ବିଚାର

ମହାଶିବରାତ୍ରୀରେ ନିଜ ରାଶି ଅନୁସାରେ ଏପରି ପାଇପାରିବେ ଶିବଙ୍କ କୃପା

ଆସନ୍ତା ଫେବୃଆରୀ ୨୧ରେ ମହାଶିବରାତ୍ରୀ ପର୍ବ ପାଳନ କରାଯିବ। ଏହି ଦିନ ଭଗବାନ ଶିବଙ୍କ ଭକ୍ତିରେ ଭକ୍ତର ସମସ୍ତ ପାପ ଏବଂ ଶଙ୍କଟ ଦୂର ହୋଇଯାଇଥାଏ। ଯଦି କୌଣସି ବ୍ୟକ୍ତି ଏହି ଦିନ ନିଜ ରାଶି ଅନୁଯାୟୀ ଶିବଙ୍କ ଆରଧନା କରିଥାନ୍ତି ତେବେ ଏହା ଅତ୍ୟନ୍ତ ଉତ୍ତମ ସଂଯୋଗ ହୋଇଥାଏ। ଆସନ୍ତୁ ଜାଣିବା ଆପଣଙ୍କ ଚନ୍ଦ୍ର ରାଶି ଅନୁଯାୟୀ କିପରି ଆପଣ ଭଗବାନ ଶିବଙ୍କୁ ପ୍ରସନ୍ନ କରିପାରିବେ।

ମେଷ: ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ସୋମନାଥ ହେଉଛନ୍ତି ପ୍ରଥମ ଜ୍ୟୋତିର୍ଲିଙ୍ଗ। ଯାହାଙ୍କର ଜନ୍ମ ମେଷ ରାଶିରେ ହୋଇଛି ସେହି ବ୍ୟକ୍ତିମାନେ ମହାଶିବରାତ୍ରୀ ଦିନ ସୋମନାତ ଜ୍ୟୋତିର୍ଲିଙ୍ଗଙ୍କ ପୂଜା କରିବା ଉଚିତ। ଯେଉଁ ବ୍ୟକ୍ତିଙ୍କ ପାଇଁ ସୋମନାଥଙ୍କ ଦର୍ଶନ କରିବା କଷ୍ଟକର ହୋଇଥାଏ ସେହି ବ୍ୟକ୍ତିମାନେ ପାଖରେ ଥିବା ଶିବ ମନ୍ଦିରକୁ ଯାଇ ସୋମନାଥଙ୍କୁ ଧ୍ୟାନ କରି କ୍ଷୀରରେ ମହାଦେବଙ୍କୁ ସ୍ନାନ କରାନ୍ତୁ।

ବୃଷ: ଶୈଳ ପର୍ବତରେ ଅବସ୍ଥିତ ମଲ୍ଲିକାର୍ଜୁନ ବୃଷ ରାଶିର ସ୍ୱାମୀ। ଏହି ରାଶିର ବ୍ୟକ୍ତିମାନେ ମଲ୍ଲିକାର୍ଜୁନଙ୍କୁ ଦର୍ଶନ କରିବା ଉଚିତ। କିନ୍ତୁ ଯେଉଁ ଲୋକମାନେ ମଲ୍ଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବାକୁ ଯାଇନପାରୁନାହାନ୍ତି ସେହି ବ୍ୟକ୍ତିମାନେ ମହାଶିବାରାତ୍ରୀ ଦିନ କୌଣସି ବି ଶିବଲିଙ୍ଗଙ୍କ ପୂଜା ଗଙ୍ଗା ଜଳରେ କରନ୍ତୁ । ଏହି ଦିନ ଶିବଲିଙ୍ଗ ଉପରେ ଅରଖ ଫୁଲ ଅର୍ପଣ କରନ୍ତୁ।

shivମିଥୁନ: ଉଜ୍ଜୈନ ସ୍ଥିତ ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ମିଥୁନ ରାଶିର ସ୍ୱାମୀ। ମହାକାଳେଶ୍ୱର କାଳର କାଳ। ମହାକାଳେଶ୍ୱରଙ୍କର ପୂଜା କରୁଥିବା ବ୍ୟକ୍ତିଙ୍କର ଅକାଳ ମୃତ୍ୟୁର ଭୟ ରହିନଥାଏ। ଏହି ରାଶିର ବ୍ୟକ୍ତିମାନେ ମହାକାଳେଶ୍ୱରଙ୍କର ଦର୍ଶନ କରିବା ଉଚିତ। ମିଥୁନ ରାଶିର ବ୍ୟକ୍ତିମାନେ ମହାଶିବରାତ୍ରୀ ଦିନ ଏହି ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବା ଦ୍ୱାରା ବର୍ଷସାରା ସଙ୍କଟ ଠାରୁ ଦୂରେଇ ରହିଥାନ୍ତି। ଏହିଦିନ ମିଥୁନ ରାଶିର ବ୍ୟକ୍ତିମାନେକ୍ଷୀର ସହିତ ମହୁ ମିଶାଇ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ।

