ଜୀବନଶୈଳୀ

ହୋଲି ରଙ୍ଗ ଶରୀର ଏବଂ ମସ୍ତିଷ୍କକୁ ସନ୍ତୁଳିତ ରଖିଥାଏ, ଜାଣନ୍ତୁ କ’ଣ କହୁଛି ବିଜ୍ଞାନ

ରଙ୍ଗର ପର୍ବ ହୋଲି। ଏହିଦିନକୁ ସମସ୍ତେ ରଙ୍ଗ ଖେଳି ମନଭରି ଉପଭୋଗ କରନ୍ତି। ବଜାରରେ ମିଳୁଥିବା ରସାୟନିକଯୁକ୍ତ ରଙ୍ଗ ଶରୀରକୁ କ୍ଷତି ପହଞ୍ଚାଇଥାଏ। କିନ୍ତୁ ଅଭିର ବା ପ୍ରାକୃତିକ ରଙ୍ଗ ଶରୀରକୁ କ୍ଷତି ପହଞ୍ଚାଇବା ପରିବର୍ତ୍ତେ ଲାଭ ଦେଇଥାଏ। କିନ୍ତୁ ରଙ୍ଗ ଶରୀରକୁ କ୍ଷତି ପହଞ୍ଚାଇଥାଏ ବୋଲି ସମସ୍ତଙ୍କର ଧାରଣା ରହିଛି। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ହୋଲି ରଙ୍ଗର ମହତ୍ୱ ବିଜ୍ଞାନରେ କିନ୍ତୁ ଅଲଗା ରହିଛି। ଏହାକୁ ‘କଲର ଥେରାପି’ ନାମରେ ଜଣାଶୁଣା। ଏହାକୁ ପ୍ରାଚୀନ ଯୁଗରେ ଲୋକମାନେ ଚିକିତ୍ସା ପାଇଁ ବ୍ୟବହାର କରୁଥିଲେ। ଅଲଗା ଅଲଗା ରଙ୍ଗ ଶରୀର ଏବଂ ମସ୍ତିଷ୍କକୁ ସନ୍ତୁଳିତ ରଖିଥାଏ। ଏହାସହିତ ଆପଣଙ୍କ ମସ୍ତିଷ୍କକୁ ମଧ୍ୟ ବୁଷ୍ଟ କରିଥାଏ। ଆସନ୍ତୁ ଜାଣିବା କେଉଁ ରଙ୍ଗ ଶରୀର ଉପରେ କ’ଣ ପ୍ରଭାବ ପକାଇଥାଏ…

holi 1

ନୀଳ ରଙ୍ଗ : ଏହି ରଙ୍ଗ ବହୁତ ଥଣ୍ଡା ହୋଇଥାଏ। ଯାହା ହାଇବ୍ଲଡପ୍ରେସରକୁ କମ୍‌ କରିବାରେ ସହାୟକ ହୋଇଥାଏ। କଲର ଥେରାପୀରେ ଏହାର ବ୍ୟବହାର ମୁଣ୍ଡବିନ୍ଧା, ଫୁଲିବା, ଥଣ୍ଡା ଏବଂ କାଶର ଉପଚାର ପାଇଁ ବ୍ୟବହାର କରାଯାଏ।

holi

ନାରଙ୍ଗୀ : ନାରଙ୍ଗୀ ରଙ୍ଗ ଉତ୍ସାହ ବଢାଇବା ସହିତ ଫୁସଫୁସକୁ ମଜବୁତ କରିଥାଏ। ଏଥିପାଇଁ ନାରଙ୍ଗୀ ରଙ୍ଗ ଆଜମା, ବ୍ରୋଙ୍କାଇଟସ୍‌ ଏବଂ କିଡନୀ ସଂକ୍ରମଣଜନିତ ରୋଗ ପାଇଁ ଉପଯୋଗୀ ହୋଇଥାଏ।

ନାଲି ରଙ୍ଗ : ଏହି ରଙ୍ଗ ଗରମ ପ୍ରକୃତିର ହୋଇଥାଏ। ଏହାର ବ୍ୟବହାର ଯନ୍ତ୍ରଣା ଦୂର କରିବା ପାଇଁ ବ୍ୟବହାର କରାଯାଏ। ଏହା ଏଣ୍ଡ୍ରିନୋଲିନ ହରମୋନକୁ ବଢାଇଥାଏ। ଯାହା ଅନିଦ୍ରା, ଦୁର୍ବଳତା ଏବଂ ରକ୍ତ ସହିତ ଜଡିତ ରୋଗରୁ ବଞ୍ଚାଇଥାଏ। ଏହି ରଙ୍ଗ ଯୋଗୁଁ ହରମୋନ ସନ୍ତୁଳିତ ରହିବା ସହିତ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ।

color

ହଳଦିଆ ରଙ୍ଗ : ଏହି ରଙ୍ଗ ମାନସିକ ଉତ୍ତେଜନା ସହିତ ନର୍ଭସ ସିଷ୍ଟମକୁ ମଜବୁତ କରିଥାଏ। ଯାହା ପେଟ ଏବଂ ତ୍ୱଚା ସହିତ ମାଂସପେଶୀକୁ ମଧ୍ୟ ଶକ୍ତ କରିଥାଏ। ଯଦି ଆପଣଙ୍କ ପେଟ ଖରାପ ହେବା ଏବଂ କୁଣ୍ଡାଇହେବା ସମସ୍ୟାରୁ ମୁକ୍ତି ଦେଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button