ଦେଶ ବିଦେଶ

କେବଳ ତ୍ୱଚା ନୁହେଁ ଦାନ୍ତ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ କଦଳୀଚୋପା, ଜାଣନ୍ତୁ କେମିତି କରିବେ ବ୍ୟବହାର

ଏକ ପୌଷ୍ଟିକ ଆହାର ଭାବେ କଦଳୀକୁ ପିଲାଠୁ ବୁଢ଼ା ଯାଏଁ ସମସ୍ତେ ଭୋଜନ କରିଥାନ୍ତି। କେବଳ କଦଳୀ ନୁହେଁ କଦଳୀ ଚୋପା ଓ କଦଳୀ ମଞ୍ଜାକୁ ମଧ୍ୟ ଲୋକେ ରାନ୍ଧି ଖାଇଥାନ୍ତି। କେବଳ ପେଟ ପାଇଁ ନୁହେଁ ତ୍ୱଚା ତଥା ଦାନ୍ତ ପାଇଁ ମଧ୍ୟ କଦଳୀ ବେଶ୍‌ ଉପକାରୀ ହୋଇଥାଏ। ଦାଗ, କଳାପଣ ଦୂର କରିବା ସହ ଚମକଦାର ତ୍ୱଚା ପାଇବାରେ ଏହା ସହାୟକ ହୋଇଥାଏ। ଆଜି ଆସନ୍ତୁ ଜାଣିବା କଦଳୀ ବ୍ୟବହାର କରି କେଉଁ କେଉଁ ତ୍ୱଚା ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିହେବ…

banana peel2

ଆଖିତଳ କଳାପଣ:

ଯଦି ଆପଣଙ୍କ ଆଖିତଳ କଳା ପଡ଼ିବା ଯୋଗୁ ଚିନ୍ତିତ ଅଛନ୍ତି ତେବେ ସେହି ସ୍ଥାନରେ କଦଳୀ ଚୋପା ଲଗାନ୍ତୁ। ଏଥପାଇଁ କଦଳୀ ଚୋପାକୁ ଗ୍ରାଣ୍ଡିଂ କରିଦିଅନ୍ତୁ। ଏହି ମିଶ୍ରଣରେ ଆଲୋଭେରା ଜେଲ ମିଶାଇ ଆଖି ତଳେ ଲଗାନ୍ତୁ। ଶୁଖିଯିବା ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇଦିଅନ୍ତୁ।

eye

ଚର୍ମର ଲୋଚାପଣ:

କଦଳୀ ଚୋପାରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଭରି ରହିଛି। ଏହା ତ୍ୱଚାର ଲୋଚାପଣ ଦୂର କରିବାରେ ସାହାଯ୍ୟ କରେ। ଏଥିପାଇଁ କଦଳୀ ଚୋପାକୁ ଗ୍ରାଇଣ୍ଡିଂ କରି ଏଥିରେ ୨ ଚାମଚ ବାଦାମ ତେଲ ମିଶାଇ ମୁହଁରେ ଲଗାନ୍ତୁ। ୨୦ ମିନିଟ୍‌ ପରେ ପାଣିରେ ମୁହଁ ଧୋଇଦିଅନ୍ତୁ। ଦେଖିବେ କିଛି ଦିନ ମଧ୍ୟରେ ଲୋଚାପଣ ଦୂର ହୋଇଯିବ।

ଦାନ୍ତର ହଳଦିଆପଣ ଦୂର କରେ:

beauty-uses-banana-peel-2

ଦାନ୍ତ ହଳଦିଆ ହୋଇଯାଇଥିଲେ କଦଳୀଚୋପା ବ୍ୟବହାର କରି ଆପଣ ଏହାକୁ ପୁଣିଥରେ ଚମକାଇ ପାରିବେ। ଦାନ୍ତକୁ ମୋତି ଭଳି ଚମକାଇବାକୁ ଚାହୁଁଥିଲେ କଦଳୀ ଚୋପାକୁ ଦାନ୍ତରେ ଘଷନ୍ତୁ। କିଛି ସମୟ ଘଷିବା ପରେ ପାଣିରେ ପାଟିକୁ ଧୋଇ ଦିଅନ୍ତୁ। କିଛି ଦିନ ଏଭଳି କରିବା ଦ୍ୱାରା ହଳଦିଆପଣ ଦୂର ହୋଇଯାଏ।

ତ୍ୱଚାର ଦାଗ କରେ:

କଦଳୀ ଚୋପାକୁ ଗ୍ରାଇଣ୍ଡିଂ କରି ସେଥିରେ ଅଳ୍ପ ମହୁ ମିଶାଇ ହାଲ୍‌କାଭାବେ ମୁହଁରେ ମସାଜ କରନ୍ତୁ। କିଛି ଦିନ ଭିତରେ ମୁହଁ ସମ୍ପୂର୍ଣ୍ଣ ଦାଗମୁକ୍ତ ହୋଇଯିବ।

bananapeel-2

ବ୍ଲାକହେଡ୍‌ସ ସମସ୍ୟାରୁ ଦିଏ ମୁକ୍ତି:

କଦଳୀ ଚୋପାକୁ ଗ୍ରାଇଣ୍ଡିଂ କରି ସେଥିରେ ଅଧ ଚାମଚ ଲେମ୍ବୁ ରସ ଓ ଗୋଟେ ଚିମୁଟା ବେକିଂ ସୋଡ଼ା ମିଶାନ୍ତୁ। ଏହାକୁ ବ୍ଲାକହେଡ୍‌ସ ହୋଇଥିବା ସ୍ଥାନରେ ୧୦ ମିନିଟ୍‌ ଲଗାଇ ଧୋଇ ଦିଅନ୍ତୁ। କିଛି ଦିନ ପରେ ଲାଭ ଦେଖିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button