କର୍କଟ: ମଧ୍ୟପ୍ରଦେଶର ନର୍ମଦା ତଟରେ ଅବସ୍ଥିତ ଓଁକାରେଶ୍ୱର ଜ୍ୟୋତିର୍ଲିଙ୍ଗ। କର୍କଟ ରାଶିର ବ୍ୟକ୍ତିମାନେ ମହାଶିବରାତ୍ରୀ ଦିନ ଶିବଙ୍କର ଏହି ସ୍ୱରୂପ ଦର୍ଶନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ରାଶିର ବ୍ୟକ୍ତିମାନେ ପଞ୍ଚାମୃତରେ ଶିବଲିଙ୍ଗଙ୍କୁ ସ୍ନାନ କରାଇବା ସହ ୧୦୮ ଥର ଶିବଙ୍କ ମନ୍ତ୍ର ଜପ କରନ୍ତୁ। ଏହି ବିଧିରେ ପୂଜା କରିବା ଦ୍ୱାରା ଛାତ୍ର-ଛାତ୍ରୀମାନଙ୍କ ଶିକ୍ଷାରେ ଦେଖାଯାଉଥିବା ବାଧା ଦୂର ହେବ।

shiv-ସିଂହ: ଏହି ରାଶିର ବ୍ୟକ୍ତିମାନେ ବୈଦ୍ୟନାଥ ଜ୍ୟୋତିର୍ଲିିଙ୍ଗଙ୍କ ପୂଜା କରନ୍ତୁ। ମହାଶିବରାତ୍ରୀରେ ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗଙ୍କର ବିଶେଷ ପୂଜା କରାଯାଇଥାଏ। ସିଂହ ରାଶିର ବ୍ୟକ୍ତିମାନେ ଏହି ଦିନ ବୈଦ୍ୟନାଥଙ୍କ ଦର୍ଶନ କରିବା ଦ୍ୱାରା ବର୍ଷସାରା ସ୍ୱାସ୍ଥ୍ୟ ଭଲ ରହିଥାଏ। ଏହିଦିନ ଗଙ୍ଗାଜଳରେ ଶିବଲିଙ୍ଗକୁ ସ୍ନାନ କରାଇ ଧଳା କନିଅର ଫୁଲ ଅର୍ପଣ କରନ୍ତୁ।

କନ୍ୟା: ମହାରାଷ୍ଟ୍ରର ଭୀମା ନଦୀ କୂଳରେ ଅବସ୍ଥିତ ଭୀମାଶଙ୍କର ଜ୍ୟୋତିର୍ଲିଙ୍ଗ। ଏହି ରାଶିର ବ୍ୟକ୍ତିମାନେ ଭୀମଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ କ୍ଷୀରରେ ଘିଅ ମିଶାଇ ଶିବଲିଙ୍ଗଙ୍କୁ ସ୍ନାନ କରାନ୍ତୁ। ଏହାପରେ ଶିବଲିଙ୍ଗ ଉପରେ ହଳଦିଆ ରଙ୍ଗର କନିଅର ଫୁଲ ଅର୍ପଣ କରନ୍ତୁ।

sibତୁଳା: ତାମିଲନାଡୁରେ ଅବସ୍ଥିତ ଭଗବାନ ରାମଙ୍କ ଦ୍ୱାରା ସ୍ଥାପିତ ରାମେଶ୍ୱର ଜ୍ୟୋତିର୍ଲିଙ୍ଗଙ୍କ ସମ୍ବନ୍ଧ ତୁଳା ରାଶି ସହ ରହିଛି। ଭଗବାନ ରାମ ସୀତାଙ୍କୁ ଖୋଜିବାରେ ସମୁଦ୍ରରେ ସେତୁ ନିର୍ମାଣ ପାଇଁ ଏହି ଜ୍ୟୋତିର୍ଲିଙ୍ଗ ସ୍ଥାପନା କରିଥିଲେ। ମହାଶିବରାତ୍ରୀ ଦିନ ଏହି ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବା ଦ୍ୱାରା ଦାମ୍ପତ୍ୟ ଜୀବଦନରେ ଭଲପାଇବା ଏବଂ ସଦ୍‌ ଭାବନା ଭରିରହିଥାଏ। ଏହିଦିନ ଶିବଲିଙ୍ଗ ଉପରେ ଗଙ୍ଗାଜଳ ଅର୍ପଣ କରନ୍ତୁ।

