ବିଚାର

ଆପଣ କାଜୁ ପ୍ରିୟ କି, ତେବେ ଜାଣନ୍ତୁ କେଉଁ ମାନଙ୍କ ପାଇଁ ଏହା ଅତ୍ୟନ୍ତ ହାନିକାରକ

ଡ୍ରାଏଫୁଡ଼ ତାଲିକାରେ ସର୍ବ ପ୍ରଥମେ ରହିଥାଏ କାଜୁ। ତରକାରୀରୁ ଆରମ୍ଭ କରି ମିଠା ପର୍ଯ୍ଯନ୍ତ ସମସ୍ତ ଖାଦ୍ଯରେ ସାମିଲ କରାଯାଇଥାଏ କାଜୁ। ଏଥିରେ ଭରପୁର ମାତ୍ରାର ପ୍ରୋଟିନ, ଆଇରନ୍, ଫାଇବର, ମ୍ଯାଗ୍ନାସିୟମ୍, ଆଣ୍ଟି-ଅକ୍ସିଡ଼େଣ୍ଟ ଏବଂ ମିନେରାଲ ଆଦି ରହିଥାଏ। ଏହାର ସେବନ ଶରୀର ପ୍ରତି ଲାଭଦାୟକ ହୋଇଥାଏ କିନ୍ତୁ କିଛି ବ୍ଯକ୍ତିଙ୍କୁ ଖାସ କରି ଏହାକୁ ଖାଇବା ମନା ଥାଏ। ଆସନ୍ତୁ ଜାଣିବା କାଜୁର ଫାଇଦା ଏବଂ କେଉଁ ବ୍ଯକ୍ତିଙ୍କ କାଜୁ ଖାଇବା ଶରୀର ହାନିକାରକ।

-କାଜୁ ସ୍ୱାସ୍ଥ୍ୟ ଏବଂ ହାଡ ପାଇଁ ଲାଭକାରୀ ହୋଇଥାଏ କିନ୍ତୁ କାଜୁ ସୀମିତ ମାତ୍ରାରେ ଖାଇବା ଉଚିତ।

-କାଜୁରେ ମୋନୋ ସାଟୁରେସ୍ ରହିଥାଏ, ଯାହା ଶରୀରର ହାଡ ସହ ହୃଦୟକୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। କାଜୁ କୋଲେଷ୍ଟ୍ରଲ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

casew– ଏଥିରେ ପ୍ରଚୁର ମାତ୍ରାରେ ଆଇରନ୍ ରହିଥାଏ। ଯଦି ଆପଣଙ୍କ ଶରୀରରେ ଆଇରନର ଅଭାବ ରହିଥାଏ ତେବେ କାଜୁ ଆପଣଙ୍କ ଶରୀରରେ ଏହି ଅଭାବ ପୂରଣ କରିଥାଏ।

-ନିୟମିତ ସଠିକ୍ ମାତ୍ରାରେ କାଜୁ ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହେବା ସହ ଏନିମିଆ ରୋଗରୁ ମଧ୍ୟ ରକ୍ଷା ପାଇପାରିବେ।

ସେହିପରି ଆସନ୍ତୁ ଜାଣିବା ଏହା କେଉଁ ମାନଙ୍କ ପାଇଁ କାଜୁ ହୋଇଥାଏ କ୍ଷତିକାରକ

-ଉଚ୍ଚ ରକ୍ତଚାପ ଥିବା ବ୍ଯକ୍ତିଙ୍କୁ କାଜୁ ଖାଇବା ଉଚିତ୍ ନୁହଁ। କାରଣ ଏଥିରେ ଥିବା ସୋଡ଼ିୟମ୍ ରକ୍ତଚାପକୁ ବଢ଼ାଇଥାଏ।

kaju-ମାଇଗ୍ରେନ ବା ମୁଣ୍ଡବିନ୍ଧା ଥିବା ବ୍ଯକ୍ତି ଭୁଲରେ ମଧ୍ୟ କାଜୁ ଖାଇବା ଉଚିତ୍ ନୁହଁ। ଏଥିରେ ରହିଥିବା ଏମିନୋ ଏସିଡ଼ ମୁଣ୍ଡ ବିନ୍ଧା ବଢ଼ାଇଥାଏ।

-ଯେଉଁ ବ୍ଯକ୍ତିଙ୍କର ଗ୍ଲଲବାଡ଼ର ଷ୍ଟୋନ ବା ଅନ୍ଯନ୍ଯ କୌଣସି ପ୍ରକାରର ଷ୍ଟୋନ ଅସୁବିଧା ରହିଥାଏ। ତେବେ ଭୁଲରେ ମଧ୍ୟ କାଜୁ ଖାଇବା ଉଚିତ୍ ନୁହଁ। ଏହା ଦ୍ବାରା ରୋଗ ବଢ଼ିବାର ସମ୍ବାଭନା ରହିଥାଏ।

-ମୋଟାପଣର ଶିକାର ହୋଇଥିବା ବ୍ଯକ୍ତି କାଜୁ ଖାଇବା ଉଚିତ୍ ନୁହଁ। କାରଣ ୩୦ଗ୍ରାମ କାଜୁରେ ୧୬୩ କ୍ଯାଲୋରୀ ଏବଂ ୧୩.୧ ଫ୍ଯାଟ୍ ରହିଥାଏ। ଏଣୁ ଏହାର ଅଧିକ ସେବନ ଓଜନ ବଢ଼ାଇପାରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button