ବିଚାର

ଗାଡ଼ି ପାର୍କିଂର ସ୍ଥାନ ଉପରେ ଦିଅନ୍ତୁ ଧ୍ୟାନ, ନଚେତ ଯାତ୍ରା ହୋଇଯିବ ଅସୁରକ୍ଷିତ

ଘର ନିର୍ମାଣ କରୁଥିବା ସମୟରେ ସବୁବେଳେ ପାର୍କିଂ ବ୍ୟବସ୍ଥା ଉପରେ ଖାସ ଧ୍ୟାନ ରଖିବା ଉଚିତ୍। ଏଣୁ ସବୁବେଳେ ପାର୍କିଂ ଘରର ଉତ୍ତର-ପଶ୍ଚିମ ଅଂଶରେ ରହିବା ଦରକାର। ଏହି ନିୟମ ସେ କ୍ଷେତ୍ରରେ ଅଧିକ ଲାଗୁ ହୁଏ ଯେଉଁ ସ୍ଥାନରେ ଅଧିକ ସମୟ ପର୍ଯ୍ୟନ୍ତ ଗାଡ଼ି ରହିଥାଏ। ତେବେ ଛୋଟ ଗାଡ଼ି ପାଇଁ ଘରର ଦକ୍ଷିଣ-ପୂର୍ବ ଅଂଶରେ ଗ୍ୟାରେଜ୍ କରିବା ଉଚିତ୍। ଯଦି ଏପରି ନକରୁଛନ୍ତି ତେବେ ଗାଡ଼ି ମାଲିକଙ୍କୁ ଖର୍ଚ୍ଚାନ୍ତ ସହ ଅଧିକ କ୍ଷତି ସହିବାକୁ ପଡ଼ିଥାଏ।

park

ଘରେ ହେଉବା ବାହାରେ ପାର୍କିଂ ସମୟରେ ରଖନ୍ତୁ ଧ୍ୟାନ

ସହରରେ ଗାଡ଼ି ସଂଖ୍ୟା ବଢ଼ିବା ସହ ପାର୍କିଂ ଏକ ବିରାଟ ସମସ୍ୟାରେ ପରିଣତ ହୋଇଛି। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ ପାର୍କିଂ ସମୟରେ କିଛି ଜିନିଷର ଧ୍ୟାନ ନରଖିଲେ ଗାଡ଼ି ଚାଳକ ତଥା ମାଲିକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ।

car

କେଉଁ ସ୍ଥାନରେ କରିବେ ପାର୍କିଂ

ଛୋଟ ବାହାନ ଯେପରିକି ସ୍କୁଟର, ବାଇକ, ସାଇକେଲ ଇତ୍ୟାଦିକୁ ସବୁବେଳେ ଐଶାନ୍ୟ କୋଣରେ ପାର୍କିଂ କରିବା ଉଚିତ୍। ତେବେ ଘରର କୌଣସି ନିର୍ଦ୍ଦିଷ୍ଟ କୋଣ ଆଡ଼କୁ ମୁହଁ କରି ପାର୍କିଂ କରନ୍ତୁ ନାହିଁ। ଏହା ଦ୍ବାରା ଘର ମଧ୍ୟରେ ନକାରତ୍ମକ ଉର୍ଜା ଜାତ ହୋଇଥାଏ। ସେହିପରି ବଡ଼ ବାହାନ ଯେପରିକି କାର, ଜିପ ଇତ୍ୟାଦିକୁ ଉତ୍ତର-ପୂର୍ବ ଦିଗକୁ ମୁହଁ କରି ପାର୍କିଂ କରିବା ଉଚିତ୍।

ବାସ୍ତୁ ଅନୁଯାୟୀ ଏପରି କରିବା ଦ୍ବାରା ଘରେ ଆର୍ଥିକ କ୍ଷତି ହେବାର ସମ୍ଭାବାନା କମ ହୋଇଥାଏ। ତେବେ ବ୍ୟବସାୟୀଙ୍କୁ ବାହାନର ମୁହଁ ଉତ୍ତର ଦିଗକୁ କରି ରଖିବା ଦ୍ବାରା ତାଙ୍କୁ ଲାଭ ମିଳିଥିବା ବେଳେ ଚାକିରି କରୁଥିବା ଲୋକ ବାହାନକୁ ପୂର୍ବ ଦିଗକୁ କରି ରଖିବା ଉଚିତ୍।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button