କ୍ରାଇମ

ଗିରଫ ହେଲେ ବିଜେପି ନେତା; ପ୍ରିୟଙ୍କା ଓ ରାହୁଲ ଗାନ୍ଧିଙ୍କ ବିରୋଧରେ ଦେଇଥିଲେ ଆପତ୍ତିଜନକ ଟିପ୍ପଣୀ – Utkal Mail


ନୂଆଦିଲ୍ଲୀ: ତାମିଲନାଡ଼ୁ ସାଇବର କ୍ରାଇମ ପୁଲିସ ଜଣେ ବିଜେପି ନେତାଙ୍କୁ ଗିରଫ କରିଛି। ଗିରଫ ବିଜେପି ନେତାଙ୍କ ନ‌ାମ ପ୍ରବୀଣରାଜ ବୋଲି ଜଣାପଡ଼ିଛି।  ଅଭିଯୋଗ ହୋଇଥିଲା କି ବିଜେପି ନେତା ପ୍ରବୀଣରାଜ ରାହୁଲ ଗାନ୍ଧି ଓ ପ୍ରିୟଙ୍କ‌ା ଗାନ୍ଧିଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ।

ବିଜେପି ନେତା ପ୍ରବୀଣରାଜ ଏକ୍ସ (ଟୁଇଟର)ରେ  ‘ସଙ୍ଘି ପ୍ରିନ୍ସ’ ନାମକ ଆକାଉଣ୍ଟ ଚଲାଇ ଥାଆନ୍ତି। ଅଗଷ୍ଟ ୧୦ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧିଙ୍କ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓ ପୋଷ୍ଟ କରିବା ସମୟରେ ପ୍ରବୀଣରାଜ ରାହୁଲ ଗାନ୍ଧିଙ୍କୁ ‘ବିଶ୍ବାସଘାତକ ରାଜନେତା’ ବୋଲି କ୍ୟାପସନ’ରେ ଲେଖିଥିଲେ।

ଏହି ପୋଷ୍ଟ ପରେ କରୁର କଂଗ୍ରେସ କମିଟି ଏହି ପୋଷ୍ଟ ବିରୋଧରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ସାଇବର କ୍ରାଇମ ବ୍ରାଞ୍ଚ ଅଫିସର ସେପ୍ଟେମ୍ବର ୩୦ ଓ ଅକ୍ଟୋବର ୧ ମଧ୍ୟ ରାତ୍ରିରେ ପ୍ରବୀଣରାଜଙ୍କ ଘରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ କିଛି ପଚରାଉଚରା କରିବା ପରେ ଗିରଫ କରିଥିଲେ।

 

ଗିରଫ ପରେ ପ୍ରବୀଣରାଜ କହିଥିଲେ କି, ତାଙ୍କ ଘରେ ସାଇବର କ୍ରାଇମ ବ୍ରାଞ୍ଚ ଅଫିସର ଜୋରଜବରଦସ୍ତି ପ୍ରବେଶ କରିଥିଲେ। ଏଥିସହିତ ଆଇକାର୍ଡ ବି ଦେଖାଇ ନଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button