ଜୀବନଶୈଳୀ

ବିବାହ ଓ ପିରିୟଡସ୍‌ ତାରିଖ ସମାନ ଥିଲେ ଆଦୌ ଟେନ୍‌ସନ୍‌ ନିଅନ୍ତୁନି, ଏହି ଉପାୟରେ କରନ୍ତୁ ମ୍ୟାନେଜ୍‌

ବିବାହ ପ୍ରତ୍ୟେକ ଝିଅଙ୍କ ଜୀବନର ଏକ ଖାସ୍‌ ମୁହୂର୍ତ୍ତ। ଏଣୁ ଏହି ସମୟକୁ କୌଣସି କାରଣରୁ କେହି ବି ନଷ୍ଟ କରିବାକୁ ଚାହାନ୍ତିନାହିଁ। କିନ୍ତୁ ନ ଚାହୁଁଥିଲେ ମଧ୍ୟ ବେଳେ ବେଳେ ଏମିତି କିଛି ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ ଯାହା ବିବାହର ଖାସ୍‌ ଅନୁଭବକୁ ଖରାପ କରିଦେଇଥାଏ। ସେଥିରୁ ଗୋଟିଏ ହେଉଛି ପିରିୟଡ୍‌ସ୍‌ ବା ମାସିକ ଧର୍ମ। ଏହା ମହିଳାଙ୍କ ଶରୀରର ଏକ ପ୍ରାକୃତିକ ପ୍ରକ୍ରିୟା, ଯାହା ପ୍ରତିମାସରେ ହେବା ଏକ ସାଧାରଣ କଥା।

ମାସିକ ଧର୍ମ ବେଳେ ଅଫିସରେ ବା ବାହାରେ କାମ କରିବା ତ ଏକ ସାଧାରଣ କଥା। କିନ୍ତୁ ବିବାହ ବେଳେ ଏଭଳି ସ୍ଥିତି ଉପୁଜିଲେ ଯେ କେହି ବି ବ୍ୟସ୍ତ ହୋଇଯିବା ସ୍ୱାଭାବିକ। ଆପଣ କିମ୍ବା ଆପଣଙ୍କର କୌଣସି ବାନ୍ଧବୀ ବି ଯଦି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆଦୌ ବ୍ୟସ୍ତବିବ୍ରତ ହୁଅନ୍ତୁ ନାହିଁ। କେତେକ ସହଜ ଉପାୟ ଅବଲମ୍ବନ କରି ଆପଣ ଉଭୟ ବିବାହ ଓ ମାସିକ ଧର୍ମକୁ ମ୍ୟାନେଜ୍‌ କରିପାରିବେ।

ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ:

ଯଦି ଆପଣଙ୍କ ବିବାହ ତାରିଖ ଓ ପିରିୟଡ୍‌ ତାରିଖ ସମାନ, ତେବେ ଏହାକୁ ମ୍ୟାନେଜ କରିବାର ସବୁଠାରୁ ସହଜ ଉପାୟ ହେଉଛି କିଛି ଦିନ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଡାକ୍ତର ହିଁ କେବଳ ଆପଣଙ୍କୁ ଏହି ପରିସ୍ଥିତିରୁ ବାହାରିବାରେ ସାହାଯ୍ୟ କରିପାରିବେ। ଆପଣ ଚାହିଁଲେ ଡାକ୍ତରଙ୍କ ପରାମର୍ଶ ନେଇ ପିରିୟଡ୍‌କୁ ଡେରି କରିବାକୁ ଔଷଧ ଗ୍ରହଣ କରିପାରିବେ। ଏହି ଔଷଧ ଚାରି ପାଞ୍ଚ ଦିନ ପର୍ଯ୍ୟନ୍ତ ମାସିକ ଧର୍ମକୁ ଡେରି କରିଥାଏ। କିନ୍ତୁ କୌଣସି ପଦକ୍ଷେପ ନେବା ପୂର୍ବରୁ ପ୍ରଥମେ ଡାକ୍ତରଙ୍କ ସହ ନିଶ୍ଚୟ କଥା ହୁଅନ୍ତୁ।

ଆଦୌ ଲୁଚାନ୍ତୁ ନାହିଁ:

 

ଝିଅମାନେ ସାଧାରଣତଃ ନିଜ ପିରିୟଡ୍‌ ସମ୍ପର୍କରେ କହିବାକୁ ଚାହାନ୍ତି ନାହିଁ। ଏଥିପାଇଁ ଖୋଲାଖୋଲି କହିବାକୁ ସେମାନେ ସଙ୍କୋଚ କରିଥାନ୍ତି। କିନ୍ତୁ ଯଦି ବିବାହ ଓ ପିରିୟଡ୍‌ ଡେଟ୍‌ ସମାନ ଅଛି ତେବେ ଏଥିପାଇଁ କହିବାକୁ ନିହାତି ମୁହଁ ଖୋଲନ୍ତୁ। ଏହା ଆଦୌ ଲଜ୍ଜାଜନକ କଥା ନୁହେଁ। ଆପଣ ଆଉ କାହାକୁ ନ ହେଲେ ବି ମା’ କିମ୍ବା ବଡ଼ ଭଉଣୀଙ୍କୁ ଏ ବାବଦରେ କହିପାରନ୍ତି। ସେମାନେ ବି ଆପଣଙ୍କୁ ସାହାଯ୍ୟ କରିପାରିବେ।

ବ୍ୟାଗ୍‌ରେ ପ୍ୟାଡ୍‌ ରଖନ୍ତୁ:

ବିବାହ ଦିନ ପିରିୟଡ୍‌ ଆରମ୍ଭ ନ ହେଲେ ବି ଶ୍ୱଶୁର ଘରକୁ ଯାଉ ଯାଉ ଆରମ୍ଭ ହୋଇପାରେ। ଏଭଳି ସ୍ଥିତିରେ ଆପଣ କାହାକୁ କିଛି କହିବାକୁ ସଙ୍କୋଚ କରିପାରନ୍ତି। ଏଣୁ ପୂର୍ବରୁ ହିଁ ନିଜ ପାଖରେ ଏକ ପ୍ୟାକେଟ୍‌ ପ୍ୟାଡ୍‌ ରଖିଥାନ୍ତୁ। ଆପଣ ଚାହିଁଲେ ହ୍ୟାଣ୍ଡବ୍ୟାଗ୍‌ରେ ପ୍ୟାଡ୍‌ ରଖିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button