ବିଛା: ଗୁଜୁରାଟର ଦ୍ୱାରକା ଜିଲ୍ଲାରେ ତନାଗେଶ୍ୱର ଜ୍ୟୋତିର୍ଲିଙ୍ଗଙ୍କ ସମ୍ପର୍କ ବିଛା ରାଶି ସହ ରହିଛି। ଏହି ରାଶିର ବ୍ୟକ୍ତିମାନେ ମହାଶିବରାତ୍ରୀ ଦିନ ଏହି ଶିବଲିଙ୍ଗଙ୍କ ଦର୍ଶନ କରିବା ଦ୍ୱାରା ଦୁର୍ଘଟଣାରୁ ରକ୍ଷା ପାଇଥାନ୍ତିି। ଏହିଦିନ ବିଛା ରାଶିର ବ୍ୟକ୍ତିମାନେ ଶିବଲିଙ୍ଗ ଉପରେ କ୍ଷୀର ଅର୍ପଣ କରନ୍ତୁ।

shibଧନୁ: ବାରଣସୀ ସ୍ଥିତ ବିଶ୍ୱନାଥ ଜ୍ୟୋତିର୍ଲିଙ୍ଗର ସମ୍ବନ୍ଧ ଧନୁ ରାଶି ସହ ରହିଛି। ଏହି ରାଶିର ଲୋକମାନେ ମହାଶିବରାତ୍ରୀ ଦିନ ଗଙ୍ଗାଜଳରେ କେସର ମିଶାଇ ଶିବଙ୍କକୁ ଅର୍ପିତ କରନ୍ତୁ।

ମକର: ମକର ରାଶିର ସମ୍ବନ୍ଧ ତ୍ରୟମ୍ବକେଶ୍ୱର ଜ୍ୟୋତିର୍ଲିଙ୍ଗ ସହ ରହିଛି। ଏହି ଜ୍ୟୋତିର୍ଲିିଙ୍ଗ ନାସିକ୍‌ ରେ ଅବସ୍ଥିତ। ମହାଶିବରାତ୍ରୀ ଦିନ ଏହି ରାଶିର ବ୍ୟକ୍ତିମାନେ ଗଙ୍ଗାଜଳରେ ଗୁଡ ମିଶାଇ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ।

shiv1କୁମ୍ଭ: ଏହି ରାଶିର ବ୍ୟକ୍ତିମାନେ ଉତ୍ତରାଖଣ୍ଡରେ ଅବସ୍ଥିତ କେଦାରନାଥଙ୍କ ପୂଜା କରିବା ଉଚିତ। ଅକ୍ଷୟ ତୃତୀୟାରୁ କେଦାର ଯାତ୍ରା ଆରମ୍ଭ ହୋଇଥାଏ। ଏହିକାରଣରୁ କୁମ୍ଭ ରାାିର ବ୍ୟକ୍ତିମାନେ ମହାଶିବରାତ୍ରୀ ଦିନ କୌଣସସି ବି ଶିବାଳୟକୁ ଯାଇ ପଞ୍ଚାମୃତରେ ଶୀିବଲିଙ୍ଗଙ୍କୁ ସ୍ନାନ କରାଇ ପଦ୍ମ ଫୁଲ ଅର୍ପଣ କରନ୍ତୁ।

ମୀନ: ମହାରାଷ୍ଟ୍ରର ଔରଙ୍ଗାବାଦରେ ଘୃଷ୍ଣେଶ୍ୱର ଜ୍ୟୋତିର୍ଲିଙ୍ଗ ଅବସ୍ଥିତ। ଏହି ଜ୍ୟୋତିର୍ଲିଙ୍ଗର ସମ୍ବନ୍ଧ ମୀନ ରାଶି ସହ ରହିଛି। ଏହି ରାଶିର ବ୍ୟକ୍ତିମାନେ ମହାଶିବରାତ୍ରୀ ଦିନ କ୍ଷୀରରେ କେସର ପକାଇ ଶିବଲିଙ୍ଗଙ୍କୁ ସ୍ନାନ କରାଇବା ପରେ ସୁଦ୍ଧ ଘିଅ ଏବଂ ମହୁ ଅର୍ପଣ କରନ୍ତୁ। ଏଥିସହ କନିଅର ଫୁଲ ଏବଂ ବେଲପତ୍ର ଅର୍ପଣ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button