ନୀତି

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ହାତର ରଙ୍ଗ ଖୋଲିଥାଏ ଆପଣଙ୍କର ଅନେକ ରାଜ୍, ଜାଣନ୍ତୁ ଏହା ବିଷୟରେ

ଆପଣ ସମସ୍ତେ ଜାଣିଛନ୍ତି କି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ବ୍ୟକ୍ତିର ଆସୁଥିବା ସମୟ ବିଷୟରେ ତାହାର ଜାତକ ଦ୍ଵାରା ଜାଣି ପାରିବା । କିନ୍ତୁ ଏହା ଛଡା ଶରୀରର ଅଙ୍ଗର ଗଠନ କିମ୍ବା ରଙ୍ଗ ଦ୍ଵାରା ମଧ୍ୟ ଆପଣ ବ୍ୟକ୍ତିର ବ୍ୟକ୍ତିତ୍ବ ବିଷୟରେ ଜାଣି ପାରିବେ । ସାମୁଦ୍ରିକ ଶାସ୍ତ୍ର ଏକ ଏମିତି ଗ୍ରନ୍ଥ ଅଟେ ଯାହାକି ମହର୍ଷି ସମୁଦ୍ର ଦ୍ୱାରା ରଚିତ କରାଯାଇଛି ।

ଏଥିରେ ବ୍ୟକ୍ତିର ହାବଭାବ ଶାରୀରିକ ଗଠନ ଓ ଶାରୀରିକ ଚିହ୍ନର ଆକଳନ କରି ବ୍ୟକ୍ତିର ଭବିଷ୍ୟତ ଓ ତାହାର ସ୍ଵଭାବ ବିଷୟରେ ଜାଣି ପାରିବେ । ଯଦି ଆପଣ ବ୍ୟକ୍ତିର ସ୍ଵଭାବ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ତାହାର ହାତର ରଙ୍ଗକୁ ଭଲ ଭାବରେ ଦେଖନ୍ତୁ । ସମୁଦ୍ର ଶାସ୍ତ୍ର ଅନୁସାରେ ହାତର ରଙ୍ଗ ଦେଖି କୌଣସି ବ୍ୟକ୍ତିର ସ୍ଵଭାବ ଓ ତାହାର ଆସୁଥିବା ସମୟ ବିଷୟରେ ଜାଣି ହେବ ।

ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ହାତର ରଙ୍ଗକୁ ଦେଖି କେଉଁଭଳି ଭାବରେ ବ୍ଯକ୍ତିର ବ୍ୟକ୍ତିତ୍ବ ବିଷୟରେ ଜାଣି ପାରିବା ତାହା ବିଷୟରେ ସୂଚନା ଦେବୁ ।

ଆସନ୍ତୁ ଜାଣିବା ହାତର ରଙ୍ଗ ଦେଖି କେମିତି ଜାଣି ପାରିବେ ବ୍ୟକ୍ତିର ସ୍ଵଭାବ ବିଷୟରେ

ଧଳା ରଙ୍ଗର ହାତ

ହାତର ରଙ୍ଗ ଧଳା ହେବାର କାରଣ ରକ୍ତ ହୀନତା ହୋଇପାରେ । ଧଳା ରଙ୍ଗ ଆଧ୍ୟାତ୍ମିକ ଶକ୍ତିର ପ୍ରତୀକ ବି ହୋଇ ଥାଏ । ଏହିଭଳି ବ୍ୟକ୍ତି ସାଧାରଣତଃ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଯେଉଁ କାରଣରୁ ବ୍ୟକ୍ତିମାନଙ୍କର ହାତ ଧଳା ହୋଇଥାଏ । ସେମାନେ କୌଣସି କାମ ପ୍ରତି ଉତ୍ସାହିତ ହୋଇ ନ ଥାନ୍ତି । ଏମାନେ ପ୍ରାୟତଃ ଏକୁଟିଆ ରହିବାକୁ ପସନ୍ଦ କରନ୍ତି ।

