆନ୍ତୁ। ଏହାପରେ ନିଜେ କିଛି ଖାଦ୍ୟ ଗ୍ରହଣ କରନ୍ତୁ। ଏମିତି କଲେ, ଶୀଘ୍ର କରଜକୁ ମୁକ୍ତି ମିଳିଥାଏ।
-କରଜ ନେଇଥିବା ବ୍ୟକ୍ତି ଯଦି ନିଜ ଲକରରେ ସ୍ଫଟିକ ଶ୍ରୀଯନ୍ତ୍ର ଏବଂ ମଙ୍ଗଳ ପିରାମିଡ୍ ସ୍ଥାପନ କରି ନିତ୍ୟ ଧୂପ, ଦୀପ ଲଗାଇବେ, ତେବେ ଶୀଘ୍ର ଋଣରୁ ମୁକ୍ତି ପାଇପାରିବେ।



