ଦେଶ ବିଦେଶ

ଚକ୍‌ ବ୍ୟବହାର କରି ମାତ୍ର ମିନିଟ୍‌ ଭିତରେ ଦୂର କରିପାରିବେ ଦାଗ ଓ ଦୁର୍ଗନ୍ଧ, ଏମିତି କରନ୍ତୁ ଉପଯୋଗ

ବ୍ଲାକ୍‌ ବୋର୍ଡ ବା କଳାପଟାରେ ଲେଖିବା କାମରେ ବ୍ୟବହୃତ ଚକ୍‌ଖଡିକୁ ଆମେ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବା। ଏହାଦ୍ୱାରା ଦାଗ, ଦୁର୍ଗନ୍ଧ ଆଦିକୁ ଦୂର କରାଯାଇପାରିବ। ଆସନ୍ତୁ ଜାଣିବା, ଏହାର ଉପଯୋଗ।

k77

୧. ଘରର କାନ୍ଥରେ ଲାଗିଥିବା ଜିଦି ଦାଗକୁ ଦୂର କରିବାରେ ଚକ୍‌ଖଡି ବ୍ୟବହାର କରାଯାଇପାରିବ। ଦାଗ ଉପରେ ଚକ୍‌କୁ ଧୀରେ ଧୀରେ ରଗଡ଼ନ୍ତୁ। ଏହାଦ୍ୱାରା କାନ୍ଥରେ ଲାଗିଥିବା ଚିହ୍ନ, ଦାଗ ଭଲ ଭାବେ ଫିକା ପଡ଼ିଯିବ।

୨. ଆଲମିରାରେ ଅନେକ କପଡ଼ା ରହୁଥିବାରୁ ବେଳେବେଳେ ସେଥିରୁ ଦୁର୍ଗନ୍ଧ ବାହାରିଥାଏ। ଏହାକୁ ଦୂର କରିବା ପାଇଁ ଆପଣ ଫ୍ରେଶନର୍‌ ଜାଗାରେ ଚକ୍‌ ବ୍ୟବହାର କରିପାରିବେ।

k2

୩. ନମନୀୟତା ଯୋଗୁ ଅନେକ ସମୟରେ ଦେଖାଯାଏ, ରୂପା ପାତ୍ରଗୁଡ଼ିକ ନିଜ ଚମକ ହରାଇ ଦିଅନ୍ତି ଏବଂ ଧୀରେ ଧୀରେ ସେଗୁଡ଼ିକ କଳା ପଡ଼ିଯାଇଥାଏ। ଏହାର ଚମକକୁ ବଜାୟ ରଖିବା ପାଇଁ ଏକ ବଡ଼ ଡବାରେ ରୂପା ପାତ୍ରକୁ ରଖି ସେଥିରେ ଅଳ୍ପ ଚକ୍‌ ଗୁଣ୍ଡ ପକାଇ ଦିଅନ୍ତୁ। ମଝିରେ ମଝିରେ ଏହାକୁ ବଦଳାଉ ଥାଆନ୍ତୁ। ଦେଖିବେ, ମାତ୍ର କିଛି ଦିନ ଭିତରେ ରୂପା ପାତ୍ର ଚମକି ଉଠିବ।

k8

୪. ଶାର୍ଟ କଲର୍‌ ଏବଂ ହାତର ଅଗ୍ରଭାଗକୁ ସଫା କରିବା ଏକ ଚ୍ୟାଲେଞ୍ଜ ହୋଇଥାଏ। ବିଶେଷ କରି ସ୍କୁଲ ଯାଉଥିବା ପିଲାଙ୍କ ଶାର୍ଟ ଖୁବ୍‌ କମ୍‌ ଦିନରେ ମଇଳା ହୋଇଯାଇଥାଏ। ଏହାକୁ ସଫା କରିବା ପାଇଁ ଆପଣ ଚକ୍‌ର ସହାୟତା ନେଇପାରିବେ। ମଇଳା ହୋଇଥିବା ଜାଗାରେ ଆପଣ ଚକ୍‌ ରଗଡ଼ିପାରିବେ।

୫. ଯଦି ଜଙ୍କ୍‌ ଫୁଡ୍‌ କିମ୍ବା କୌଣସି ଚଟଣୀ ଅପଣଙ୍କ କପଡ଼ାକୁ ଖରାପ କରିଦିଏ, ତା’ହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହାକୁ ଚକ୍‌ଖଡି ଦ୍ୱାରା ସହଜରେ ଦୂର କରିହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button