ଦେଶ ବିଦେଶ

ଏହି ଚାରିଟି ତେଲରେ କରନ୍ତୁ ଶିଶୁର ମାଲିସ, ପିଲାଙ୍କ ହାଡ ହେବ ମଜବୁତ୍‌

ପ୍ରତ୍ୟେକ ମା ନିଜ ଶିଶୁକୁ ସୁସ୍ଥ ଏବଂ ହସଖୁସିରେ ଦେଖିବାକୁ ଇଚ୍ଛା ରଖିଥାନ୍ତି। ଏମିତିରେ ଶିଶୁର ଦେଖାଶୁଣା କରିବା ଦାୟିତ୍ୱ ମା ଉପରେ ରହିଥାଏ। ମା’ର କ୍ଷୀର ଶିଶୁ ପାଇଁ ମହତ୍ତ୍ୱପୂଣ୍ଣ ର୍ ହୋଇଥିବା ବେଳେ ଶିଶୁକୁ ମସାଜ କରିବା ମଧ୍ୟ ଦରକାର ହୋଇଥାଏ। ପିଲାର ସଠିକ୍‌ ଭାବେ ମାଲିସ କରିବା ଦ୍ୱାରା ହାଡ ମଜବୁତ ହେବା ସହିତ ତ୍ୱଚା ନରମ ହୋଇଥାଏ। ଆପଣ ପିଲାକୁ ମାଲିସ କରିବା ପାଇଁ ବଜାରରେ ମିଳୁଥିବା କେମିକାଲଯୁକ୍ତ ତେଲ ଉପରେ ନିର୍ଭର ନ କରି ଘରେ ନଡିଆ ତେଲ, ଅଲିଭ ତେଲ, ବାଦାମ ତେଲ ଏବଂ ରାଶି ତେଲ ସାହାଯ୍ୟରେ ମାଲିସ କରିପାରିବେ।

olive

– ଅଲିଭ ଅଏଲରେ ଶିଶୁର ମୁଣ୍ଡରେ ମାଲିସ କଲେ କେଶ ବଢିଥାଏ। ଏହି ତେଲକୁ ଶିଶୁର ମୁଣ୍ଡରେ ଅଧଘଣ୍ଟା ପର୍ଯ୍ୟନ୍ତ ମାଲିସ କରନ୍ତୁ।

– ନଡିଆ ତେଲରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ସଂକ୍ରମଣ ହେବାରୁ ସାହାଯ୍ୟ କରିଥାଏ। ଏହାଦ୍ୱାରା ପିଲାକୁ କୌଣସି ପାଶ୍ୱ ପ୍ରତିକ୍ରିୟା ହୋଇନଥାଏ। ନଡିଆ ତେଲକୁ ଅଳ୍ପ ଉଷୁମ କରି ମାଲିସ କଲେ କେଶ, ତ୍ୱଚା, ହାଡ ମଜବୁତ ହୋଇଥାଏ।

baby

– ବାଦାମ ତେଲ କେବଳ ଶିଶୁ ନୁହେଁ ବରଂ ସମସ୍ତଙ୍କ ପାଇଁ ବେଶ ଉପକାରୀ। ବାଦାମ ତେଲରେ ଭିଟାମିନ ଇର ମାତ୍ରା ଭରପୂର ରହିଥାଏ। ଯାହାଦ୍ୱାରା ଶରୀରକୁ ତାକତ ମିଳିଥାଏ। ଏହାକୁ ଶିଶୁର ଶରୀରରେ ମାଲିସ କରିବା ଦ୍ୱାରା ତ୍ୱଚା କୋମଳ ଏବଂ ଉଜ୍ୱଳ ହୋଇଥାଏ। ଏହା ଶିଶୁର ବ୍ରେନ ପାଇଁ ମଧ୍ୟ ଲାଭଦାୟକ।

– ରାଶି ତେଲରେ ମାଲିସ କରିବା ଶିଶୁର ତ୍ୱଚା ପାଇଁ ଭଲ ହୋଇଥାଏ। ଏହି ତେଲକୁ ଲଗାଇବା ଦ୍ୱାରା ଶିଶୁର ଶରୀରରେ ଉଷୁମ ଆସିଥାଏ। କେବଳ ଶୀତଦିନେ ଶିଶୁକୁ ଏହି ତେଲ ମାଲିସ କରିବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button