ଦେଶ ବିଦେଶ

ଏହିସବୁ କ୍ରିଷ୍ଟଲ ଦୂର କରିଥାଏ ଆପଣଙ୍କ ଜୀବନରୁ ଛୋଟ-ଛୋଟ ସମସ୍ୟା, ଜାଣନ୍ତୁ କେମିତି

ଫେଗସୁଇ ଅନୁଯାୟୀ ପ୍ରତ୍ୟେକ କ୍ରିଷ୍ଟଲର ନିଜର ମହତ୍ୱ ଏବଂ ବ୍ୟବହାର କରିବାର ଉପାୟ ରହିଛି। ଯେପରିକି ଗୋଲାପି ରଙ୍ଗର ସ୍ପଟିକର ବ୍ୟବହାର ଜୀବନରେ ଭଲପାଇବା ପାଇଁ କରାଯାଇଥାଏ। ସେହିଭଳି ଏମିଥିଷ୍ଟ(Amethyst) ଗଛର ବ୍ୟବହାର ମାନସିକ ଏବଂ ଆଧ୍ୟାତ୍ମିକ ଶାନ୍ତି ପାଇବା ପାଇଁ ବ୍ୟବହାର କରାଯାଇଥାଏ। ସେହିଭଳି ଫେଗସୁଇ କ୍ରିଷ୍ଟଲର ଏକ ଭିନ୍ନ ମହତ୍ୱ ରହିଛି। ତେବେ ଆସନ୍ତୁ ଜାଣିବା ଏହିସବୁ କ୍ରିଷ୍ଟଲ ବ୍ୟବହାର କରିବା ଦ୍ୱାରା ଜୀବନରେ କି ପରିବର୍ତ୍ତନ ଘଟିଥାଏ।

ଗୋଲାପ ରଙ୍ଗର ସ୍ପଟିକ:

rose quartzଗୋଲାପ ରଙ୍ଗର ସ୍ପଟିକ ଅର୍ଥାତ Rose Quatrz ର ବ୍ୟବହାର ଜୀବନରେ ଭଲପାଇବା ପାଇବା ପାଇଁ ବ୍ୟବହାର କରାଯାଇଥାଏ। ଯଦି ଆପଣ ଏହି ଜିନିଷକୁ ଘରର ଦକ୍ଷିଣ ଏବଂ ପଶ୍ଚିମ କୋଣରେ ରଖିଥାନ୍ତି ତେବେ ଆପଣଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ।

ଅମିଥିଷ୍ଟ:

amethystଅମିଥିଷ୍ଟ ପର୍ପଲ ସେଡର ଏକ ପଥର। ଏହାକୁ ଧାର୍ମିକ ଷ୍ଟୋନ ମଧ୍ୟ କୁହାଯାଇଥାଏ, ଯାହାକୁ ଘରେ ରଖିବା ଆପଣଙ୍କ ପାଇଁ ଶୁଭ ହୋଇଥାଏ। ଏହି ଷ୍ଟୋନ ଘର ଲୋକଙ୍କୁ ସର୍ବଦା ସକାରାତ୍ମକ ଏବଂ କାର୍ଯ୍ୟକ୍ଷେତ୍ର ପ୍ରତି ଉଜାଗର ରଖିଥାଏ। ଯଦି ଆପଣଙ୍କ ଘରେ କାହାକୁ ଖରାପ ସ୍ୱପ୍ନ ଆସିଥାଏ ତେବେ ଶୋଇବା ସମୟରେ ତକିଆ ତଳେ ଏହି ଷ୍ଟୋନକୁ ରଖିଦିଅନ୍ତୁ। ଏହାବ୍ୟତୀତ ଏହି ଷ୍ଟୋନ ଆପଣଙ୍କ ରାଗ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରିଥାଏ।

ଜେମ ଟ୍ରି:

gem treeଜେମ ଟ୍ରି ଏକ ପ୍ରକାର ଛୋଟ ଗଛ, ଯେଉଁଥିରେ ଛୋଟ-ଛୋଟ ଅନେକ ମୂଲ୍ୟବାନ ଷ୍ଟୋନ ରହିଥାଏ। ଫେଗସୁଇ ଅନୁଯାୟୀ ଏହାର ବ୍ୟବହାର ରୋଗୀ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବ୍ୟବହାର କରାଯାଇଥାଏ। ଯଦି ଆପଣ ଘରର ଦକ୍ଷିଣ ଏବଂ ପଶ୍ଚିମ କୋଣରେ ଏହି ଗଛ ରଖିନ୍ତି ତେବେ ଏହା ଆପଣଙ୍କ ଜୀବନରେ ଶୁଭ ସଂକେତ ଆସିଥାଏ। ସେହିଭଳି ଏହି ଗଛକୁ ଘରର ପୂର୍ବ-ପଶ୍ଚିମ ଦିଗରେ ରଖିବା ଦ୍ୱାରା ଆପଣଙ୍କ ମନରେ ଭବିଷ୍ୟତକୁ ନେଇ ମନର ଚିନ୍ତାକୁ ଶେଷ କରିଥାଏ ଏବଂ ଭବିଷ୍ୟତ ଉଜ୍ୱଳ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button