ରାଶିଫଳ

ଅକ୍ଟୋବର ୧ ତାରିଖ ମଳମାସ ପୂର୍ଣ୍ଣିମାରେ ସକାଳୁ ସକାଳୁ ଅଚାନକ ଏହି ରାଶିର ଚମକି ଉଠିବ ଭାଗ୍ୟ, ମିଳିବ ବହୁତ ବଡ ଖୁସି ଖବର

ବନ୍ଧୁଗଣ ହିନ୍ଦୁ ଧର୍ମରେ ସବୁ ପୂର୍ଣ୍ଣିମା ମଧ୍ୟରୁ ଯାହା ସବୁଠାରୁ ଶ୍ରେଷ୍ଠ ଏବଂ ଫଳଦାୟକ ପୂର୍ଣ୍ଣିମା ହୋଇଥାଏ ତାହା ହେଉଛି ଅଧି ମାସର ପୂର୍ଣ୍ଣିମା । ଏଥର ଏହି ପୂର୍ଣ୍ଣିମା ଅକ୍ଟୋବର ମାସର ୧ ତାରିଖ ଦିନ ପଡିବାକୁ ଯାଉଛି । ପୂର୍ଣ୍ଣିମା ଦିନରେ ସୂର୍ଯ୍ୟ ଏବଂ ଚନ୍ଦ୍ର ପରସ୍ପର ସମ୍ମୁଖରେ ରହିବେ । ଏହି ଦିନରେ ଚନ୍ଦ୍ରର ପ୍ରଭାବ ମଣିଷ ମାନଙ୍କ ଉପରେ ସବୁଠାରୁ ଅଧିକ ପଡିଥାଏ । ଏହି ପୂର୍ଣ୍ଣିମା ଦିନରେ ଭଗବତ ଗୀତା ପାଠ କରିବାର ମଧ୍ୟ ବିଶେଷ ମହତ୍ଵ ରହିଛି ।

ହିନ୍ଦୁଧର୍ମରେ କୁହାଯାଏ ଏହି ପୂର୍ଣ୍ଣିମା ଦିନ ଯଦି ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ପୂଜା ନିଷ୍ଠା ଏବଂ ଶ୍ରଦ୍ଧା ମନରେ କରାଯାଏ ତା ହେଲେ ମଣିଷକୁ ଏହି ଜନ୍ମରେ ମୋକ୍ଷ ମିଳିବାର ସମ୍ଭାବନା ରହିଥାଏ । ଆସୁଥିବା ପୂର୍ଣ୍ଣିମା ମାସଟି ହେଉଛି ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁଙ୍କର ମାସ ।

ଯଦି ଆପଣ ଏହି ଦିନରେ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ଚାହୁଁଛନ୍ତି ତା ହେଲେ ଆପଣ ଏହି ଦିନରେ ସୂର୍ଯ୍ୟଦୟ ହେବା ପୂର୍ବରୁ ସକାଳ ସମୟରେ ଉଠିଯାନ୍ତୁ ଏବଂ ଉଠିବା ପରେ ସ୍ନାନ କରି ନିଅନ୍ତୁ । ସ୍ନାନ କରିବା ପରେ ଆପଣ ଅତି ନିଷ୍ଠା ଏବଂ ଶ୍ରଦ୍ଧା ମନରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କର ଆରାଧନା କରନ୍ତୁ । ଏହା ପରେ ଆପଣ ଭଗବାନଙ୍କର ପୂଜା ଏବଂ ମାତା ଲକ୍ଷ୍ମୀଙ୍କର ଆରତି କରନ୍ତୁ ।


ଏହା ସହିତ ଆପଣ ସନ୍ଧ୍ୟା ସମୟରେ ଚନ୍ଦ୍ରକୁ ଅର୍ଘ୍ୟ ଦିଅନ୍ତୁ ଏବଂ ତୁଳସୀ ଗଛ ସମ୍ମୁଖରେ ଏକ ଦୀପ ନିଶ୍ଚୟ ଲଗାନ୍ତୁ । ଯଦି ଆପଣଙ୍କ ଘରେ ତୁଳସୀ ଗଛ ନାହିଁ ତା ହେଲେ ଆପଣ ନିଜ ଘରର ମୁଖ୍ୟ ଦ୍ଵାର ସମ୍ମୁଖରେ ମଧ୍ୟ ଦୀପ ଲଗାଇପାରିବେ । ଏହା ସହିତ ଏହି ଦିନରେ ଦାନ ପୂଣ୍ୟ କରିବାର ବହୁତ ବିଶେଷ ମହତ୍ଵ ରହିଥାଏ । ଏହି ଦିନରେ ଆପଣ ଗରିବ କିମ୍ବା ଦରିଦ୍ର ଲୋକଙ୍କୁ ଭୋଜନ ଦିଅନ୍ତୁ କିମ୍ବା ଯଥା ସମ୍ଭବ ଦାନ କରନ୍ତୁ ।

ଏହି ପୂର୍ଣ୍ଣିମା ବହୁତ ଭଲ ଯୋଗରେ ଆସିବାକୁ ଯାଉଛି । କାରଣ ଏହି ପୂର୍ଣ୍ଣିମା ଦିନ ସଂପୂର୍ଣ୍ଣ ଆଠ ଘଣ୍ଟା ପାଇଁ ସର୍ବସିଦ୍ଧି ଯୋଗ ହେବାକୁ ଯାଉଛି । କେବଳ ଏତିକି ନୁହେଁ ୧ ଅକ୍ଟୋବର ଦିନ ମହାଲକ୍ଷ୍ମୀ ଯୋଗ, କେଦାର ଯୋଗ ଏବଂ ବେଇଶି ଯୋଗର ସଂଯୋଗ ମଧ୍ୟ ହେବାକୁ ଯାଉଛି । ଏହି ଶୁଭ ସଂଯୋଗ ରେ ଗୋଟିଏ ରାଶିକୁ ପ୍ରବଳ ଧନଲାଭର ଯୋଗ ରହିଛି । ତାହା ହେଉଛି କୁମ୍ଭ ରାଶି । ତେଣୁ ଆପଣମାନେ ଏହି ପୂର୍ଣ୍ଣିମାରେ ଭଗବାନ ଲକ୍ଷ୍ମୀ ନାରାୟଣଙ୍କୁ ଅବଶ୍ୟ ଆରାଧନା କରନ୍ତୁ ।

ଏହି ପୂର୍ଣ୍ଣିମା ବୁଧବାର ରାତ୍ରି ୧୨.୨୫ରେ ଆରମ୍ଭ ହେବ ଏବଂ ୧ ଅକ୍ଟୋବର ରାତ୍ରି ୨.୩୪ରେ ଏହି ପୂର୍ଣ୍ଣିମା ସମାପ୍ତ ହେବାକୁ ଯାଉଛି । ଏହି ପୂର୍ଣ୍ଣିମା ଗୁରୁବାର ଦିନ ପଡୁଛି, ଏହା ସହିତ ଗୁରୁବାର ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କର ଦିନ ଅଟେ । ତେଣୁ ଆପଣ ମାନେ ମଧ୍ୟ ଏହି ଦିନରେ ସଠିକ ନିୟମକୁ ମାନି ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କର ଆରାଧନା କରନ୍ତୁ । ଏହି ଆରାଧନା ଦ୍ଵାରା ଆପଣ ମୋକ୍ଷ ପ୍ରାପ୍ତି ଆଡକୁ ଗତି କରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button