ଜୀବନଶୈଳୀ

ଗର୍ଭବତୀ ମହିଳା ପ୍ରତିଦିନ ଖାଆନ୍ତୁ ବିଟ୍‌, ଗର୍ଭସ୍ଥ ଶିଶୁ ବିକାଶ କରିଥାଏ

ଗର୍ଭାବସ୍ଥା ସମୟରେ ଫଳ ଏବଂ ପନିପରିବା ଭରପୂର ଖାଇବା ଉଚିତ। ଏଥିରେ ଥିବା ପୋଷକ ତତ୍ତ୍ୱ କେବଳ ଗର୍ଭବତୀ ମହିଳା ନୁହେଁ ବରଂ ଗର୍ଭସ୍ଥ ଶିଶୁର ବିକାଶ ପାଇଁ ମଧ୍ୟ ଜରୁରୀ। କିନ୍ତୁ ଅନେକ ମହିଳା ଗର୍ଭବସ୍ଥାରେ କେଉଁ ଖାଦ୍ୟ ଖାଇବେ, କ’ଣ ନ ଖାଇବେ ତାହାକୁ ନେଇ ଚିନ୍ତାରେ ଥାଆନ୍ତି। ଏମିତି ଏକ ପରିବା ହେଉଛି ବିଟ୍‌।

1

– ବିଟ୍‌ରେ ପ୍ରଚୁର ମାତ୍ରାରେ ଫାଇବର, ଫଲେଟ, ପୋଟାସିୟମ, ମାଙ୍ଗାନିଜ, ଆଇରନ ଏବଂ ଭିଟାମିନ ସି ଭରପୁର ମାତ୍ରାରେ ରହିଥାଏ। ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତର ମାତ୍ରା ବଢିଥାଏ। ଯାହା ହାଇ ବ୍ଲଡପ୍ରେସରକୁ କମ୍‌ କରିଥାଏ। ଏଥିରେ ଥିବା ନ୍ୟୁଟିଏଣ୍ଟସ ଗର୍ଭରେ ଥିବା ଭ୍ରୁଣର ବିକାଶ କରିବାରେ ସହାୟକ ହୋଇଥାଏ।

– ବିଟ୍‌ରେ ଥିବା ଫଲିକ ଏସିଡ ଗର୍ଭସ୍ଥ ଶିଶୁ ବିକାଶ କରିବା ସହ ସ୍ୱାସ୍ଥ୍ୟକର ଟିସୁର ବିକାଶ ମଧ୍ୟ କରିଥାଏ। ଏହାକୁ ନିୟମିତ ଖାଇବା ଦ୍ୱାରା ହାଡ ମଜବୁତ ହେବା ସହିତ ମସ୍ତିଷ୍କର ବିକାଶ କରିଥାଏ। ଏହାଛଡା ଶିଶୁର ଜନ୍ମଜାତ ଦୋଷ ଦୂର କରିଥାଏ ବିଟ୍‌।

health

– ଏନିମିଆ ଠାରୁ ଦୂରେଇ ରଖିଥାଏ ବିଟ୍‌। ଏହାଛଡା ଶରୀରର ଇମ୍ୟୁନିଟ ପାଓ୍ଵାର ବଢାଇଥାଏ ବିଟ୍‌। ତେଣୁ ଗର୍ଭବତୀ ମହିଳା ପ୍ରତିଦିନ ଅଳ୍ପ ଅଳ୍ପ ବିଟ୍‌ ଖାଇବା ଉଚିତ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗର୍ଭସ୍ଥର ଶିଶୁର ମଧ୍ୟ ଇମ୍ୟୁନିଟ୍‌ ପାଓ୍ଵାର ବଢାଇଥାଏ।

– ମହିଳା ଗର୍ଭବତୀ ହେବା ସମୟରେ ଜେଷ୍ଟନାଲ ଡାଇବେଟିଜ ହେବାର ସମ୍ଭାବନା ରହିଥାଏ। ତେଣୁ ଗର୍ଭାବସ୍ଥାରେ ବିଟ୍‌ ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button