ଦେଶ ବିଦେଶ

ଚେହେରାରେ ତୁରନ୍ତ ଚମକ ଆଣିବାକୁ ଚାହୁଁଥିଲେ ଘରେ ହିଁ କରନ୍ତୁ ‘ୱାଇନ୍ ଫେସିଆଲ’

ଚେହେରାରେ ହେଉଥିବା ଦାଗ ବ୍ରଣ ଆଦିକୁ ହଟାଇବା ପାଇଁ ଅଧିକାଂଶ ମହିଳା ଘରୋଇ ଉପଚାରର ବ୍ୟବହାର କରିଥାନ୍ତି । ଆଉ କେତେ ଜଣ ମେକ ଅପ ମାଧ୍ୟମରେ ନିଜ ଚେହେରାର ଦାଗକୁ ଲୁଚାଇବା ପାଇଁ ଚେଷ୍ଟା କରନ୍ତି । କିନ୍ତୁ ଯଦି ଆପଣଙ୍କୁ ପ୍ରାକୃତିକ ସୁନ୍ଦରତା ପସନ୍ଦ ତେବେ ଆପଣ ୱାଇନ୍ ବ୍ୟବହାର କରି ନିଜ ଚେହେରାର ଚମକକୁ ଅଳ୍ପ ସମୟ ଭିତରେ ଫେରେଇ ଆଣି ପାରିବେ । ତେବେ ଆସନ୍ତୁ ଜାଣିବେ କେମିତି କରିବେ ବ୍ୟବହାର:

wine facial

ମସାଜ :

ପ୍ରଥମେ ବଜାରରୁ ଭଲ କମ୍ପାନୀର ରେଡ଼ ୱାଇନ୍ କିଣି ଆଣନ୍ତୁ । ପ୍ରଥମ ଥର ତୁଳା ସାହାଯ୍ୟରେ ନିଜ ଚେହେରାରେ ଲଗାନ୍ତୁ । ମନେରଖିବେ ଏଥିରେ ଭୁଲରେ ବି ଅନ୍ୟ କିଛି ମିଶାଇବେ ନାହିଁ । ଏହାକୁ ଲଗାଇବା ପରେ ମୁହଁକୁ ୨ ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ ଓ ପରେ ୫ ମିନିଟ ପାଇଁ ଛାଡ଼ି ଦିଅନ୍ତୁ । ଏବେ ନଖ ଉଷୁମ ପାଣିରେ ନିଜ ମୁହଁ ଧୋଇ ଦିଅନ୍ତୁ ।

wine facial

ୱାଇନ୍ ଆଣ୍ଟି ଅକ୍ସିଡେଣ୍ଟ ଭରପୁର ମାତ୍ରାରେ ଥାଏ । ଯାହା ଚେହେରାକୁ ଚମକ ଦାର କରିବାରେ ସାହାଯ୍ୟ କରିବା ସହ ମୃତ କୋଷିକା ଗୁଡିକୁ ମଧ୍ୟ ବାହାର କରିଦିଏ । ଯେଉଁ ମାନେ ଏହାର ବ୍ୟବହାର ନିୟମିତ ଭାବେ କରନ୍ତି ସେମାନଙ୍କ ଠାରେ ବୟସର ଛାପ ପଡ଼ିନଥାଏ । ଏହାବାଦ ବ୍ରଣ ଆଦିରୁ ମଧ୍ୟ ରକ୍ଷା ମିଳିଥାଏ ।

wine facial

ୱାଇନ୍ ଫେସ ପ୍ୟାକ:

ଏହାକୁ ପ୍ରସ୍ତୁତ କରିବା ପାଇଁ ଦହି, ମହୁ, ୱାଇନ୍କୁ ସମାନ ପରିମାଣରେ ମିକସ କରନ୍ତୁ । ଏବେ ଏହାକୁ ନିଜ ଚେହେରାରେ ଲଗେଇ ରଖନ୍ତୁ । ଶୁଖି ଗଲେ ନିଜ ମୁହଁକୁ ଭଲ ଭାବେ ଧୋଇଦିଅନ୍ତୁ । ଆଉ ସବୁବେଳେ ଧ୍ୟାନରେ ରଖିବେ ମସାଜ ଓ ଫେସ ପ୍ୟାକ ଭିତରେ ଯେମିତି ଅଧିକ ସମୟର ବ୍ୟବଧାନ ରହିବ ନାହିଁ । ୧୦ ମିନିଟରୁ ଅଧିକ ଚେହେରାରେ ୱାଇନ୍ ଲଗେଇ ରଖିବେ ନାହିଁ । ୱାଇନ୍ ବ୍ୟବହାର ପରେ ଅଳ୍ପ ସମୟ ଭିତରେ ଫରକ ନିଶ୍ଚିତ ନଜର ଆସିବ । ଆପଣ ବି ନିଜ ପାଇଁ ଏକ ପ୍ରକାର ଫ୍ରେସ ଅନୁଭବ କରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button