ଚୁଟକିରେ ବନାନ୍ତୁ ଗରମା ଗରମ ଟମାଟୋ ମେଥି ରାଇସ

ସାଧାରଣତଃ ଫ୍ରାଏଡ ରାଇସ ସମସ୍ତଙ୍କୁ ପସନ୍ଦ ଆସିଥାଏ କିନ୍ତୁ ଗୋଟେ ପ୍ରକାରର ଫ୍ରାଏଡ ରାଇସ ଖାଇ ଖାଇ ଆପଣ ବୋର ହୋଇଯାଇଥିବେ ନିଶ୍ଚୟ । ଫ୍ରାଏଡ ରାଇସକୁ ଟିକିଏ ୟୁନିକ ଏବଂ ସ୍ୱାଦିଷ୍ଟ କରିବାପାଇଁ ଚାଁହୁଛନ୍ତି କି ? ତାହେଲେ ଆମେ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ଭିନ୍ନ ପ୍ରକାରର ଫ୍ରାଏଡ ରାଇସ ଯାହା ଖାଇବା ପରେ ଆପଣ ନିଶ୍ଚୟ ଏହାକୁ ବାରମ୍ବାର ଖାଇବା ପାଇଁ ମନ କରିବେ । ତାହେଲେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ସ୍ୱାଦିଷ୍ଟ ଟମାଟୋ ମେଥି ପଲାଓ ।
ଆବଶ୍ୟକ ସାମଗ୍ରୀ
ରାଇସ ୪ କପ, ପିଆଜ ଗୋଟିଏ, ଅଦା ଅଳ୍ପ, ରସୁଣ ୪ ପାଖୁଡା, ଟମାଟୋ ୩ଟି, ମେଥି ୨ କପ, ଲଙ୍କାଗୁଣ୍ଡ ୧ ଚାମଚ, ଧନିଆ ପାଉଡର ୨ ଚାମଚ, ଗରମ ମସଲା ୧ ଚାମଚ, ଡାଲଚିନି, ଲବଙ୍ଗ, ଅଳେଇଚ ଅଳ୍ପକିଛି, ଦେଶୀଘିଅ ୨ ଚାମଚ, ଲୁଣ ସ୍ୱଦାନୁସାରେ ।
ପ୍ରସ୍ତୁତି ପ୍ରଣାଳୀ
ଟମାଟୋ ମେଥି ପଲାଓ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ କଡେଇରେ ଘିଅ ଗରମ କରନ୍ତୁ । ସେଥିରେ ଡାଲଚିନି, ଲବଙ୍ଗ, ଅଳେଇଚ ପକାଇ ଟିକିଏ ଭାଜି ଦିଅନ୍ତୁ । ତାପରେ ସେଥିରେ କଟା ପିଆଜ ପକାଇ କିଛି ସମୟ ଭାଜନ୍ତୁ ଓ ସେଥିରେ ଅଦା ରସୁଣ ପକାଇ କିଛି ସମୟ ଫ୍ରାଏ କରନ୍ତୁ । ତାପରେ ସେଥିରେ ଟମାଟୋ ପକାଇଦିଅନ୍ତୁ । କିଛି ସମୟ ପରେ ସେଥିରେ ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ପାଉଡରଏବଂ ଲୁଣ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ । ଏହାକୁ 5 ମିନିଟ ପାଇଁ ଛାଡ଼ିଦିଅନ୍ତୁ ତାପରେ ଏଥିରେ ମେଥି ପକାଇ ଗୋଳାଇ ଦିଅନ୍ତୁ । ମେଥି ଟିକିଏ ସିଝିବା ପରେ ଏଥିରେ ରାଇସ ପକାଇ ଗୋଳାଇ ଦିଅନ୍ତୁ । କିଛି ସମୟ ଫ୍ରାଏ କରିବା ପରେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଟମାଟୋ ମେଥି ପଲାଓ । ଏବେ ଗରମ ଗରମ ଟେଷ୍ଟ କରନ୍ତୁ ଟମାଟୋ ମେଥି ପଲାଓ ।



