ଧର୍ମ

ବିବାହ ପରେ ଉଜ୍ଜ୍ୱଳ ହୋଇଥାଏ ଏହି ଲୋକଙ୍କ ଭାଗ୍ୟ, ଜାଣନ୍ତୁ କିଏ ସେହି ଭାଗ୍ୟବାନ

ହିନ୍ଦୁ ଧର୍ମରେ ହସ୍ତରେଖା ଜ୍ୟେତିଷର ବହୁତ ବଡ ମହତ୍ତ୍ୱ ରହିଛି, ଯାହା ବ୍ୟକ୍ତିଙ୍କ ଭବିଷ୍ୟତ ବିଷୟରେ ଅନେକ ପ୍ରକାର ସୂଚନା ଦେଇଥାଏ। ହାତ ପାପୁଲିରେ ତିବା ରେଖା ଏବଂ ଆକ୍ରୁତି ଦ୍ୱାରା ଆଗାମୀ ଭବିଷ୍ୟତ ଏବଂ ତାର ଭାଗ୍ୟ ବିଷୟରେ ଜଣାପଡିବ। ଏହାସହିତ ଅନେକ ଲୋକଙ୍କ ହାତ ପାପୁଲିରେ ଏମିତି କିଛି ଦେଖିବାକୁ ମିଳେ, ଯାହା ବିବାହ ପରେ ତାଙ୍କ ଭାଗ୍ୟକୁ ବଦଳାଇ ଦେଇଥାଏ। ଆଜି ଆମେ ଆପଣଙ୍କୁ ସେହି ସଂକେତ ବିଷୟରେ ଜଣାଇବୁ।

-ସମୁଦ୍ରଶାସ୍ତ୍ରରେ କୁହାଯାଇଛି ଯେ ହାତ ପାପୁଲିରେ ଥିବା ସବୁଠାରୁ ଛୋଟ ଆଙ୍ଗୁଳୀର ତଳେ ବୁଧ ପର୍ବତ ହୋଇଥାଏ। ବୁଧ ପର୍ବତ ଶେଷରେ କିଛି ରେଖା ରହିଥାଏ। ଏହ ରେଖାକୁ ବିବାହ ରେଖା କୁହାଯାଏ।

-କୌଣସି ବି ବ୍ୟକ୍ତିଙ୍କ ପ୍ରେମ ପ୍ରସଙ୍ଗ ଏବଂ ବୈବାହିତ ଜୀବନର ଆକଳନ ଏହି ରେଖା ଦ୍ୱାରା ହିଁ କରାଯାଇଥାଏ। ଏହି ରେଖା ଯେତିକି ସ୍ପଷ୍ଟ ସେତିକି ସଫା ହୋଇଥାଏ ତାଙ୍କ ବୈବାହିକ ଜୀବନ ସୁଖରେ କଟିଥାଏ।

-ହସ୍ତାରେଖା ଜ୍ୟେତିଷ ଅନୁସାରେ ଶୁକ୍ର ପର୍ବତ (ଆଙ୍ଗୁଠିର ତଳେ ଥିବା ଅଂଶ)ଠାରୁ ବାହାରି କୌଣସି ରେଖା ଶନି ପର୍ବନ ପହଁଚିଥାଏ ତେବେ ବିବାହ ପରେ ବ୍ୟକ୍ତିଙ୍କ ଭାଗ୍ୟ ବଦଳିଯାଇଥାଏ।

-ହାତ ପାପୁଲି ମଝିରେ ମସ୍ତିଷ୍କ ରେଖା ଠାରୁ ବାହାରି ଶନି ପର୍ବତ ଆଡକୁ ଯାଇଥିବା ରେଖାକୁ ବହୁତ ଶୁଭ ବୋଲି ଧରାଯାଏ। ଏମିତି ଲୋକଙ୍କର ଭାଗ୍ୟ ବିବାହ ପରେ ବଦଳି ଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button