ବିଚାର

ନୂଆ ଜୋତା ପିନ୍ଧି ଗୋଡ଼ ଖଣ୍ଡିଆ ହୋଇଗଲେ ବ୍ୟବହାର କରନ୍ତୁ ମହୁ, ମିଳିବ ତୁରନ୍ତ ଆରାମ, ଜାଣନ୍ତୁ ଆହୁରି ୫ଟି ଘରୋଇ ଉପଚାର

ନୂଆ ଜୋତା ପିନ୍ଧିବାର ସଉକ କାହାକୁ ବା ନ ଥାଏ। କିନ୍ତୁ ଅନେକ ସମୟରେ ନୂଆ ଜୋତା ପିନ୍ଧିଲେ, ଗୋଡ଼ ପଛପଟ ଛାଲ ଉତୁରି ଯାଇଥାଏ, ଯଦ୍ଦ୍ଵାରା ଜାଗାଟି ଜଳାପୋଡ଼ା ହୋଇଥାଏ। ଗୋଟିଏ ପଟେ ନୂଆ ଜୋତା ପିନ୍ଧିବାର ଉତ୍ସାହ ଥିବା ବେଳେ ଅନ୍ୟପଟେ ଗୋଡ଼ ଖଣ୍ଡିଆ ହୋଇଯିବା ଦ୍ୱାରା ତାହା ଯନ୍ତ୍ରଣାରେ ପରିଣତ ହୋଇଯାଏ। ତେବେ ନୂଆ ଜୋତା ହେଉ କି ଚପଲ, ଯଦି ଆପଣ ଏମିତି ପରିସ୍ଥିତିର ସାମ୍ନାକୁ କରୁଛନ୍ତି ଏବଂ କୌଣସି ଅନ୍ୟ ଜୋତା ପିନ୍ଧି ପାରୁନାହାନ୍ତି, ତା’ହେଲେ ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ। ଏହାକୁ ଉପଯୋଗ କରି ଆପଣ ଫୁଟ୍‌େଓ୍ଵୟାରରୁ ମିଳୁଥିବା ଯନ୍ତ୍ରଣାକୁୁ ଲାଘବ କରିପାରିବେ।

2

୧. ଜୋତା ପିନ୍ଧିବା ପୂର୍ବରୁ ଘା’ ଉପରେ ସାମାନ୍ୟ ଟେଲକମ୍‌ ପାଉଡର ଲଗାଇ ଦିଅନ୍ତୁ। ଏହାଦ୍ୱାରା କଷ୍ଟ ଅନୁଭବ ହେବନାହିଁ। କିନ୍ତୁ ଧ୍ୟାନ ଦିଅନ୍ତୁ, ଯଦି ଆପଣ ମୋଜା ପିନ୍ଧୁଥାଆନ୍ତି, ତା’ହେଲେ ପାଦ ଶୁଖିଲା ରହିବା ଦରକାର।

୨. ଆପଣ ଚାହିଁଲେ ନଡ଼ିଆ ତେଲ ବ୍ୟବହାର କରିପାରିବେ। ଏହା ଘା’କୁ ମଇଶ୍ଚରାଇଜ କରିବା ସହିତ ଜ୍ୱଳନକୁ ବି ଦୂର କରିଦେଇଥାଏ। ଯଦି ଆପଣଙ୍କ ପାଖରେ ନଡ଼ିଆ ପତ୍ର ଅଛି, ତା’ହେଲେ ଏହାକୁ ଜଳାଇ ଏହାର ପାଉଁଶକୁ ନଡ଼ିଆ ତେଲରେ ମିଶାଇ ଲଗାଇଲେ ପାଦ ଖଣ୍ଡିଆ ଭଲ ହୋଇଯିବ।

3

୩. ନୂଆ ଜୋତା ପିନ୍ଧି ପାଦ ଖଣ୍ଡିଆ ହୋଇଗଲେ, ସେହି ସ୍ଥାନରେ ବ୍ୟାଣ୍ଡେଡ୍‌ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କୁ ଆରାମ ମିଳିବ।

୪. ପାଦ ଯେଉଁଠି ଖଣ୍ଡିଆ ହୋଇଛି, ସେଠି ଆପଣ ମହୁ ଲଗାଇ ପାରିବେ। ଆପଣ ଚାହିଁଲେ, ଏଥିରେ ଅଲିଭ୍‌ ଅଏଲ୍‌ ମଧ୍ୟ ମିଶାଇ ଲଗାଇ ପାରିବେ।

34

୫. ପାଦ ଖଣ୍ଡିଆ ହୋଇ ଯଦି ଜଳାପୋଡ଼ା ହେଉଛି, ତା’ହେଲେ ଏଥିରୁ ଉପଶମ ମିଳିବା ପାଇଁ ଘିକୁଅାଁରୀ ଲଗାଇ ପାରିବେ। ଏଥିରେ ଥିବା ସମସ୍ତ ଗୁଣକାରୀ ତତ୍ତ୍ୱ ଘା’ ଶୁଖିବାରେ ବହୁତ ଲାଭଦାୟକ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button