ପ୍ରାୟ ସମୟରେ ଘରେ ଅନେକ ପ୍ରକାର ସ୍ନାକ୍ସ ଆଇଟମ୍ ତିଆର କରାଯାଏ। ଆଉ ଛଣାଛଣି ସାଙ୍ଗକୁ ଟମାଟୋ ସସ୍ ଖାଇବାର ସ୍ୱାଦକୁ ଆହୁରି ବଢ଼ାଇ ଦେିଥାଏ। ଏଥିପାଇଁ ଆମେ ଘରେ ସବୁବେଳେ ଟମାଟୋ ସସକୁ ଷ୍ଟୋର କରି ମଧ୍ୟ ରଖିଥାଉ। କିନ୍ତୁ ବଜ।ରରେ ମିଳୁଥିବା ଏହି ସସ୍ ମହଙ୍ଗା ହେବା ସହିତ ସ୍ୱାସ୍ଥ୍ୟକୁ ଖରାପ ମଧ୍ୟ କରିପାରେ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଜଣାଇବୁ ଘରେ କେମିତି ଆପଣ ବଜାର ଭଳି ଟମୋଟା ସସ୍ ବନାଇପାରିବେ। ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି।। ଆବଶ୍ୟକ ସାମଗ୍ରୀ ଟମାଟୋ – ୨.୫ କିଲୋ ରସୁଣ – ୧୫-୧୬ କୋଲା ଅଦା – ୩ ଇଞ୍ଚ ଖଣ୍ଡ ହୋଇଥିବା ଶୁଖିଲା ଲାଲ ଲଙ୍କା – ୫ ରୁ ୭ କିସମିସ୍- ୧/୨ କପ୍ ଧଳା ଭିନେଗାର – ୧/୨ କପ୍ ରକ୍ ସୋଲ୍ଡ – ୧ ଟେବୁଲ ଚାମଚ ସୋଡିୟମ ବେଞ୍ଜୋଏଟ –୧/୪ ଟେବୁଲ ଚାମଚ ketchupପ୍ରସ୍ତୁତି ପ୍ରଣାଳୀ -ସର୍ବପ୍ରଥମେ ସବୁ ଟମାଟୋକୁ ଭଲଭାବେ ଧୋଇ କାଟି ଦିଅନ୍ତୁ। -ଏବେ ଏକ ୫ ଲିଟର ପ୍ରେସର କୁକରକୁ ଗ୍ୟାସରେ ରଖନ୍ତୁ। -ଏଥିରେ ଟମାଟୋ, ଅଦା, ରସୁଣ, କିସମିସ୍, ଭିନେଗାର, ଚିନି ଏବଂ ଅଧା ଭାଙ୍ଗି ଥିବା ଶୁଖିଲା ଲଙ୍କାକୁ ପକାନ୍ତୁ। -କୁକରକୁ ବିନା ଢ଼ାଙ୍କୁଣୀରେ ୧୦ ରୁ ୧୫ ମିନିଟ୍ ଚଲାନ୍ତୁ। -ଏହାକୁ ଲଗାତର ଚଲାଇବା ପରେ ଢ଼ାଙ୍କୁଣୀ ଦେଇ ଗୋଟେ ସିଟି ଦିଅନ୍ତୁ। -ଏହାପରେ ଢ଼ାଙ୍କଣୀ ଖୋଲି ୩୦ ମିନିଟ୍ ପର୍ଯ୍ୟନ୍ତ ଗ୍ୟାସରେ ଚଲାନ୍ତୁ। -ଏବେ ସମସ୍ତ ମିଶ୍ରଣ ଭଳଭାବେ ରାନ୍ଧି ହୋଇଗଲା ପରେ ଗରମା ଗରମ ନେଇ ଗ୍ରାଇଣ୍ଡିଂ କରିଦିଅନ୍ତୁ ଏବଂ ପେଷ୍ଟ ପ୍ରସ୍ତୁତ କରନ୍ତୁ। -ଏବେ ଏହାକୁ ପାଣିରେ କାଢ଼ି ଛାଣି ଦିଅନ୍ତୁ। -ପ୍ରସ୍ତୁତ ହୋଇଥିବା ସସରେ ଅଳ୍ପ ରିଫାଇନଡ୍ ଚିନି ପକାନ୍ତୁ। -ଏହା ଗାଢ଼ା ହେବା ପର୍ଯ୍ୟନ୍ତ ୨୦ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ। -ଏବେ ଏକ ଚାମଚ ଗରମ ପାଣିରେ ସୋଡିୟମ ବେଞ୍ଜୋଏଟ୍ ମିକ୍ସ କରନ୍ତୁ। -ଏବେ ଏହି ପ୍ରସ୍ତୁତ ଟମୋଟା ମିଶ୍ରଣକୁ ଭଲଭାବେ ମିକ୍ସ କରନ୍ତୁ। -ଏବେ ଆପଣଙ୍କ ଟମାଟୋ ସସ୍ ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ ଏକ ଟାଇଟ୍ ଜାରରେ ରଖି ଅନେକ ଦିନ ପର୍ଯ୍ୟନ୍ତ ଷ୍ଟୋର କରିପାରିବେ।

ଅଧିକାଂଶ ସମୟରେ ଆପଣଙ୍କୁ ନିଶ୍ଚୟ କିଛି ନା କିଛି କାରଣରୁ ଅତ୍ୟଧିକ ରାଗ ଆସିଯାଏ। ଏହକାରଣରୁ ଯେତେବେଳେ ଆପଣଙ୍କୁ ରାଗ ଆସୁଛି ସେହି ସମୟରେ ଆପଣ ଓଲଟା ଗଣିବା ଆରମ୍ଭ କରିଦିଅନ୍ତୁ। ଆଜ୍ଞା ହଁ ଏକଥା ଶୁଣିବା ପରେ ଆପଣଙ୍କୁ ହସ ଲାଗିପାରେ ସତ କିନ୍ତୁ ଏହି ଉପାୟ ଆପଣେଇବା ଦ୍ୱାରା ଖୁବ୍ ଜଲଦି ଆପଣଙ୍କ ରାଗ ଶାନ୍ତ ହୋଇଯିବ। ଅତ୍ୟଦିକ ରାଗ ଆସିବା ସମୟରେ ଆପଣ ୧୦ ରୁ ଓଲଟା ଗଣିବା ଆରମ୍ଭ କରିଦିଅନ୍ତୁ।
ରାଗ ଆରମ୍ଭ ହେବା ମାତ୍ରେ ଆପଣ ନିଜ ପୋଷାକ ଏବଂ ପିନ୍ଧିଥିବା ଜିନିଷକୁ ଧ୍ୟାନରେ ଦେଖନ୍ତୁ। ବାସ୍ତବରେ ଯେତେବେଳେ ଆପଣ କ୍ରୋଧର ମୂଳ କାରଣ ଭୁଲି ଅନ୍ୟ କୌଣସି ଜିନିଷ ଉପରେ ଧ୍ୟାନ ଦେବେ ସେହି ସମୟରେ ଆପଣଙ୍କ କ୍ରୋଧ ଆପେ ଆପେ ଶାନ୍ତ ହୋଇଯିବ।
ଅଧିକ ରାଗ ଆସିବା ସମୟରେ ଆପଣ ସେଲ୍ଫି ଉଠାନ୍ତୁ। ଆଜ୍ଞା ହଁ ରାଗ ଶାନ୍ତ କରିବାର ଏହା ଏକ ଭଲ ବିକଳ୍ପ। ଯେତେବେଳେ ଆପଣଙ୍କୁ ରାଗ ଆସୁଛି ସେହି ସମୟରେ ଆପର ତୁରନ୍ତ ଏକ ସେଲ୍ଫି ନିଅନ୍ତୁ। ଏବେ ଦେଖନ୍ତୁରାଗରେ ଆପଣଙ୍କ ମୁହଁ କିପରି ଦେଖାଯାଉଛି। ଏପରି କରିବା ଦ୍ୱାରା ଆପଣଙ୍କ ରାଗ ଉଭେଇଯିବା ସହ ମୁହଁରେ ନିଶ୍ଚିନ୍ତ ହସ ଆସିଯିବ।
ଏହାବ୍ୟତୀତ ହସିବା ଦ୍ୱାରା କ୍ରୋଧ ଦୂରେଇଯାଏ। ଆପଣମାନେ ଫିଲ୍ମ ‘ମୁନ୍ନା ଭାଇ ଏମବିବିଏସ୍’ରେ ଦେଖିଥିବେ ଡାକ୍ତରଙ୍କୁ ରାଗ ଆସିବା ମାତ୍ରେ ସେ କିଭଳି ହସୁଥିଲେ। ଏହା ସବୁଠାରୁ ଭଲ ଉପାୟ। ନିଜେ ହସନ୍ତୁ ଏବଂ ସାମ୍ନା ଲୋକଙ୍କୁ ମଧ୍ୟ ହସାନ୍ତୁ, ଦେଖିବେ କିଛି ସମୟ ମଧ୍ୟରେ ରାଗ ଆପେ ଆପେ ଦୂରେଇଯିବ।



