ସ୍ୱାସ୍ଥ୍ୟ

ପାଚନତନ୍ତ୍ରକୁ ଠିକ୍‌ କରିବା ସହ ଶ୍ୱାସ ସମସ୍ୟା ଦୂର କରିବ ହେଙ୍ଗୁ, ଏମିତି କରନ୍ତୁ ବ୍ୟବହାର

ଭାରତରେ ପ୍ରତି ୫ ଜଣରେ ଜଣେ ରକ୍ତଚାପର ଶିକାର ହୋଇଥାନ୍ତି। ରକ୍ତଚାପ ବଢ଼ିଲେ ଅନ୍ୟ ରୋଗ ଆଶଙ୍କା ମଧ୍ୟ ବଢ଼ିଯାଇଥାଏ। ତେଣୁ ଉକ୍ତ ରକ୍ତଚାପ ରୋଗକୁ ହାଲ୍‌କା ଭାବରେ ନେବା ଉଚିତ୍‌ ନୁହେଁ। ଡାକ୍ତରଙ୍କ ପରାମର୍ଶ ବ୍ୟତୀତ ଘରୋଇ ଉପାୟରେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିହେବ। ହେଙ୍ଗୁ ରକ୍ତ ପତଳା କରିବାରେ ସହାୟକ ହୁଏ । ଏହାକୁ ଖାଇଲେ ଶରୀରରେ ରକ୍ତ ସଂଚାଳନ ଠିକ୍‌ ଭାବେ ହୋଇଥାଏ।

hing 1

ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଖାଦ୍ୟ ପ୍ରସ୍ତୁତ ସମୟରେ ହେଙ୍ଗୁ ବ୍ୟବହାର କରନ୍ତୁ। ଯେ କୌଣସି ମସଲା ତରକାରି ପ୍ରସ୍ତୁତ କରୁଥିଲେ ଏଥିରେ କିଛି ହେଙ୍ଗୁ ମିଶାନ୍ତୁ। ଗୋଟିଏ ଗ୍ଲାସ ଅଳ୍ପ ଉଷୁମ ପାଣିରେ ମାତ୍ର ୨ ଚାମଚ ହେଙ୍ଗୁ ମିଶାଇ ପିଅନ୍ତୁ।

ହେଙ୍ଗୁରେ ଆଣ୍ଟି-ଇଫ୍ଲୋମେଟ୍ରି ଏବଂ ଆଣ୍ଟି-ବ୍ୟାକ୍ଟେିରିଆଲ ଗୁଣ ରହିଥାଏ। ରକ୍ତଚାପ ନିୟନ୍ତ୍ରଣରେ ରହିବ। ସର୍ବତରେ ମଧ୍ୟ କିଛି ହେଙ୍ଗୁ ମିଶାଇ ପିଅନ୍ତୁ। ଏହା ସ୍ୱାଦିଷ୍ଟ ସହ ପାଚନତନ୍ତ୍ର ମଜଭୁତ ହେବ।

hing

ଖାଲି ରକ୍ତଚାପ ନୁହେଁ, ହେଙ୍ଗୁ ଖାଇଲେ ପେଟ ଜନିତ ସମସ୍ୟା ମଧ୍ୟ ଦୂର ହେବ। ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଥିଲେ ହେଙ୍ଗୁ ବହୁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଥଣ୍ଡା, ଜ୍ୱର ହେଲେ ହେଙ୍ଗୁ ଖାଆନ୍ତୁ। ଏଥିରୁ ମୁକ୍ତି ମିଳିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button