ନାଲି ରଙ୍ଗର ହାତ

ଯେଉଁ ବ୍ୟକ୍ତିମାନଙ୍କର ହାତ ନାଲି ରଙ୍ଗର ହୋଇଥାଏ, ସେମାନେ ବହୁତ କ୍ରୋଧି ଓ ଅବିଶ୍ଵାସୀ ସ୍ଵଭାବର ହୋଇଥାନ୍ତି । ଏମାନଙ୍କର ହାତର ଝାଳ ଏହି କଥାର ସଂକେତ ଦେଇଥାଏ ।

ନୀଳ ରଙ୍ଗର ହାତ

ଯେଉଁ ବ୍ୟକ୍ତିମାନଙ୍କର ହାତର ରଙ୍ଗ ନୀଳ ହୋଇଥାଏ ସେମାନେ ରକ୍ତ ବିକାର ରୋଗୀଙ୍କ ଜୀବନ ପ୍ରତି ଉଦାସୀନତାର ପ୍ରତୀକ କୁହାଯାଏ । ଏହିଭଳି ବ୍ୟକ୍ତିମାନେ ଜୀବନରେ ଦରିଦ୍ରତାରେ ଫସି ରହିଥାନ୍ତି ।

ହଳଦିଆ ରଙ୍ଗର ହାତ

ଯେଉଁ ବ୍ୟକ୍ତିମାନଙ୍କର ହାତର ରଙ୍ଗ ହଳଦିଆ ହୋଇଥାଏ, ସେମାନେ ରକ୍ତ ହୀନତାର କୌଣସି ରୋଗ ଦ୍ଵାରା ପୀଡିତ, ମନ୍ଦବୁଦ୍ଧି, କର୍ମହିନ, ଅସୁସ୍ଥ କାରଣରୁ ହୋଇଥାଏ । ଏମାନଙ୍କୁ ନିଜ ଜୀବନରେ ସଫଳତା ହାସଲ ହୁଏ ନାହିଁ । ଏହା ଛଡା ଯେଉଁ ମହିଳାଙ୍କର ହାତର ରଙ୍ଗ ହଳଦିଆ ହୋଇଥାଏ ସେମାନେ ପୁରୁଷଙ୍କ ପ୍ରତି ଜଲ୍ଦି ଆକର୍ଷିତ ହୋଇ ଥାଆନ୍ତି ଓ ପୁରୁଷମାନଙ୍କର ହାତର ରଙ୍ଗ ହଳଦିଆ ହୋଇଥିଲେ ସେମାନେ ମହିଳାଙ୍କ ପ୍ରତି ଜଲ୍ଦି ଆକର୍ଷିତ ହୋଇ ଥାଆନ୍ତି ।

ହାତର ରଙ୍ଗ ଗୋଲାପି

ଯଦି କୌଣସି ବ୍ୟକ୍ତିର ହାତର ରଙ୍ଗ ଗୋଲାପି ହୋଇଥାଏ ତେବେ ସୁସ୍ଥ, ପ୍ରେମ, ଦୟା, କରୁଣାର ସାଗର, ସହୃଦୟ, ନମ୍ରତା, ପରିଶ୍ରମୀ, ଭାବୁକ, ଉନ୍ନତିଶୀଳ, ଉଚ୍ଚ ଆଦର୍ଶ ବାଲା ଜୀବନ ଯାପନ କରିବାର ଗୁଣ ସେହି ବ୍ୟକ୍ତିଙ୍କ ମଧ୍ୟରେ ଥାଏ । ପରନ୍ତୁ ଯଦି କେହି ତାଙ୍କ କଥା ଶୁଣନ୍ତି ନାହିଁ ତେବେ ଏମାନେ ବହୁତ ଜଲ୍ଦି ରାଗି ଯାଆନ୍ତି ।

କଳା ଓ ଦାଗ ଥିବା ହାତ

ଯେଉଁ ବ୍ୟକ୍ତି ମାନଙ୍କର ହାତ କଳା ରଙ୍ଗର ହୋଇଥାଏ ସେମାନଙ୍କ ଜୀବନ ଅସଫଳତାରେ ଭରପୁର ଥାଏ । ଏମାନେ ନିଶାର ଆଦି ହୋଇ ଯାଆନ୍ତି । ଏମାନଙ୍କୁ ଜୀବନରେ ସୁଖ ସୁବିଧା ପ୍ରାପ୍ତ ହୁଏ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button